ଜେଡିୟୁ ପରେ ଏବେ ‘ଇଣ୍ଡିଆ’କୁ ଝଟ୍‌କା ଦେଲା ଏଏପି

ନୂଆଦିଲ୍ଲୀ,୭।୧: ଲୋକ ସଭା ନିର୍ବାଚନ ପାଇଁ ଗୁଜୁରାଟର ଭରୁଚ ଆସନରୁ ଲଢିବା ଲାଗି ଆମ ଆଦମୀ ପାର୍ଟି(ଏଏପି) ଏହାର ପ୍ରାର୍ଥୀ ଘୋଷଣା କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହି ଘୋଷଣା କରିଛନ୍ତି। ଏକ ରାଲିକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଆମ ଆଦମୀ ପାର୍ଟିର ବିଧାୟକ ଚୈତର ବସବା ଭରୁଚ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହି ଘୋଷଣା ଏପରି ଏକ ସମୟରେ ଆସିଛି ଯେତେବେଳେ ‘ଇଣ୍ଡି’ ମେଣ୍ଟରେ ସିଟ ବଣ୍ଟନ ମଧ୍ୟ […] The post ଜେଡିୟୁ ପରେ ଏବେ ‘ଇଣ୍ଡିଆ’କୁ ଝଟ୍‌କା ଦେଲା ଏଏପି appeared first on Dharitri Odia News.

ଜେଡିୟୁ ପରେ ଏବେ ‘ଇଣ୍ଡିଆ’କୁ ଝଟ୍‌କା ଦେଲା ଏଏପି

ନୂଆଦିଲ୍ଲୀ,୭।୧: ଲୋକ ସଭା ନିର୍ବାଚନ ପାଇଁ ଗୁଜୁରାଟର ଭରୁଚ ଆସନରୁ ଲଢିବା ଲାଗି ଆମ ଆଦମୀ ପାର୍ଟି(ଏଏପି) ଏହାର ପ୍ରାର୍ଥୀ ଘୋଷଣା କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହି ଘୋଷଣା କରିଛନ୍ତି। ଏକ ରାଲିକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଆମ ଆଦମୀ ପାର୍ଟିର ବିଧାୟକ ଚୈତର ବସବା ଭରୁଚ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହି ଘୋଷଣା ଏପରି ଏକ ସମୟରେ ଆସିଛି ଯେତେବେଳେ ‘ଇଣ୍ଡି’ ମେଣ୍ଟରେ ସିଟ ବଣ୍ଟନ ମଧ୍ୟ ହୋଇନାହିଁ।
ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ଇଣ୍ଡି ଆଲାଇନ୍ସର ଏକ ଦଳ ନିଜ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏହାପୂର୍ବରୁ ଜନତା ଦଳ ୟୁନାଇଟେଡ (ଜେଡିୟୁ) ଅରୁଣାଚଳ ପ୍ରଦେଶର ପଶ୍ଚିମ ଲୋକ ସଭା ଆସନରୁ ଦଳର ରାଜ୍ୟ ସଭାପତି ରୁଚି ଟାଙ୍ଗୁକୁ ଟିକେଟ ଦେଇଥିଲା।

ଗୁଜୁରାଟର ନେତ୍ରାଙ୍ଗରେ ଏକ ରାଲିରେ ଯୋଗ ଦେଇ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ଆଜି ମୁଁ ଘୋଷଣା କରିବାକୁ ଚାହୁଁଛି ଯେ ଚୈତର ବସଓ୍ବା ଆମ ଆଦମୀ ପାର୍ଟି ପକ୍ଷରୁ ଭରୁଚ ଆସନରୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ସୂଚନାଯୋଗ୍ୟ ଯେ ବନ ବିଭାଗ ସହ ଜଡିତ ଏକ ମାମଲାରେ ଗୁଜୁରାଟର ଡେଡିଆପଡାରୁ ବିଧାୟକ ଥିବା ଚୈତର ବସଓ୍ବା ଏବେ ଜେଲରେ ଅଛନ୍ତି।

The post ଜେଡିୟୁ ପରେ ଏବେ ‘ଇଣ୍ଡିଆ’କୁ ଝଟ୍‌କା ଦେଲା ଏଏପି appeared first on Dharitri Odia News.