ଜେଲ ଗଲେ କନ୍ନଡ ଅଭିନେତ୍ରୀ ପଦ୍ମଜା, ଚେକ୍ ବାଉନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ

ମୁମ୍ଵାଇ ୨୮।୦୮: ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସହିତ ଜଡିତ ବଡ ଖବର ସାମ୍ନାକୁ ଆସୁଛି । କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ ପଦ୍ମଜା ରାଓଙ୍କୁ ଏକ ଚେକ୍ ବାଉନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହି ମାମଲାରେ କୋର୍ଟ ଅଭିନେତ୍ରୀଙ୍କୁ ତିନିମାସ ଦଣ୍ଡିତ କରିଛନ୍ତି। ଏହି ମାମଲା ୨୦୨୦ ମସିହାରେ ଆରମ୍ଭ ହୋଇଥିଲା ଯେତେବେଳେ ବୀରୁ ଟକିଜ୍ ର ମାଲିକ ବିରେନ୍ଦ୍ର ଶେଟ୍ଟୀ ପଦ୍ମଜାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ।ସେ ତାଙ୍କ ଠାରୁ ୪୦ ଲକ୍ଷ ଟଙ୍କା ଋଣ ନେଇଥିଲେ। ଯାହା ବଦଳରେ ସେ ତାଙ୍କ ତରଫରୁ ଚେକ୍ ଦେଇଥିଲେ । ବିରେନ୍ଦ୍ର ଶେଟ୍ଟୀ ଦାବି କରିଛନ୍ତି ଯେ ଚେକ୍ ବାଉନ୍ସ ହୋଇଥିଲା ଏବଂ କିଛି ସମୟ ପରେ ପଦ୍ମଜାଙ୍କୁ ଏକ ଆଇନଗତ ନୋଟିସ୍ ପଠାଯାଇଛି । ଯାହା ତାଙ୍କୁ ୧୫ ଦିନ ମଧ୍ୟରେ ଜବାବ ଦେବାକୁ ପଡିବ।ପଦ୍ମଜା ବିରେନ୍ଦ୍ର ଶେଟ୍ଟୀଙ୍କ ଦାବିକୁ ମିଥ୍ୟା ବୋଲି କହିଛନ୍ତିଏନେଇ ପଦ୍ମଜା କହିଥିଲେ ଯେକୌଣସି ନେଣଦେଣକୁ ମିଥ୍ୟା ଅଟେ ଏବଂ କେହି ଜଣେ ତାଙ୍କ ଚେକ୍ ଚୋରି କରି ଜାଲ୍ ଦସ୍ତଖତ କରିଥିଲେ ବୋଲି କହିଥିଲେ। ତାଙ୍କ ପାଖରୁ ଟଙ୍କା ନିଆଯାଇ ନାହିଁ କିମ୍ବା ଚେକ୍ କାହାକୁ ଦିଆଯାଇ ନାହିଁ। ଗତ ୪ ବର୍ଷ ଧରି କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିଲା। ଯେଉଁଥିରେ ବର୍ତ୍ତମାନ ଏହାର ରାୟ ଦେବାବେଳେ କୋର୍ଟ ଅଭିନେତ୍ରୀଙ୍କୁ ୪୦ ଲକ୍ଷ ଟଙ୍କା ବ୍ୟତୀତ ୨୦,୦୦୦ ଟଙ୍କା ଜୋରିମାନା ଦେବାକୁ କହିଛନ୍ତି। ଅଭିଯୋଗକାରୀଙ

ଜେଲ ଗଲେ କନ୍ନଡ ଅଭିନେତ୍ରୀ ପଦ୍ମଜା, ଚେକ୍ ବାଉନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ

ମୁମ୍ଵାଇ ୨୮।୦୮: ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସହିତ ଜଡିତ ବଡ ଖବର ସାମ୍ନାକୁ ଆସୁଛି । କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ ପଦ୍ମଜା ରାଓଙ୍କୁ ଏକ ଚେକ୍ ବାଉନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହି ମାମଲାରେ କୋର୍ଟ ଅଭିନେତ୍ରୀଙ୍କୁ ତିନିମାସ ଦଣ୍ଡିତ କରିଛନ୍ତି। ଏହି ମାମଲା ୨୦୨୦ ମସିହାରେ ଆରମ୍ଭ ହୋଇଥିଲା ଯେତେବେଳେ ବୀରୁ ଟକିଜ୍ ର ମାଲିକ ବିରେନ୍ଦ୍ର ଶେଟ୍ଟୀ ପଦ୍ମଜାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ।

ସେ ତାଙ୍କ ଠାରୁ ୪୦ ଲକ୍ଷ ଟଙ୍କା ଋଣ ନେଇଥିଲେ। ଯାହା ବଦଳରେ ସେ ତାଙ୍କ ତରଫରୁ ଚେକ୍ ଦେଇଥିଲେ । ବିରେନ୍ଦ୍ର ଶେଟ୍ଟୀ ଦାବି କରିଛନ୍ତି ଯେ ଚେକ୍ ବାଉନ୍ସ ହୋଇଥିଲା ଏବଂ କିଛି ସମୟ ପରେ ପଦ୍ମଜାଙ୍କୁ ଏକ ଆଇନଗତ ନୋଟିସ୍ ପଠାଯାଇଛି । ଯାହା ତାଙ୍କୁ ୧୫ ଦିନ ମଧ୍ୟରେ ଜବାବ ଦେବାକୁ ପଡିବ।

ପଦ୍ମଜା ବିରେନ୍ଦ୍ର ଶେଟ୍ଟୀଙ୍କ ଦାବିକୁ ମିଥ୍ୟା ବୋଲି କହିଛନ୍ତି

ଏନେଇ ପଦ୍ମଜା କହିଥିଲେ ଯେକୌଣସି ନେଣଦେଣକୁ ମିଥ୍ୟା ଅଟେ ଏବଂ କେହି ଜଣେ ତାଙ୍କ ଚେକ୍ ଚୋରି କରି ଜାଲ୍ ଦସ୍ତଖତ କରିଥିଲେ ବୋଲି କହିଥିଲେ। ତାଙ୍କ ପାଖରୁ ଟଙ୍କା ନିଆଯାଇ ନାହିଁ କିମ୍ବା ଚେକ୍ କାହାକୁ ଦିଆଯାଇ ନାହିଁ। ଗତ ୪ ବର୍ଷ ଧରି କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିଲା। ଯେଉଁଥିରେ ବର୍ତ୍ତମାନ ଏହାର ରାୟ ଦେବାବେଳେ କୋର୍ଟ ଅଭିନେତ୍ରୀଙ୍କୁ ୪୦ ଲକ୍ଷ ଟଙ୍କା ବ୍ୟତୀତ ୨୦,୦୦୦ ଟଙ୍କା ଜୋରିମାନା ଦେବାକୁ କହିଛନ୍ତି। ଅଭିଯୋଗକାରୀଙ୍କୁ ୧୭,୦୦୦ ଟଙ୍କା ଏବଂ ବାକି ୩୦୦୦ଟଙ୍କା ସରକାରଙ୍କୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ ଅଭିନେତ୍ରୀଙ୍କୁ ୩ ମାସ ଜେଲ ଦଣ୍ଡ ମଧ୍ୟ ଦିଆଯାଇଛି।