ଜେଲ ଗଲେ ‘ବିଚାରପତି’:ଜାଣନ୍ତୁ କାହିଁକି
ଅହମଦାବାଦ, ୨୩।୧୦:ଗୁଜରାଟର ଗାନ୍ଧୀନଗରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ୫ ବର୍ଷ ଧରି ନକଲି ଅଦାଲତ ଚଳାଉଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ମଙ୍ଗଳବାର ଗିରଫ କରିଛି। ଗାନ୍ଧୀନଗରରେ ରହୁଥିବା ମୋରିସ୍ ସାମୁଏଲ ଖ୍ରୀଷ୍ଟିଆନ ନାମକ ଅଭିଯୁକ୍ତ ନିଜ କାର୍ଯ୍ୟାଳୟରେ ନକଲି କୋର୍ଟ ସ୍ଥାପନ କରି ବିଭିନ୍ନ ଜମି ସମ୍ବନ୍ଧୀୟ ମାମଲାର ଶୁଣାଣି କରୁଥିଲେ। ଜଜ୍ ଭାବେ ନିଜକୁ ପରିଚୟ ଦେଇ ଲୋକଙ୍କୁ ଧୋକା ଦେଉଥିବା ଅଭିଯୋଗରେ ପୋଲିସ ମଙ୍ଗଳବାର ମୋରିସ୍ଙ୍କୁ ଗିରଫ କରିଛି। ସେ ଗାନ୍ଧୀନଗରସ୍ଥିତ […] The post ଜେଲ ଗଲେ ‘ବିଚାରପତି’:ଜାଣନ୍ତୁ କାହିଁକି appeared first on Dharitri Odia News.
ଅହମଦାବାଦ, ୨୩।୧୦:ଗୁଜରାଟର ଗାନ୍ଧୀନଗରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ୫ ବର୍ଷ ଧରି ନକଲି ଅଦାଲତ ଚଳାଉଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ମଙ୍ଗଳବାର ଗିରଫ କରିଛି। ଗାନ୍ଧୀନଗରରେ ରହୁଥିବା ମୋରିସ୍ ସାମୁଏଲ ଖ୍ରୀଷ୍ଟିଆନ ନାମକ ଅଭିଯୁକ୍ତ ନିଜ କାର୍ଯ୍ୟାଳୟରେ ନକଲି କୋର୍ଟ ସ୍ଥାପନ କରି ବିଭିନ୍ନ ଜମି ସମ୍ବନ୍ଧୀୟ ମାମଲାର ଶୁଣାଣି କରୁଥିଲେ। ଜଜ୍ ଭାବେ ନିଜକୁ ପରିଚୟ ଦେଇ ଲୋକଙ୍କୁ ଧୋକା ଦେଉଥିବା ଅଭିଯୋଗରେ ପୋଲିସ ମଙ୍ଗଳବାର ମୋରିସ୍ଙ୍କୁ ଗିରଫ କରିଛି। ସେ ଗାନ୍ଧୀନଗରସ୍ଥିତ ନିଜ କାର୍ଯ୍ୟାଳୟରେ ପ୍ରକୃତ ଅଦାଲତ ପରି ମାହୋଲ ସୃଷ୍ଟି କରିବା ସହ ନିଜକୁ ଜଜ୍ ଭାବେ ଦର୍ଶାଇ ଆଦେଶ ପାରିତ କରୁଥିଲେ।
ପୋଲିସ ସୂଚନା ଅନୁଯାୟୀ, ୨୦୧୯ର ଏକ ସରକାରୀ ଜମି ସମ୍ବନ୍ଧୀୟ ମାମଲାରେ ମୋରିସ ନିଜ ମହକିଲଙ୍କ ସପକ୍ଷରେ ଆଦେଶ ପାରିତ କରିଥିଲେ। ଏହାପରେ ତାଙ୍କ ନାମରେ ହୋଇଥିବା ଅଭିଯୋଗର ତଦନ୍ତ କରି ପୋଲିସ ତାଙ୍କୁ ଗିରଫ କରିଛି। ଯେଉଁ ଲୋକମାନଙ୍କର ଜମି ବିବାଦ ମାମଲା ସହରର ସିଭିଲ କୋର୍ଟରେ ପଡ଼ି ରହିଥିଲା ସେମାନଙ୍କୁ ମୋରିସ୍ ଟାର୍ଗେଟ କରି ଫସାଉଥିଲେ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣା ପଡ଼ିଥିବା ପୋଲିସ କହିଛି। ସେ ନିଜ ମହକିଲମାନଙ୍କଠାରୁ ସେମାନଙ୍କର ଜମି ବିବାଦ ସମ୍ବନ୍ଧିତ ମାମଲା ସମାଧାନ କରିବାର ଆଶା ଦେଖାଇ ତାଙ୍କଠାରୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ନେଉଥିବା ପୋଲିସ କହିଛି। ମୋରିସ୍ ନିଜକୁ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ମଧ୍ୟସ୍ଥ ଭାବେ ପରିଚୟ ଦେଉଥିବା ପୋଲିସ କହିଛି। ସେ ତାଙ୍କ ମହକିଲମାନଙ୍କୁ ଗାନ୍ଧୀନଗରସ୍ଥିତ ନିଜ କାର୍ଯ୍ୟାଳୟକୁ ଡକାଉଥିଲେ, ଯାହାକୁ ସେ ଏକ ଅଦାଲତ ପରି ପ୍ରସ୍ତୁତ କରି ରଖିଥିଲେ। ସେ ଟ୍ରିବ୍ୟୁନାଲର ଅଧିକାରୀ ଭାବେ ଆଦେଶ ମଧ୍ୟ ପାରିତ କରୁଥିଲେ। ସେହିପରି ସେ ନିଜର ସହଯୋଗୀମାନଙ୍କୁ ଅଦାଲତର କର୍ମଚାରୀ କିମ୍ବା ଓକିଲ ଭାବେ ଦେଖାଉଥିଲେ। ଏହି ଉପାୟରେ ମୋରିସ୍ ୧୧ରୁ ଅଧିକ ବିବାଦୀୟ ଜମି ମାମଲାରେ ନିଜ ସପକ୍ଷରେ ଆଦେଶ ପାରିତ କରିଥିବା ପୋଲିସ ସୂଚନା ଦେଇଛି। ସୂଚନାଯୋଗ୍ୟ, ୨୦୧୯ର ଏକ ବିବାଦୀୟ ଜମି ସମ୍ବନ୍ଧୀୟ ମାମଲାରେ ମୋରିସ୍ ଏକ ୧୦୦ ଏକର ସରକାରୀ ଜାଗାକୁ ନିଜ ନାମରେ କରିବା ପାଇଁ ଆଦେଶ ପାରିତ କରିଥିଲେ। ପୋଲିସ ଉକ୍ତ ମାମଲାରେ ହୋଇଥିବା ଅଭିଯୋଗକୁ ଆଧାର କରି ତଦନ୍ତ ଚଳାଇଛି।
The post ଜେଲ ଗଲେ ‘ବିଚାରପତି’:ଜାଣନ୍ତୁ କାହିଁକି appeared first on Dharitri Odia News.