ଜେଏସ୍ଏଲ୍ର ନୂଆ ମାଇଲଖୁଣ୍ଟ
ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଅଗ୍ରଣୀ ଷ୍ଟେନ୍ଲେସ୍ ଇସ୍ପାତ ଉତ୍ପାଦନକାରୀ ‘ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ ବା ଜେଏସ୍ଏଲ୍’କୁ ନିକଟରେ ଆଉ ମାନ୍ୟତ୍ୟ ପ୍ରଦାନ କରାଯାଇଛି। ଏପରିକି କମ୍ପାନୀ ଅତ୍ୟାଧୁନିକ ଜ୍ଞାନକୌଶଳରେ ଏକ ନୂତନ ଉତ୍ପାଦ ତଥା ୩ ଏମ୍ଏମ୍ର ସ୍ବତନ୍ତ୍ର ଆଲଏ ଷ୍ଟିଲ୍ ବିକଶିତକରି ନୂଆ ମାଇଲଖୁଣ୍ଟ ହାସଲ କରିଛି। ବିଶେଷକରି ନୌସେନାର ବୁଡ଼ାଜାହାଜ ବିରୋଧୀ ଯୁଦ୍ଧ କ୍ଷମତା ବୃଦ୍ଧି ଉଦ୍ଦେଶ୍ୟରେ ସୁପରସୋନିକ୍ ମିଶାଇଲ ଆସିଷ୍ଟେଡ୍ ରିଲିଜ ଅଫ୍ ଟର୍ପେଡୋ ବା ସ୍ମାର୍ଟ ପ୍ରଣାଳୀରେ […] The post ଜେଏସ୍ଏଲ୍ର ନୂଆ ମାଇଲଖୁଣ୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଅଗ୍ରଣୀ ଷ୍ଟେନ୍ଲେସ୍ ଇସ୍ପାତ ଉତ୍ପାଦନକାରୀ ‘ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ ବା ଜେଏସ୍ଏଲ୍’କୁ ନିକଟରେ ଆଉ ମାନ୍ୟତ୍ୟ ପ୍ରଦାନ କରାଯାଇଛି। ଏପରିକି କମ୍ପାନୀ ଅତ୍ୟାଧୁନିକ ଜ୍ଞାନକୌଶଳରେ ଏକ ନୂତନ ଉତ୍ପାଦ ତଥା ୩ ଏମ୍ଏମ୍ର ସ୍ବତନ୍ତ୍ର ଆଲଏ ଷ୍ଟିଲ୍ ବିକଶିତକରି ନୂଆ ମାଇଲଖୁଣ୍ଟ ହାସଲ କରିଛି। ବିଶେଷକରି ନୌସେନାର ବୁଡ଼ାଜାହାଜ ବିରୋଧୀ ଯୁଦ୍ଧ କ୍ଷମତା ବୃଦ୍ଧି ଉଦ୍ଦେଶ୍ୟରେ ସୁପରସୋନିକ୍ ମିଶାଇଲ ଆସିଷ୍ଟେଡ୍ ରିଲିଜ ଅଫ୍ ଟର୍ପେଡୋ ବା ସ୍ମାର୍ଟ ପ୍ରଣାଳୀରେ ପ୍ରୟୋଗ ପାଇଁ ୩ ଏମ୍ଏମ୍ର ସ୍ବତନ୍ତ୍ର ଆଲଏ ଷ୍ଟିଲ୍ ସିଟ୍ ବିକଶିତ କରାଯାଇଛି। ସେହିଭଳି ଦେଶର ସାମରିକ ଗବେଷଣା ଶାଖା ଡିଆର୍ଡିଓ(ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେଶନ ବା ଡିଆର୍ଡିଓ)କୁ ପରବର୍ତ୍ତୀ ପିଢ଼ିର କ୍ଷେପଣାସ୍ତ୍ର ଆଧାରିତ ହାଲୁକା ଓଜନର ଟର୍ପେଡୋ ଡେଲିଭରି ସିଷ୍ଟମରେ ଉଡ଼ାଣ ପ୍ରୟୋଗ ପାଇଁ ବ୍ୟବହୃତ ସ୍ବତନ୍ତ୍ର ଗ୍ରେଡ୍ ସିଟ୍ ଜେଏସ୍ଏଲ୍ ପକ୍ଷରୁ ଯୋଗାଇ ଦିଆଯାଉଛି। ଜିନ୍ଦଲ ଷ୍ଟେନ୍ଲେସ୍ (ଜେଏସ୍ଏଲ୍)ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ନିକଟରେ ନୌସେନାର ସ୍ମାର୍ଟ ସିଷ୍ଟମର ସଫଳ ଉଡ଼ାଣ ପରୀକ୍ଷଣ ହୋଇଯାଇଛି। ଭାରତର ପ୍ରତିରକ୍ଷା କ୍ଷମତାରେ ହାଲୁକା ଓଜନର ଟର୍ପେଡୋର ପାରମ୍ପରିକ ପରିସରଠାରୁ ଊଦ୍ଧର୍ବରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ସର୍ବୋଚ୍ଚ ଗୁଣବତ୍ତା ଓ ଭରସାଯୋଗ୍ୟ ସାମଗ୍ରୀ ଯୋଗାଣ କରିଥାଉ ଏବଂ କ୍ୟାନିଷ୍ଟର-ବେସ୍ଡ ମିଶାଇଲ ସିଷ୍ଟମ ମାଧ୍ୟମରେ ଭାରତୀୟ ନୌସେନାକୁ ସୁଦୃଢ଼ କରିବାରେ ଯୋଗଦାନ କରିପାରିଥିବାରୁ ଆମେ ବେଶ୍ ଉତ୍ସାହିତ ଓ ଗର୍ବିତ ଅଛୁ।
The post ଜେଏସ୍ଏଲ୍ର ନୂଆ ମାଇଲଖୁଣ୍ଟ appeared first on Dharitri Odia News.