ଜେଲ ଗଲେ କୁଖ୍ୟାତ ଅପରାଧୀ
ଦିଗପହଣ୍ଡି,୨୨।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଜଣାଶୁଣା କୁଖ୍ୟାତ ଜଣେ ପେସାଦାର ଅପରାଧୀଙ୍କୁ ଦିଗପହଣ୍ଡି ପୋଲିସ ପୁଣି ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛନ୍ତି। ସେ ହେଲେ ଦିଗପହଣ୍ଡି-ଆସିକା ରାସ୍ତା କେନାଲ ସାହିରେ ରହୁଥିବା ପଦ୍ମନାଭପୁର ଗ୍ରାମର ଅଜିତ ସେଠୀ ଓରଫ ବଳିଆ। ଏନେଇ ଥାନାରେ ଏକ ମାମଲା (ନଂ.୧୮୩/୨୫) ରୁଜୁ ହୋଇଛି। ଜାମିନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି। ଥାନା ଏସ୍ଆଇ ଜ୍ୟୋତି ରଞ୍ଜନ […] The post ଜେଲ ଗଲେ କୁଖ୍ୟାତ ଅପରାଧୀ appeared first on Dharitri Odia News.
ଦିଗପହଣ୍ଡି,୨୨।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଜଣାଶୁଣା କୁଖ୍ୟାତ ଜଣେ ପେସାଦାର ଅପରାଧୀଙ୍କୁ ଦିଗପହଣ୍ଡି ପୋଲିସ ପୁଣି ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛନ୍ତି। ସେ ହେଲେ ଦିଗପହଣ୍ଡି-ଆସିକା ରାସ୍ତା କେନାଲ ସାହିରେ ରହୁଥିବା ପଦ୍ମନାଭପୁର ଗ୍ରାମର ଅଜିତ ସେଠୀ ଓରଫ ବଳିଆ। ଏନେଇ ଥାନାରେ ଏକ ମାମଲା (ନଂ.୧୮୩/୨୫) ରୁଜୁ ହୋଇଛି। ଜାମିନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି।
ଥାନା ଏସ୍ଆଇ ଜ୍ୟୋତି ରଞ୍ଜନ ବେହେରା ସଦଳବଳେ ବୁଧବାର ସାରେ ସ୍ଥାନୀୟ ପୁଞ୍ଜିକଂୟା ଛକରେ ଗାଡ଼ି ଚେକିଂ ବେଳେ ଜଣେ ଯୁବକ ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ଛକ ନିକଟରେ ଏକ ବନ୍ଧୁକ ଧରି ଛିନତାଇ ଉଦ୍ଦେଶ୍ୟରେ ଲୁଚିଥିବା ଖବର ପାଇଥିଲେ। ପୋଲିସ ଟିମ୍ ପହଞ୍ଚିବାରୁ ଅଜିତ ସେଠାରୁ ଘୋଡ଼ାହାଡ଼ ଡ୍ୟାମ ରାସ୍ତାରେ ବାଇକ ଯୋଗେ ଚମ୍ପଟ ମାରିଥିଲେ। ପୋଲିସ ଟିମ୍ ତାଙ୍କୁ ଗୋଡ଼ାଇ ନିମପଲ୍ଲୀ ଗାଁ ନିକଟରେ ମାଡ଼ି ବସିଥିଲେ। ତଲାସ କରିବାରୁ ତାଙ୍କ ନିକଟରୁ ଏକ ଗୁଳିଭରା ଦେଶୀ ବନ୍ଧୁକ ମିଳିଥିଲା। ସାକ୍ଷ୍ୟମାନଙ୍କ ଉପସ୍ଥିତିରେ ତାଙ୍କ ନିକଟରୁ ବନ୍ଧୁକ, ଗୁଳି ଏବଂ ଛିନତାଇ ଉଦ୍ଦେଶ୍ୟରେ ବ୍ୟବହୃତ ବାଇକ୍(ନଂ.ଓଡ଼ି୦୭ ଏ ୱାଇ -୭୯୦୬) ଏବଂ ମୋବାଇଲ ଫୋନ ଜବତ କରାଯାଇଥିଲା। ଏନେଇ ଏସ୍ଆଇ ଦିଗପହଣ୍ଡି ଥାନାରେ ଲିଖିତ ଏତଲା ଦେଇଥିଲେ ।
ଥାନାଭାର ପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ତଦନ୍ତ ପରେ ଉକ୍ତ ବନ୍ଧୁକକୁ ସେ ବ୍ରହ୍ମପୁର ସଦର ଥାନା ଦକ୍ଷିଣପୁର ଗ୍ରାମର ସନ୍ତୋଷ ଗୌଡ଼ଙ୍କ ଠାରୁ ଆଣିଥିବା କହିଥିଲେ। ଅଭିଯୁକ୍ତ ଅଜିତଙ୍କ ନାଁରେ ଦିଗପହଣ୍ଡି ଓ କେ.ନୂଆଗାଁ ଥାନାରେ ୮ ଟି ହତ୍ୟା ଉଦ୍ୟମ, ଛିନତାଇ, ଡକାୟତି, ବୋମା ମାଡ଼, ବେଆଇନ ମାରଣାସ୍ତ୍ର ରଖିବା ଓ ଦଙ୍ଗା ସୃଷ୍ଟି କରିବା ଭଳି ସଙ୍ଗୀନ ମାମଲା ରହିଥିବା ପୋଲିସ କହିଛି। ସେ କିଛିଦିନ ତଳେ ଜେଲରୁ ଜାମିନରେ ଆସିଥିଲେ।
The post ଜେଲ ଗଲେ କୁଖ୍ୟାତ ଅପରାଧୀ appeared first on Dharitri Odia News.