ଜେଏସ୍‌ଡବ୍ଲ୍ୟୁ ଗ୍ରୀନ୍‌ ଏନର୍ଜି ସହ ଇମ୍ଫାର ବୁଝାମଣା

ଭୁବନେଶ୍ୱର,୧୯।୧୨: ଇଣ୍ଡିଆ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜେ (ଇମ୍ଫା) ଲିମିଟେଡ୍‌ ଏବଂ ଜେଏସ୍‌ଡବ୍ଲ୍ୟୁ ଗ୍ରୀନ୍‌ ଏନର୍ଜି ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଇମ୍ପାର ସ୍ମେଲଟର ୟୁନିଟ୍‌ ଲାଗି ଅକ୍ଷୟ ଶକ୍ତି ସଂଗ୍ରହ କରିବା ନିମନ୍ତେ ଜେଏସ୍‌ଡବ୍ଲ୍ୟୁ ଏନର୍ଜି ସହ କମ୍ପାନୀ ଏକ ଯୌଥ ଉଦ୍ୟୋଗ ସମ୍ପର୍କରେ ଘୋଷଣା କରିଛି। ଏପରିକି ଇମ୍ଫା ପକ୍ଷରୁ ଜେଏସ୍‌ଡବ୍ଲ୍ୟୁ ଗ୍ରୀନ୍‌ ଏନର୍ଜି ୱାନ ଲିମିଟେଡ୍‌ ଓ ଜେଏସ୍‌ଡବ୍ଲ୍ୟୁ ଗ୍ରୀନ୍‌ ଏନର୍ଜି ସେଭେନ ଲିମିଟେଡ୍‌ ସହ ଏକ ଚୁକ୍ତିିନାମା […] The post ଜେଏସ୍‌ଡବ୍ଲ୍ୟୁ ଗ୍ରୀନ୍‌ ଏନର୍ଜି ସହ ଇମ୍ଫାର ବୁଝାମଣା appeared first on Dharitri Odia News.

ଜେଏସ୍‌ଡବ୍ଲ୍ୟୁ ଗ୍ରୀନ୍‌ ଏନର୍ଜି ସହ ଇମ୍ଫାର ବୁଝାମଣା

ଭୁବନେଶ୍ୱର,୧୯।୧୨: ଇଣ୍ଡିଆ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜେ (ଇମ୍ଫା) ଲିମିଟେଡ୍‌ ଏବଂ ଜେଏସ୍‌ଡବ୍ଲ୍ୟୁ ଗ୍ରୀନ୍‌ ଏନର୍ଜି ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଇମ୍ପାର ସ୍ମେଲଟର ୟୁନିଟ୍‌ ଲାଗି ଅକ୍ଷୟ ଶକ୍ତି ସଂଗ୍ରହ କରିବା ନିମନ୍ତେ ଜେଏସ୍‌ଡବ୍ଲ୍ୟୁ ଏନର୍ଜି ସହ କମ୍ପାନୀ ଏକ ଯୌଥ ଉଦ୍ୟୋଗ ସମ୍ପର୍କରେ ଘୋଷଣା କରିଛି। ଏପରିକି ଇମ୍ଫା ପକ୍ଷରୁ ଜେଏସ୍‌ଡବ୍ଲ୍ୟୁ ଗ୍ରୀନ୍‌ ଏନର୍ଜି ୱାନ ଲିମିଟେଡ୍‌ ଓ ଜେଏସ୍‌ଡବ୍ଲ୍ୟୁ ଗ୍ରୀନ୍‌ ଏନର୍ଜି ସେଭେନ ଲିମିଟେଡ୍‌ ସହ ଏକ ଚୁକ୍ତିିନାମା ସ୍ବାକ୍ଷର କରାଯାଇଛି। ବିଶେଷକରି ଏହା ୫୦ ମେଗାୱାଟର ଏସି ସୋଲାର ଓ ୧୦୦ ମେଗାୱାର ପବନ ଶକ୍ତି ସହ ମୋଟ ଚୁକ୍ତି ଆଧାରିତ କ୍ଷମତା ୭୦ ମେଗାୱାଟ୍‌ ପ୍ରକଳ୍ପରେ ୮୩.୨୬ କୋଟି ଟଙ୍କା ନିବେଶ କରିବ। ଏଥିସହ ଇମ୍ଫା ପକ୍ଷରୁ ନିଜସ୍ବ ବ୍ୟବହାର ଲାଗି ୨୫ବର୍ଷିଆ ଅବଧିର ଏକ ବିଦ୍ୟୁତ୍‌ ଶକ୍ତି କ୍ରୟ ରାଜିନାମା ସ୍ବାକ୍ଷର କରାଯିବ। ଇମ୍ଫା ପକ୍ଷରୁ ଯାଜପୁରର କଳିଙ୍ଗନଗରଠାରେ ବାର୍ଷିକ ୧,୦୦,୦୦୦ ଟନ୍‌ କ୍ଷମତା ବିଶିଷ୍ଟ ଏକ ନୂଆ କାରଖାନା ସ୍ଥାପନ କରାଯାଉଛି। ଏହା କମ୍ପାନୀର ଫେରୋକ୍ରୋମ ଉତ୍ପାଦନ କ୍ଷମତାକୁ ବଢାଇବ ବୋଲି ଆଶା କରାଯାଉଛି।
ଏ ସମ୍ପର୍କରେ ଇମ୍ଫାର ଭାଇସ୍‌ ପ୍ରେସିଡେଣ୍ଟ ତଥା ହେଡ୍‌ (ପାୱାର ବିଜ୍‌ନେସ୍‌ ୟୁନିଟ୍‌) ବିନୟ ଅଗ୍ରୱାଲ କହିଛନ୍ତି, କାର୍ବନ ଫୁଟ୍‌ ପ୍ରିଣ୍ଟ କମ କରିବା ଲାଗି ଅକ୍ଷୟ ଶକ୍ତି ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ସୌର ଓ ପବନ ଶକ୍ତିର ମିଶ୍ରଣ ସହ ଆମେ ଏକ ସବୁଜ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛୁ ବୋଲି ସେ କହିଛନ୍ତି।

The post ଜେଏସ୍‌ଡବ୍ଲ୍ୟୁ ଗ୍ରୀନ୍‌ ଏନର୍ଜି ସହ ଇମ୍ଫାର ବୁଝାମଣା appeared first on Dharitri Odia News.