ଜେଏସ୍‌ଡବ୍ଲ୍ୟୁ ପେଣ୍ଟ୍‌ସର ନୂତନ ଅଭିଯାନ

ନୂଆଦିଲ୍ଲୀ,୧୯।୮: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଜେଏସ୍‌ଡବ୍ଲ୍ୟୁ ପେଣ୍ଟ୍‌ସର ନୂତନ ଅଭିଯାନ ଏବଂ ଟିଭି କମର୍ସିଆଲ (ଟିଭିସି)ର ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଏକ ସିନେମା ଜରିଆରେ ଭାରତର ସ୍ବାଧୀନତା ଦିବସକୁ ସ୍ବତନ୍ତ୍ର ଭାବେ ପାଳନ କରାଯାଇଛି, ଯେଉଁଥିରେ ଭାରତୀୟ ଜାତୀୟ ପତାକାର ରଙ୍ଗକୁ ତୋଳି ଧରାଯାଇଛି। ଟିବିଡବ୍ଲ୍ୟୁଏ ଇଣ୍ଡିଆ ପକ୍ଷରୁ ପରିକଳ୍ପନା କରାଯାଇଥିବା ଏହି ଅଭିଯାନ ଜରିଆରେ ଭାରତୀୟ ଜାତୀୟ ପତାକାକୁ ଭିନ୍ନ ଦୃଷ୍ଟିକୋଣରେ ଉପସ୍ଥାପନ କରାଯାଇଛି, ଯାହା ରଙ୍ଗର ବିବିଧତାକୁ ପାଳନ କରୁଛି। […] The post ଜେଏସ୍‌ଡବ୍ଲ୍ୟୁ ପେଣ୍ଟ୍‌ସର ନୂତନ ଅଭିଯାନ appeared first on Dharitri Odia News.

ଜେଏସ୍‌ଡବ୍ଲ୍ୟୁ ପେଣ୍ଟ୍‌ସର ନୂତନ ଅଭିଯାନ

ନୂଆଦିଲ୍ଲୀ,୧୯।୮: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଜେଏସ୍‌ଡବ୍ଲ୍ୟୁ ପେଣ୍ଟ୍‌ସର ନୂତନ ଅଭିଯାନ ଏବଂ ଟିଭି କମର୍ସିଆଲ (ଟିଭିସି)ର ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଏକ ସିନେମା ଜରିଆରେ ଭାରତର ସ୍ବାଧୀନତା ଦିବସକୁ ସ୍ବତନ୍ତ୍ର ଭାବେ ପାଳନ କରାଯାଇଛି, ଯେଉଁଥିରେ ଭାରତୀୟ ଜାତୀୟ ପତାକାର ରଙ୍ଗକୁ ତୋଳି ଧରାଯାଇଛି। ଟିବିଡବ୍ଲ୍ୟୁଏ ଇଣ୍ଡିଆ ପକ୍ଷରୁ ପରିକଳ୍ପନା କରାଯାଇଥିବା ଏହି ଅଭିଯାନ ଜରିଆରେ ଭାରତୀୟ ଜାତୀୟ ପତାକାକୁ ଭିନ୍ନ ଦୃଷ୍ଟିକୋଣରେ ଉପସ୍ଥାପନ କରାଯାଇଛି, ଯାହା ରଙ୍ଗର ବିବିଧତାକୁ ପାଳନ କରୁଛି। ସେହିଭଳି ଡିଜିଟାଲ୍‌ ପ୍ଲାଟଫର୍ମଗୁଡ଼ିକରେ ଏହି ଅଭିଯାନକୁ ଉନ୍ମୋଚନ କରାଯାଇଛି। ଏହି ଅଭିଯାନ ଜରିଆରେ ଜାତୀୟ ପତାକାରେ ଥିବା ତିନିଟି ରଙ୍ଗ ମଧ୍ୟରୁ ପ୍ରତି ରଙ୍ଗକୁ ଏକତା, ଗୌରବ ଓ ଜାତୀୟ ସଫଳତାର ପ୍ରତୀକ ଭାବେ ଜେଏସ୍‌ଡବ୍ଲ୍ୟୁ ପେଣ୍ଟ୍‌ସ ଉପସ୍ଥାପନ କରିଛି।
ଜେଏସ୍‌ଡବ୍ଲ୍ୟୁ ପେଣ୍ଟ୍‌ସର ଯୁଗ୍ମ ଏମ୍‌ଡି ତଥା ସିଇଓ ଏ. ଏସ. ସୁନ୍ଦରେସନ କହିଛନ୍ତି,ଆମ ସ୍ବାଧୀନତା ଦିବସ ଅଭିଯାନ ଆମର ଜାତୀୟ ପରିଚୟ ସୃଷ୍ଟି କରୁଥିବା ରଙ୍ଗକୁ ପାଳନ କରୁଛି। ଯେଉଁ ରଙ୍ଗ ଦେଶକୁ ଏକାଠି କରିଥାଏ ଏବଂ ଆମେ ଯାହା କରିଥାଉ ସେଥିରେ ଗର୍ବ ଜାଗ୍ରତ କରୁଛି। ଏହା ଆତ୍ମ ଚିନ୍ତାଶୀଳ ହେବା ଏବଂ ପ୍ରତ୍ୟେକ ରଙ୍ଗ ପଛରେ ଥିବା କାହାଣୀକୁ ସାମ୍ନାକୁ ଆଣିବାର ଲକ୍ଷ୍ୟକୁ ପ୍ରତିଫଳିତ କରୁଛି।

The post ଜେଏସ୍‌ଡବ୍ଲ୍ୟୁ ପେଣ୍ଟ୍‌ସର ନୂତନ ଅଭିଯାନ appeared first on Dharitri Odia News.