ଜୁଲାଇରେ ୧୦.୩ ପ୍ରତିଶତ ବଢ଼ିଲା ଜିଏସଟି ସଂଗ୍ରହ, ୧.୮୨ ଲକ୍ଷ କୋଟି ଟପିଲା କଲେକ୍ସନ

ନୂଆଦିଲ୍ଲୀ: ଜୁଲାଇରେ ରେକର୍ଡ ସଂଖ୍ୟକ ଜିଏସଟି ସଂଗ୍ରହ। ଚଳିତ ବର୍ଷ ଜୁଲାଇରେ ହୋଇଥିବା ଜିଏସଟି ସଂଗ୍ରହ ବାର୍ଷିକ ତୁଳନାରେ ୧୦.୩ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ତଥ୍ୟ ଅନୁଯାୟୀ, ଜୁଲାଇରେ ୧,୮୨,୦୭୫ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି।ଗୁରୁବାର ଜାରି ତଥ୍ୟ ଅନୁଯାୟୀ, ଏଥିରେ ୩୨,୩୮୬ କୋଟି ଟଙ୍କାର ସିଜିଏସଟି, ୪୦,୨୮୯ କୋଟି ଟଙ୍କାର ଏସଜିଏସଟି, ୯୬୪୪୭ କୋଟି ଟଙ୍କାର ଆଇଜିଏସଟି ରହିଛି। ଏହା ସହ ଆମଦାନୀ ଉପରେ ପ୍ରାୟ ୪୭ ହଜାର କୋଟିର ଟିକସ ମଧ୍ୟ ରହିଛି। ଏହା ସହ ଜିଏସଟି ନିର୍ଦ୍ଦେଶାଳୟର ତଥ୍ୟ ଅନୁଯାୟୀ, ଜୁଲାଇରେ ସମୁଦାୟ ୧୬,୨୮୩ କୋଟି ଟଙ୍କାର ରିଫଣ୍ଡ ରହିଥିଲା।ଆଉ ଏହି ରିଫଣ୍ଡ ପରେ ଶୁଦ୍ଧ ଜିଏସଟି ସଂଗ୍ରହ ୧୪.୪ ପ୍ରତିଶତ ବଢ଼ି ୧,୬୫,୭୯୩ କୋଟି ଟଙ୍କା ରହିଛି। 

ଜୁଲାଇରେ ୧୦.୩ ପ୍ରତିଶତ ବଢ଼ିଲା ଜିଏସଟି ସଂଗ୍ରହ, ୧.୮୨ ଲକ୍ଷ କୋଟି ଟପିଲା କଲେକ୍ସନ

ନୂଆଦିଲ୍ଲୀ: ଜୁଲାଇରେ ରେକର୍ଡ ସଂଖ୍ୟକ ଜିଏସଟି ସଂଗ୍ରହ। ଚଳିତ ବର୍ଷ ଜୁଲାଇରେ ହୋଇଥିବା ଜିଏସଟି ସଂଗ୍ରହ ବାର୍ଷିକ ତୁଳନାରେ ୧୦.୩ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ତଥ୍ୟ ଅନୁଯାୟୀ, ଜୁଲାଇରେ ୧,୮୨,୦୭୫ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି।

ଗୁରୁବାର ଜାରି ତଥ୍ୟ ଅନୁଯାୟୀ, ଏଥିରେ ୩୨,୩୮୬ କୋଟି ଟଙ୍କାର ସିଜିଏସଟି, ୪୦,୨୮୯ କୋଟି ଟଙ୍କାର ଏସଜିଏସଟି, ୯୬୪୪୭ କୋଟି ଟଙ୍କାର ଆଇଜିଏସଟି ରହିଛି। ଏହା ସହ ଆମଦାନୀ ଉପରେ ପ୍ରାୟ ୪୭ ହଜାର କୋଟିର ଟିକସ ମଧ୍ୟ ରହିଛି। 

ଏହା ସହ ଜିଏସଟି ନିର୍ଦ୍ଦେଶାଳୟର ତଥ୍ୟ ଅନୁଯାୟୀ, ଜୁଲାଇରେ ସମୁଦାୟ ୧୬,୨୮୩ କୋଟି ଟଙ୍କାର ରିଫଣ୍ଡ ରହିଥିଲା।ଆଉ ଏହି ରିଫଣ୍ଡ ପରେ ଶୁଦ୍ଧ ଜିଏସଟି ସଂଗ୍ରହ ୧୪.୪ ପ୍ରତିଶତ ବଢ଼ି ୧,୬୫,୭୯୩ କୋଟି ଟଙ୍କା ରହିଛି।