ଜେଇଇ ଆଡଭାନସଡ ପରୀକ୍ଷା ଫଳ, କିଟ ଇଣ୍ଟରନ୍ୟାସନାଲ ସ୍କୁଲର ୧୩ ଜଣ ଆଇଆଇଟିରେ ପ୍ରବେଶ ପାଇଁ ମନୋନୀତ

ଭୁବନେଶ୍ୱର : ଜେଇଇ ଆଡଭାନସଡ ୨୦୨୫ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ କିଟ ଇଣ୍ଟରନ୍ୟାସନାଲ ସ୍କୁଲ ପୁଣି ଥରେ ଏହାର ଶିକ୍ଷାଗତ ଉତ୍କର୍ଷତା ପ୍ରମାଣିତ କରିଛି । କିଟ ଇଣ୍ଟରନ୍ୟାସନାଲ ସ୍କୁଲର ୧୩ ଜଣ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍ ୨୦୨୫ରେ ପ୍ରତିଷ୍ଠିତ ଭାରତର ପ୍ରମୁଖ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଆଇଆଇଟିରେ ପ୍ରବେଶ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଆଜି ଘୋଷଣା ହୋଇଥିବା ଫଳାଫଳ ଅନୁସାରେ ହଂସ ଦାରୁକା ରାଜ୍ୟ ଟପ୍ପର ହୋଇଛନ୍ତି । ସର୍ବଭାରତୀୟ […] The post ଜେଇଇ ଆଡଭାନସଡ ପରୀକ୍ଷା ଫଳ, କିଟ ଇଣ୍ଟରନ୍ୟାସନାଲ ସ୍କୁଲର ୧୩ ଜଣ ଆଇଆଇଟିରେ ପ୍ରବେଶ ପାଇଁ ମନୋନୀତ appeared first on KNews Odisha.

ଜେଇଇ ଆଡଭାନସଡ ପରୀକ୍ଷା ଫଳ, କିଟ ଇଣ୍ଟରନ୍ୟାସନାଲ ସ୍କୁଲର ୧୩ ଜଣ ଆଇଆଇଟିରେ ପ୍ରବେଶ ପାଇଁ ମନୋନୀତ
kiit

ଭୁବନେଶ୍ୱର : ଜେଇଇ ଆଡଭାନସଡ ୨୦୨୫ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ କିଟ ଇଣ୍ଟରନ୍ୟାସନାଲ ସ୍କୁଲ ପୁଣି ଥରେ ଏହାର ଶିକ୍ଷାଗତ ଉତ୍କର୍ଷତା ପ୍ରମାଣିତ କରିଛି । କିଟ ଇଣ୍ଟରନ୍ୟାସନାଲ ସ୍କୁଲର ୧୩ ଜଣ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍ ୨୦୨୫ରେ ପ୍ରତିଷ୍ଠିତ ଭାରତର ପ୍ରମୁଖ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଆଇଆଇଟିରେ ପ୍ରବେଶ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଆଜି ଘୋଷଣା ହୋଇଥିବା ଫଳାଫଳ ଅନୁସାରେ ହଂସ ଦାରୁକା ରାଜ୍ୟ ଟପ୍ପର ହୋଇଛନ୍ତି ।

ସର୍ବଭାରତୀୟ ରାଙ୍କ ୩୯ରେ ରହି ସେ କିଟ ଇଣ୍ଟରନ୍ୟାସନାଲ ସ୍କୁଲ ପାଇଁ ଗର୍ବ ଆଣିଛନ୍ତି । ସ୍କୁଲର ଅନ୍ୟ ନଅ ଜଣ ଛାତ୍ରଛାତ୍ରୀ ମଧ୍ୟ ଏଥିରେ ରାଙ୍କ ହାସଲ କରି ଆଇଆଇଟିରେ ପ୍ରବେଶ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ସେହିପରି ସ୍କୁଲର ଅନ୍ୟ ସଫଳ ପ୍ରାର୍ଥୀମାନେ ହେଉଛନ୍ତି ସମ୍ମାନ ପୋଦ୍ଦାର, ଶ୍ରେୟସ ସାମନ୍ତରାୟ, ସ୍ଵୟମ କୃଷ୍ଣ ମନୋହରୀ, ଆଦିତ୍ୟ ନାୟକ, କୃଷ୍ଣସୁ ମହାନ୍ତି, ରଶ୍ମୀ ରଂଜନ ବସ୍ତିଆ, ଅମୃତାଂଶୁ ଦାଶ,ପ୍ରଭୁଦତ୍ତ ପୁଷ୍ଟି, ସାଇ ସର୍ବେଶ ଥାଟୋଇ, ଋଗବେଦ ସାଇ ମହାରଥୀ, ସାତ୍ୱିକ ମିଶ୍ର, ଏବଂ ହର୍ଷବର୍ଦ୍ଧନ ସିଂହ ଶିଦାର ।

ଏହି ସଫଳତା କିଟ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ରଛାତ୍ରୀଙ୍କ ଉତ୍ସର୍ଗ, କଠିନ ପରିଶ୍ରମର ପ୍ରମାଣ ଓ କିଟ ଇଣ୍ଟରନ୍ୟାସନାଲ ସ୍କୁଲରେ ଉଚ୍ଚମାନର ଶୈକ୍ଷିକ ବ୍ୟବସ୍ଥା ପ୍ରତିପାଦିତ କରୁଛି। ଏହି ଖବରରେ କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସମସ୍ତ ସଫଳ ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ଓ କିଟ ଇଣ୍ଟରନ୍ୟାସନାଲ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସେମାନଙ୍କ ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହା ସହ ସ୍କୁଲର ଚେୟାରପର୍ଶନ ଡ ମୋନାଲିସା ବଳ ଓ ଅଧ୍ୟକ୍ଷ ଡ ସଞ୍ଜୟ ସୁଆରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

The post ଜେଇଇ ଆଡଭାନସଡ ପରୀକ୍ଷା ଫଳ, କିଟ ଇଣ୍ଟରନ୍ୟାସନାଲ ସ୍କୁଲର ୧୩ ଜଣ ଆଇଆଇଟିରେ ପ୍ରବେଶ ପାଇଁ ମନୋନୀତ appeared first on KNews Odisha.