ଜେ.ପି. ନଡ୍ଡାଙ୍କ ସ୍ଥାନ ନେବେ କିଏ? ଫେବୃୟାରୀରେ ହୋଇଯିବ ସ୍ପଷ୍ଟ

ନୂଆଦିଲ୍ଲୀ,୧୮ା୧୨(ପି.ଟି.):ଭାଜପାର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଫେବୃଆରୀ ଶେଷ ସୁଦ୍ଧା ନିର୍ବାଚିତ ହୋଇପାରନ୍ତି ବୋଲି ଦଳର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା ସୂଚନା ଦେଇଛନ୍ତି। ବର୍ତ୍ତମାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ସ୍ଥାନରେ ନୂଆ ଅଧ୍ୟକ୍ଷ ଦାୟିତ୍ୱ ନେବେ। ଜାନୁଆରୀ ମଧ୍ୟଭାଗ ସୁଦ୍ଧା ଅର୍ଦ୍ଧାଧିକ ରାଜ୍ୟରେ ଭାଜପାର ସାଂଗଠନିକ ନିର୍ବାଚନ ଶେଷ ହୋଇଯିବ। ଏହା ପରେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ବରିଷ୍ଠ ନେତାଙ୍କ କହିବା ଅନୁଯାୟୀ, ୬୦ ପ୍ରତିଶତ […] The post ଜେ.ପି. ନଡ୍ଡାଙ୍କ ସ୍ଥାନ ନେବେ କିଏ? ଫେବୃୟାରୀରେ ହୋଇଯିବ ସ୍ପଷ୍ଟ appeared first on Dharitri Odia News.

ଜେ.ପି. ନଡ୍ଡାଙ୍କ ସ୍ଥାନ ନେବେ କିଏ? ଫେବୃୟାରୀରେ ହୋଇଯିବ ସ୍ପଷ୍ଟ

ନୂଆଦିଲ୍ଲୀ,୧୮ା୧୨(ପି.ଟି.):ଭାଜପାର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଫେବୃଆରୀ ଶେଷ ସୁଦ୍ଧା ନିର୍ବାଚିତ ହୋଇପାରନ୍ତି ବୋଲି ଦଳର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା ସୂଚନା ଦେଇଛନ୍ତି। ବର୍ତ୍ତମାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ସ୍ଥାନରେ ନୂଆ ଅଧ୍ୟକ୍ଷ ଦାୟିତ୍ୱ ନେବେ। ଜାନୁଆରୀ ମଧ୍ୟଭାଗ ସୁଦ୍ଧା ଅର୍ଦ୍ଧାଧିକ ରାଜ୍ୟରେ ଭାଜପାର ସାଂଗଠନିକ ନିର୍ବାଚନ ଶେଷ ହୋଇଯିବ। ଏହା ପରେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ବରିଷ୍ଠ ନେତାଙ୍କ କହିବା ଅନୁଯାୟୀ, ୬୦ ପ୍ରତିଶତ ଭାଜପା ରାଜ୍ୟ ସଭାପତିଙ୍କ କାର୍ଯ୍ୟକାଳ ପୂରଣ ହୋଇଥିବାରୁ ଆସନ୍ତା ମାସ ମଧ୍ୟଭାଗ ସୁଦ୍ଧା ସେମାନେ ବଦଳିବେ। ତେବେ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରୁ କେହି ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିବେ କି ବୋଲି ପ୍ରଶ୍ନ ହେବାରୁ କାର୍ଯ୍ୟକର୍ତ୍ତା ଜଣକ କହିଛନ୍ତି, ସରକାରରୁ କିମ୍ବା ସଂଗଠନରୁ ନୂଆ ଅଧ୍ୟକ୍ଷ ହୋଇପାରନ୍ତି। ଏପର୍ଯ୍ୟନ୍ତ କିଛି ଚୂଡ଼ାନ୍ତ ହୋଇନାହିଁ। ୨୦୨୦ ଫେବୃଆରୀରୁ ଭାଜପା ଅଧ୍ୟକ୍ଷ ପଦରେ ଥିବା ନଡ୍ଡା ଏବେ କେନ୍ଦ୍ରରେ ସ୍ବାସ୍ଥ୍ୟମନ୍ତ୍ରୀ ରହିଛନ୍ତି। ଦଳୀୟ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ୩ ବର୍ଷ ହୋଇଥିବାବେଳେ ୨୦୨୪ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନଡ୍ଡାଙ୍କ କାର୍ଯ୍ୟକାଳ ବଢ଼ାଇଦିଆଯାଇଥିଲା।

The post ଜେ.ପି. ନଡ୍ଡାଙ୍କ ସ୍ଥାନ ନେବେ କିଏ? ଫେବୃୟାରୀରେ ହୋଇଯିବ ସ୍ପଷ୍ଟ appeared first on Dharitri Odia News.