ଜୁନ୭ରେ ରେପୋ ରେଟ୍ ଘୋଷଣା କରିବେ RBI, ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ?

ନୂଆଦିଲ୍ଲୀ ୨।୬: ମୁଦ୍ରାସ୍ପିତି ଆହ୍ୱାନ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆଗାମୀ ମୁଦ୍ରାନୀତି ସମୀକ୍ଷା ବୈଠକରେ ମୁଖ୍ୟ ନୀତିଗତ ହାର ରେପୋ ରେ ହ୍ରାସର କୌଣସି ସମ୍ଭାବନା ନାହିଁ। ଏହା କହିଛନ୍ତି ବିଶେଷଜ୍ଞ। ଉଲ୍ଲେଖଯୋଗ୍ୟ ଯେ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ତୁରନ୍ତ ବାଦ ମୁଦ୍ରା ନୀତି କମିଟି (ଏମପିସି) ବୈଠକ ୫ରୁ ୭ ଜୁନ ମଧ୍ୟରେ ନିର୍ଦ୍ଧାରିତ କରାଯାଇଛି। ତେବେ ଏମସିପି ରେପୋ ରେଟ୍ ହ୍ରାସ କରି ନ ପାରନ୍ତି ବୋଲି ବିଶେଷଜ୍ଞ ଆକଳନ କରୁଛନ୍ତି। କାରଣ ଆର୍ଥିକ ଅଭିବୃଦ୍ଧି ଏବେ ବେଗ ଧରିଛି। ରେପୋରେଟ୍ ଫେବୃଆରୀ ୨୦୨୩ରୁ ୬.୫ ପ୍ରତିଶତରେ କାୟମ ରହିଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏମପିସି ବୈଠକର ନିଷ୍ପତ୍ତି ଜୁନ ୭ରେ ଘୋଷଣା ହେବ। ତେବେ ଏହା ପୂର୍ବରୁ ଲୋକସଭା ନିର୍ବାଚନ ଫଳାଫଳ ଜୁନ ୪ରେ ଆସି ସାରିଥିବ। ଯଦି ଜୁନ ୭ରେ ସୁଧହାରରେ କୌଣସି ପରିବର୍ତ୍ତନ ନ ହେଲା ତେବେ ଏହାକୁ ମିସାଇ ୮ ଥର ଯଥାସ୍ଥିତି କାୟମ ରହିବ। ବ୍ୟାଙ୍କ ଅଫ ବରୋଦାର ମୁଖ୍ୟ ଅର୍ଥଶାସ୍ତ୍ରୀ ମଦନ ସବନଭିସ୍ କହିଛନ୍ତି ଯେ ଗତ ନୀତି ପରେ ଆର୍ଥିକ ପରିସ୍ଥିତି ଅନେକାଂଶରେ ଅପରିବର୍ତ୍ତିତ ରହିଛି। ସେ କହିଛନ୍ତି ଯେ ପିଏମଆଇ ଓ ଜିଏସଟି କଲେକ୍ସନ ଭଳି ହାଇଫ୍ରିକ୍ୱେନ୍ସୀ ସଂକେତକ ଏହା ଦେଖାଉଛନ୍ତି ଯେ ବୃଦ୍ଧି ଉଚିତ ଦିଗରେ ହେଉଛି। ସେ କହିଛନ୍ତି ଯେ ତଥାପି ମୁଦ୍ରାସ୍ପିତିକୁ ନେଇ ଚିନ୍ତା ଲ

ଜୁନ୭ରେ ରେପୋ ରେଟ୍ ଘୋଷଣା କରିବେ RBI, ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ?

ନୂଆଦିଲ୍ଲୀ ୨।୬: ମୁଦ୍ରାସ୍ପିତି ଆହ୍ୱାନ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆଗାମୀ ମୁଦ୍ରାନୀତି ସମୀକ୍ଷା ବୈଠକରେ ମୁଖ୍ୟ ନୀତିଗତ ହାର ରେପୋ ରେ ହ୍ରାସର କୌଣସି ସମ୍ଭାବନା ନାହିଁ। ଏହା କହିଛନ୍ତି ବିଶେଷଜ୍ଞ। ଉଲ୍ଲେଖଯୋଗ୍ୟ ଯେ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ତୁରନ୍ତ ବାଦ ମୁଦ୍ରା ନୀତି କମିଟି (ଏମପିସି) ବୈଠକ ୫ରୁ ୭ ଜୁନ ମଧ୍ୟରେ ନିର୍ଦ୍ଧାରିତ କରାଯାଇଛି। ତେବେ ଏମସିପି ରେପୋ ରେଟ୍ ହ୍ରାସ କରି ନ ପାରନ୍ତି ବୋଲି ବିଶେଷଜ୍ଞ ଆକଳନ କରୁଛନ୍ତି। କାରଣ ଆର୍ଥିକ ଅଭିବୃଦ୍ଧି ଏବେ ବେଗ ଧରିଛି। 

ରେପୋରେଟ୍ ଫେବୃଆରୀ ୨୦୨୩ରୁ ୬.୫ ପ୍ରତିଶତରେ କାୟମ ରହିଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏମପିସି ବୈଠକର ନିଷ୍ପତ୍ତି ଜୁନ ୭ରେ ଘୋଷଣା ହେବ। ତେବେ ଏହା ପୂର୍ବରୁ ଲୋକସଭା ନିର୍ବାଚନ ଫଳାଫଳ ଜୁନ ୪ରେ ଆସି ସାରିଥିବ। ଯଦି ଜୁନ ୭ରେ ସୁଧହାରରେ କୌଣସି ପରିବର୍ତ୍ତନ ନ ହେଲା ତେବେ ଏହାକୁ ମିସାଇ ୮ ଥର ଯଥାସ୍ଥିତି କାୟମ ରହିବ। ବ୍ୟାଙ୍କ ଅଫ ବରୋଦାର ମୁଖ୍ୟ ଅର୍ଥଶାସ୍ତ୍ରୀ ମଦନ ସବନଭିସ୍ କହିଛନ୍ତି ଯେ ଗତ ନୀତି ପରେ ଆର୍ଥିକ ପରିସ୍ଥିତି ଅନେକାଂଶରେ ଅପରିବର୍ତ୍ତିତ ରହିଛି। 

ସେ କହିଛନ୍ତି ଯେ ପିଏମଆଇ ଓ ଜିଏସଟି କଲେକ୍ସନ ଭଳି ହାଇଫ୍ରିକ୍ୱେନ୍ସୀ ସଂକେତକ ଏହା ଦେଖାଉଛନ୍ତି ଯେ ବୃଦ୍ଧି ଉଚିତ ଦିଗରେ ହେଉଛି। ସେ କହିଛନ୍ତି ଯେ ତଥାପି ମୁଦ୍ରାସ୍ପିତିକୁ ନେଇ ଚିନ୍ତା ଲାଗି ରହିଛି। ଦେଶରେ ଏବେ ଗ୍ରୀଷ୍ମ ଋତୁ ସାରା ଦେଶରେ ଗରମ ପଡିଥିବା ବେଳେ ପନିପରିବା ଦର ପ୍ରଭାବିତ ହୋଇଛି। ସେହିପରି ଉଦ୍ୟୋଗ ମଣ୍ଡଳ ଏସୋଚେମ୍ ମଧ୍ୟ ଆଗାମୀ ଏମପିସି ବୈଠକରେ ରେପୋ ହାର ଅପରିବର୍ତ୍ତିତ ରହିବ ବୋଲି ଆକଳନ କରୁଛନ୍ତି। 

ଆସୋଚେମ୍ ଅଧ୍ୟକ୍ଷ ସଞ୍ଜୟ ନାୟର କହିଛନ୍ତି ଯେ ଖୁଚୁରା ମୁଦ୍ରାସ୍ପିତି ୪ ପ୍ରତିଶତ ଉପରେ ରହିଛି। ଯଦି ବି ମୁଦ୍ରାସ୍ପିତି ହ୍ରାସ ହେବା ଆରମ୍ଭ ହେଲାଣି ତଥାପି ସେପ୍ଟେମ୍ବରରେ ମୌସୁମୀ ଅଧିବେଶନ ସମାପ୍ତ ହେବା ପରେ ବ୍ୟାପକ ଆର୍ଥିକ ସ୍ଥିତି ସ୍ପଷ୍ଟ ହୋଇପାରିବ। ସେହିପରି ଆଇସିଆରଏ ର ମୁଖ୍ୟ ଅର୍ଥଶାସ୍ତ୍ରୀ ଅଦିତି ନାୟର କହିଛନ୍ତି ଯେ ନିକଟରେ ମୁଦ୍ରାସ୍ପିତିର ହାର ଓ ଖାଦ୍ୟ ବସ୍ତୁର ଦର ପୂର୍ବାନୁମାନରୁ ଯାହା ଜଣାପଡୁଛି ଯଥାସ୍ଥିତି ଜାରି ରହିବ।