ଜେଏସ୍ଡବ୍ଲ୍ୟୁ ସ୍ପୋଟର୍ସ କ୍ରିକେଟ ନିର୍ଦ୍ଦେଶକ ଭାବେ ଗାଙ୍ଗୁଲି ନିଯୁକ୍ତ
ନୂଆଦିଲ୍ଲୀ, ୧୮ା୧୦: ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଗୁରୁବାର ଜେଏସ୍ଡବ୍ଲ୍ୟୁ ସ୍ପୋଟର୍ସର କ୍ରିକେଟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ସଂସ୍ଥାର ସେ ସମସ୍ତ କ୍ରିକେଟ ସମ୍ପତ୍ତିର ଦେଖାଚାହଁା କରିବେ। ତନ୍ମଧ୍ୟରେ ଆଇପିଏଲ୍ ଓ ଡବ୍ଲ୍ୟୁପିଏଲ୍(ଓମେନ୍ସ ପ୍ରିମିୟର ଲିଗ୍)ରେ ଦିଲ୍ଲୀ ଟିମ୍ ଏବଂ ଦକ୍ଷିଣ ଆଫ୍ରିକା୨୦ରେ ପ୍ରିଟୋରିଆ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜ ରହିଛି। ଆଇପିଏଲ ଓ ଡବ୍ଲ୍ୟୁପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଜେଏସ୍ଡବ୍ଲ୍ୟୁ ସ୍ପୋଟର୍ସ ଓ ଜିଏମ୍ଆର ଗ୍ରୁପ୍ ମିଳିତ ମାଲିକାନାରେ ରହିଥିବା ବେଳେ ଜେଏସ୍ଡବ୍ଲ୍ୟୁ ଏକାକୀ ମାଲିକ ରହିଛି। […] The post ଜେଏସ୍ଡବ୍ଲ୍ୟୁ ସ୍ପୋଟର୍ସ କ୍ରିକେଟ ନିର୍ଦ୍ଦେଶକ ଭାବେ ଗାଙ୍ଗୁଲି ନିଯୁକ୍ତ appeared first on Dharitri Odia News.
ନୂଆଦିଲ୍ଲୀ, ୧୮ା୧୦: ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଗୁରୁବାର ଜେଏସ୍ଡବ୍ଲ୍ୟୁ ସ୍ପୋଟର୍ସର କ୍ରିକେଟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ସଂସ୍ଥାର ସେ ସମସ୍ତ କ୍ରିକେଟ ସମ୍ପତ୍ତିର ଦେଖାଚାହଁା କରିବେ। ତନ୍ମଧ୍ୟରେ ଆଇପିଏଲ୍ ଓ ଡବ୍ଲ୍ୟୁପିଏଲ୍(ଓମେନ୍ସ ପ୍ରିମିୟର ଲିଗ୍)ରେ ଦିଲ୍ଲୀ ଟିମ୍ ଏବଂ ଦକ୍ଷିଣ ଆଫ୍ରିକା୨୦ରେ ପ୍ରିଟୋରିଆ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜ ରହିଛି।
ଆଇପିଏଲ ଓ ଡବ୍ଲ୍ୟୁପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଜେଏସ୍ଡବ୍ଲ୍ୟୁ ସ୍ପୋଟର୍ସ ଓ ଜିଏମ୍ଆର ଗ୍ରୁପ୍ ମିଳିତ ମାଲିକାନାରେ ରହିଥିବା ବେଳେ ଜେଏସ୍ଡବ୍ଲ୍ୟୁ ଏକାକୀ ମାଲିକ ରହିଛି।
ଗାଙ୍ଗୁଲି ୨୦୧୯ରେ ଦିଲ୍ଲୀ କ୍ୟାପିଟାଲ୍ସର ଉପଦେଷ୍ଟା ରହିଥିଲେ। ସେ କୋଚ୍ ରିକି ପଣ୍ଟିଂଙ୍କ ସହିତ କାମ କରୁଥିଲେ। ପରେ ବିସିସିଆଇ ସଭାପତି ପଦ ଛାଡ଼ିବା ପରେ ସେ ଫ୍ରାଞ୍ଚାଇଜକୁ କ୍ରିକେଟ ନିର୍ଦ୍ଦେଶକ ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି।
ଜିଏମ୍ଆର ଗ୍ରୁପ୍ ଓ ଜେଏସ୍ଡବ୍ୟୁ ମଧ୍ୟରେ ଦୁଇ ବର୍ଷିଆ ରୋଟେଶନ ପଲିସି କାର୍ଯ୍ୟକାରୀ ହେବାକୁ ନିଷ୍ପତ୍ତି ପରେ ଗାଙ୍ଗୁଲିଙ୍କୁ ତୁରନ୍ତ କ୍ରିକେଟ ଅପରେଶନ ମ୍ୟାନେଜମେଣ୍ଟ ପାଇଁ ନିଯୁକ୍ତି ମିଳିଛି। ତଦନୁସାରେ ଜିଏମ୍ଆର ଗ୍ରୁପ୍ ଆସନ୍ତା ଦୁଇ ବର୍ଷ ପାଇଁ ଆଇପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଅପରେଶନ ଦାୟିତ୍ୱ ତୁଲାଇବାକୁ ଥିବା ବେଳେ ଜେଏସ୍ଡବ୍ଲ୍ୟୁ ସ୍ପୋଟର୍ସ ଡବ୍ଲ୍ୟୁପିଏଲ୍ରେ ଫ୍ରାଞ୍ଚାଇଜ୍ର ଟିମ୍ ହାତେଇବ।
The post ଜେଏସ୍ଡବ୍ଲ୍ୟୁ ସ୍ପୋଟର୍ସ କ୍ରିକେଟ ନିର୍ଦ୍ଦେଶକ ଭାବେ ଗାଙ୍ଗୁଲି ନିଯୁକ୍ତ appeared first on Dharitri Odia News.