ଜୁଲାଇ ୧ରୁ ନୂଆ ଆପରାଧିକ ଆଇନ, ହଟିବ ବ୍ରିଟିଶ ଆଇନ

ଭୁବନେଶ୍ୱର,୧୪ା୬(ସତ୍ୟଜିତ୍‌ ରାଉତ): ଆସନ୍ତା ଜୁଲାଇ ୧ରୁ ଦେଶରେ ୩ ନୂଆ ଆପରାଧିକ ଆଇନ ଲାଗୁ ହେବ। ସେଗୁଡିକ ହେଲା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ। ବ୍ରିଟିଶ୍‌ ଅମଳରୁ ପ୍ରଚଳିତ ଆପରାଧିକ ଆଇନ ଇଣ୍ଡିଆନ ପେନାଲ କୋଡ୍‌ (ଆଇପିସି), କୋଡ ଅଫ୍‌ କ୍ରିମିନାଲ ପ୍ରୋସିଜିଓର (ସିଆର୍‌ପିସି) ଏବଂ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ପରିବର୍ତ୍ତେ ଦେଶରେ ଉପରୋକ୍ତ ୩ ନୂଆ ଆଇନ କାର୍ଯ୍ୟକାରୀ ହେବ। ତେବେ ଏହାପୂର୍ବରୁ ରାଜ୍ୟଗୁଡିକରେ ପ୍ରସ୍ତୁତି […] The post ଜୁଲାଇ ୧ରୁ ନୂଆ ଆପରାଧିକ ଆଇନ, ହଟିବ ବ୍ରିଟିଶ ଆଇନ appeared first on Dharitri Odia News.

ଜୁଲାଇ ୧ରୁ ନୂଆ ଆପରାଧିକ ଆଇନ, ହଟିବ ବ୍ରିଟିଶ ଆଇନ

ଭୁବନେଶ୍ୱର,୧୪ା୬(ସତ୍ୟଜିତ୍‌ ରାଉତ): ଆସନ୍ତା ଜୁଲାଇ ୧ରୁ ଦେଶରେ ୩ ନୂଆ ଆପରାଧିକ ଆଇନ ଲାଗୁ ହେବ। ସେଗୁଡିକ ହେଲା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ। ବ୍ରିଟିଶ୍‌ ଅମଳରୁ ପ୍ରଚଳିତ ଆପରାଧିକ ଆଇନ ଇଣ୍ଡିଆନ ପେନାଲ କୋଡ୍‌ (ଆଇପିସି), କୋଡ ଅଫ୍‌ କ୍ରିମିନାଲ ପ୍ରୋସିଜିଓର (ସିଆର୍‌ପିସି) ଏବଂ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ପରିବର୍ତ୍ତେ ଦେଶରେ ଉପରୋକ୍ତ ୩ ନୂଆ ଆଇନ କାର୍ଯ୍ୟକାରୀ ହେବ। ତେବେ ଏହାପୂର୍ବରୁ ରାଜ୍ୟଗୁଡିକରେ ପ୍ରସ୍ତୁତି ଆରମ୍ଭ ହୋଇଛି। ସ୍ବାରାଷ୍ଟ୍ର ମନ୍ତ୍ରାଳୟ ସଚିବଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍‌ ମୋଡରେ ଆୟୋଜିତ ଏହି ବୈଠକରେ ଓଡିଶା ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ଯୋଗ ଦେଇଥିଲେ। ଏଥିସହ ସମସ୍ତ ରାଜ୍ୟର ପୋଲିସ ଡିଜି, ମୁଖ୍ୟ ଶାସନ ସଚିବ, ଗୃହ ସଚିବ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ନୂଆ ଆଇନ କାର୍ଯ୍ୟକାରୀ କରିବାକୁ ବିସ୍ତୃତ ଆଲୋଚନା ହୋଇଛି। ଏନେଇ ଡିଜି ଅନୁଣ ଷଡ଼ଙ୍ଗୀ କହିଛନ୍ତି, ଏଥିପାଇଁ ଆମ ପକ୍ଷରୁ ଅଫଲାଇନ ଓ ଅନଲାଇନ୍‌ ଟ୍ରେନିଂ ଚାଲୁରହିଛି। କ୍ରାଇମ କ୍ରିମିନାଲ ନେଟୱର୍କ ସିଷ୍ଟମରେ ପରିବର୍ତ୍ତନ ଆବଶ୍ୟକତା ଥିବାବେଳେ ଏହା ଏନ୍‌ସିଆର୍‌ବି ଏହି କାମ କରୁଛି। ରାଜ୍ୟରେ ଏସ୍‌ସିଆର୍‌ବି ମଧ୍ୟ ସେହି ଦିଗରେ କାମ କରୁଛି। ଏହା ବ୍ୟତୀତ ଏହି ଆଇନକୁ କାର୍ଯ୍ୟକାରୀ କରିବାକୁ ଯେତେସବୁ ପ୍ରାବଧାନ ରହିଛି, ଆମ ପକ୍ଷରୁ ସେଥିପାଇଁ ପ୍ରସ୍ତୁତି ଚାଲିଛି। କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଓ ଅତିରିକ୍ତ ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ମଧ୍ୟ ଏକ ଷ୍ଟିଅରିଂ କମିଟି ହୋଇଛି। ଏହି ବୈଠକରେ ରାଜ୍ୟ ପୋଲିସ ପକ୍ଷରୁ ଆବଶ୍ୟକତା ଓ ପ୍ରସ୍ତୁତି ବିଷୟରେ ଅବଗତ କରାଯାଇଥିଲା ବୋଲି ଡିଜି କହିଛନ୍ତି। ତେବେ ଓଡିଶା ପକ୍ଷରୁ, କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି, ଏସ୍‌ସିଆର୍‌ବି ନିର୍ଦ୍ଦେଶକ, ଏଫ୍‌ଏସ୍‌ଏଲ ନିର୍ଦ୍ଦେଶକ, ଆଇଜି(ଟ୍ରେନିଂ) ଏହି ବୈଠକରେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୨୦ରେ ଲୋକସଭା ଓ ୨୧ରେ ରାଜ୍ୟସଭାରେ ଏହି ବିଲ୍‌ଗୁଡିକ ଗୃହୀତ ହୋଇଥିଲା। ଡିସେମ୍ବର ୨୫ରେ ରାଷ୍ଟ୍ରପତି ଏହି ୩ଟି ଅଧିନିୟମକୁ ମୋହର ମାରିବା ପରେ ଏଗୁଡିକ ଆଇନରେ ପରିଣତ ହୋଇଥିଲା।

The post ଜୁଲାଇ ୧ରୁ ନୂଆ ଆପରାଧିକ ଆଇନ, ହଟିବ ବ୍ରିଟିଶ ଆଇନ appeared first on Dharitri Odia News.