ଜୁଲାଇ ୨୨ରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ, ଜୁଲାଇ ୨୫ରେ ରାଜ୍ୟ ବଜେଟ୍‌

ଭୁବନେଶ୍ୱର: ଆସନ୍ତା ଜୁଲାଇ ୨୨ରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବ । ସେପ୍ଟେମ୍ୱର ୧୩ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଅଧିବେଶନ ଚାଲିବ । ଅଧିବେଶନର ତୃତୀୟ ଦିନ ଅର୍ଥାତ୍ ଜୁଲାଇ ୨୪ରେ ଉପବାଚସ୍ପତି ପଦ ପାଇଁ ନିର୍ବାଚନ ହେବ । ନେଇ ଏନେଇ ଶୁକ୍ରବାର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଜୁଲାଇ ୨୫ରେ ସପ୍ତଦଶ ବିଧାନସଭା ଅଧିବେଶନରେ ୨୦୨୪-୨୫ ପାଇଁ ବଜେଟ୍ ଉପସ୍ଥାପନ କରାଯିବ ।ଜୁଲାଇ ୨୨ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣ ରଖିବେ । ଏହାପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରାଯିବ । ଜୁଲାଇ ୨୩ରେ ଉପବାଚସ୍ପତି ନିର୍ବାଚନ ସମ୍ପର୍କୀତ ଘୋଷଣା କରାଯିବ । ଏହାସହ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରାଯିବ । ଜୁଲାଇ ୨୫ରେ ସପ୍ତଦଶ ବିଧାନସଭା ଅଧିବେଶନରେ ୨୦୨୪-୨୫ ପାଇଁ ବଜେଟ୍ ଉପସ୍ଥାପନ କରାଯିବ । ଏହାପରେ ଜୁଲାଇ ୨୯ରେ ବଜେଟ୍ ଉପରେ ସାଧାରଣ ଆଲୋଚନା କରାଯିବ ଏବଂ ଜୁଲାଇ ୩୦ରେ ବଜେଟ୍ ଉପରେ ସାଧାରଣ ଆଲୋଚନା, ଲେଖାନୁଦାନ ପ୍ରସ୍ତାବ ଏବଂ ଲେଖାନୁଦାନ ପ୍ରସ୍ତାବ ଉପରେ ଆଲୋଚନା ହେବ । ଦୁଇଟି ପର୍ଯ୍ୟାୟରେ ଚାଲିବାକୁ ଥିବା ଅଧିବେଶନ ସେପ୍ଟେମ୍ୱର ୧୩ରେ ଶେଷ ହେବ ।

ଜୁଲାଇ ୨୨ରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ, ଜୁଲାଇ ୨୫ରେ ରାଜ୍ୟ ବଜେଟ୍‌

ଭୁବନେଶ୍ୱର: ଆସନ୍ତା ଜୁଲାଇ ୨୨ରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବ । ସେପ୍ଟେମ୍ୱର ୧୩ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଅଧିବେଶନ ଚାଲିବ । ଅଧିବେଶନର ତୃତୀୟ ଦିନ ଅର୍ଥାତ୍ ଜୁଲାଇ ୨୪ରେ ଉପବାଚସ୍ପତି ପଦ ପାଇଁ ନିର୍ବାଚନ ହେବ । ନେଇ ଏନେଇ ଶୁକ୍ରବାର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଜୁଲାଇ ୨୫ରେ ସପ୍ତଦଶ ବିଧାନସଭା ଅଧିବେଶନରେ ୨୦୨୪-୨୫ ପାଇଁ ବଜେଟ୍ ଉପସ୍ଥାପନ କରାଯିବ ।

ଜୁଲାଇ ୨୨ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣ ରଖିବେ । ଏହାପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରାଯିବ । ଜୁଲାଇ ୨୩ରେ ଉପବାଚସ୍ପତି ନିର୍ବାଚନ ସମ୍ପର୍କୀତ ଘୋଷଣା କରାଯିବ । ଏହାସହ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରାଯିବ । ଜୁଲାଇ ୨୫ରେ ସପ୍ତଦଶ ବିଧାନସଭା ଅଧିବେଶନରେ ୨୦୨୪-୨୫ ପାଇଁ ବଜେଟ୍ ଉପସ୍ଥାପନ କରାଯିବ । ଏହାପରେ ଜୁଲାଇ ୨୯ରେ ବଜେଟ୍ ଉପରେ ସାଧାରଣ ଆଲୋଚନା କରାଯିବ ଏବଂ ଜୁଲାଇ ୩୦ରେ ବଜେଟ୍ ଉପରେ ସାଧାରଣ ଆଲୋଚନା, ଲେଖାନୁଦାନ ପ୍ରସ୍ତାବ ଏବଂ ଲେଖାନୁଦାନ ପ୍ରସ୍ତାବ ଉପରେ ଆଲୋଚନା ହେବ । ଦୁଇଟି ପର୍ଯ୍ୟାୟରେ ଚାଲିବାକୁ ଥିବା ଅଧିବେଶନ ସେପ୍ଟେମ୍ୱର ୧୩ରେ ଶେଷ ହେବ ।