ଜୁସ୍‌ରେ ପରିସ୍ରା ମିଶାଉଥିଲେ ଦୋକାନୀ, ବାନ୍ଧିଲା ପୁଲିସ୍‌

ହଠାତ୍‌ ଉକ୍ତ ଦୋକାନ ଉପରେ ଚଢ଼ାଉ କରି ପୁଲିସ୍‌ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଏକ ଥଳି ପରିସ୍ରା ଥିବା ବେଳେ ତାହାକୁ ଜବତ କରାଯାଇଛି।

ଜୁସ୍‌ରେ ପରିସ୍ରା ମିଶାଉଥିଲେ ଦୋକାନୀ, ବାନ୍ଧିଲା ପୁଲିସ୍‌

ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାର ଲୋନି ବର୍ଡରରେ ଜଣେ ଜୁସ୍‌ ଦୋକାନୀ ଜୁସ୍‌ରେ ପରିସ୍ରା ମିଶାଉଥିବା ଜଣାପଡ଼ିଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା।

ଏହାପରେ ହଠାତ୍‌ ଉକ୍ତ ଦୋକାନ ଉପରେ ଚଢ଼ାଉ କରି ପୁଲିସ୍‌ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଏକ ଥଳି ପରିସ୍ରା ଥିବା ବେଳେ ତାହାକୁ ଜବତ କରାଯାଇଛି। ଏନେଇ ଦୋକାନୀଙ୍କୁ ପଚରାଉଚରା କରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ।

ଫଳରେ ତୁରନ୍ତ ପୁଲିସ୍‌ ତାଙ୍କୁ ଗିରଫ କରିଥିବା ବେଳେ ତାଙ୍କ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣା ପ୍ରଚାରିତ ହେବା ପରେ ଲୋକେ ଆଉ ଜୁସ୍‌ ପିଇବାକୁ ମନ ବଳାଉ ନାହାନ୍ତି।

କିଛି ଦିନ ପୂର୍ବରୁ ଭାଇରାଲ ହୋଇଥିବା ଏକ ଭିଡିଓରେ ଏକ ଢାବାରେ ଜଣେ ବ୍ୟକ୍ତି ତନ୍ତୁରୀ ରୁଟି ସେକୁଥିବା ବେଳେ ସେଥିରେ ଛେପ ମାରୁଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ତୀବ୍ର ଅନ୍ତୋଷ ପ୍ରକାଶ ପାଇଥିଲା।