ଜୁଲାଇରେ ବଢ଼ିଲା ଯାତ୍ରୀବାହୀ ଯାନ ବିକ୍ରି

ଭୁବନେଶ୍ୱର,୬।୮ (ଅନୁରାଧା ମହାରଣା): ଭାରତରେ କାର୍‌ ଗ୍ରାହକଙ୍କ ସଂଖ୍ୟା ବର୍ଷକୁ ବର୍ଷ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଅଟୋ ଇଣ୍ଡଷ୍ଟ୍ରିର ଏକ ସଂଗଠନ ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ (ଏଫ୍‌ଏଡିଏ) ଜୁଲାଇରେ ଖୁଚୁରା ବିକ୍ରୟ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ କୁହାଯାଇଛି ଯେ, ଗତ ବର୍ଷ ଜୁଲାଇ ତୁଳନାରେ ଚଳିତ ବର୍ଷ ଜୁଲାଇରେ କାର୍‌ ବିକ୍ରି ସଂଖ୍ୟା ବୃଦ୍ଧି ପାଇଛି। ରିପୋର୍ଟରେ କୁହାଯାଇଛି ଯେ, କମ୍ପାନୀଗୁଡ଼ିକ ବିଭିନ୍ନ ଯାନବାହନର ନୂତନ ମଡେଲ ଏବଂ ବୃହତ […] The post ଜୁଲାଇରେ ବଢ଼ିଲା ଯାତ୍ରୀବାହୀ ଯାନ ବିକ୍ରି appeared first on Dharitri Odia News.

ଜୁଲାଇରେ ବଢ଼ିଲା ଯାତ୍ରୀବାହୀ ଯାନ ବିକ୍ରି

ଭୁବନେଶ୍ୱର,୬।୮ (ଅନୁରାଧା ମହାରଣା): ଭାରତରେ କାର୍‌ ଗ୍ରାହକଙ୍କ ସଂଖ୍ୟା ବର୍ଷକୁ ବର୍ଷ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଅଟୋ ଇଣ୍ଡଷ୍ଟ୍ରିର ଏକ ସଂଗଠନ ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ (ଏଫ୍‌ଏଡିଏ) ଜୁଲାଇରେ ଖୁଚୁରା ବିକ୍ରୟ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ କୁହାଯାଇଛି ଯେ, ଗତ ବର୍ଷ ଜୁଲାଇ ତୁଳନାରେ ଚଳିତ ବର୍ଷ ଜୁଲାଇରେ କାର୍‌ ବିକ୍ରି ସଂଖ୍ୟା ବୃଦ୍ଧି ପାଇଛି। ରିପୋର୍ଟରେ କୁହାଯାଇଛି ଯେ, କମ୍ପାନୀଗୁଡ଼ିକ ବିଭିନ୍ନ ଯାନବାହନର ନୂତନ ମଡେଲ ଏବଂ ବୃହତ ରିହାତି ପ୍ରଦାନ କରିବା ପରେ ଲୋକମାନେ ବହୁ ସଂଖ୍ୟାରେ ଗାଡି କିଣିଛନ୍ତି। ନୂତନ ମଡେଲ ଲଞ୍ଚ ଏବଂ ରିହାତି ବୃଦ୍ଧି ହେତୁ ଜୁଲାଇରେ ଭାରତରେ ଯାତ୍ରୀବାହୀ ଯାନଗୁଡ଼ିକର ଖୁଚୁରା ବିକ୍ରି ବର୍ଷ ତୁଳନାରେ ୧୦ ପ୍ରତିଶତ ବୃଦ୍ଧି ପାଇଛି।
ସୋମବାର ପ୍ରକାଶିତ ଏହି ରିପୋର୍ଟରେ ଏଫ୍‌ଏଡିଏ ଦର୍ଶାଇଛି ଯେ, ଜୁଲାଇରେ ମୋଟ ଯାତ୍ରୀବାହୀ ଯାନ ଖୁଚୁରା ବିକ୍ରି ୩,୨୦,୧୨୯ ୟୁନିଟକୁ ବୃଦ୍ଧି ପାଇଥିବାବେଳେ ଜୁଲାଇ ୨୦୨୩ରେ ଏହା ୨,୯୦,୫୬୪ ୟୁନିଟ ଥିଲା। ଭଲ ଉତ୍ପାଦ ଉପଲବ୍ଧତା, ଆକର୍ଷଣୀୟ ଯୋଜନା ଏବଂ ବିଭିନ୍ନ ପ୍ରକାରର ଉତ୍ପାଦରୁ ଡିଲରମାନେ ଉପକୃତ ହୋଇଥିବା ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପଟେ ବାଇକ୍‌, ସ୍କୁଟି ଆଦି ଦୁଇ ଚକିଆ ଯାନର ଖୁଚୁରା ବିକ୍ରି ଜୁଲାଇରେ ୧୭ ପ୍ରତିଶତ ବୃଦ୍ଧି ହୋଇ ୧୪,୪୩,୪୬୩ ୟୁନିଟରେ ପହଞ୍ଚିଛି। ଏହା ଜୁଲାଇ ୨୦୨୩ରେ ୧୨,୩୧,୯୩୦ ୟୁନିଟ ଥିଲା। ବାଣିଜି୍ୟକ ଯାନଗୁଡ଼ିକର ଖୁଚୁରା ବିକ୍ରି ଗତ ବର୍ଷ ତୁଳନାରେ ୭% ବୃଦ୍ଧି ପାଇ ଜୁଲାଇରେ ୮୦,୦୫୭ ୟୁନିଟରେ ପହଞ୍ଚିଛି। ତେବେ ଟ୍ରାକ୍ଟର ବିକ୍ରି ଗତ ବର୍ଷ ତୁଳନାରେ ୧୨ ପ୍ରତିଶତ ହ୍ରାସ ପାଇ ଜୁଲାଇରେ ୭୯,୯୭୦ ୟୁନିଟରେ ପହଞ୍ଚିଛି। ଜୁଲାଇ ମାସ ପାଇଁ ରିପୋର୍ଟ ପ୍ରସ୍ତୁତ କରିବାକୁ ଏଫ୍‌ଏଡିଏ ଦେଶର ୧,୬୪୫ ଆରଟିଓ ମଧ୍ୟରୁ ୧,୫୬୮ରୁ ଗାଡି ପଞ୍ଜୀକରଣ ତଥ୍ୟ ସଂଗ୍ରହ କରିଛି।

The post ଜୁଲାଇରେ ବଢ଼ିଲା ଯାତ୍ରୀବାହୀ ଯାନ ବିକ୍ରି appeared first on Dharitri Odia News.