ଜେଲରୁ ବାହାରିବେ କି ମନୀଷ ସିସୋଦିଆ? କୋର୍ଟରେ କହିଲେ ଜାମିନ ପାଇଁ ସବୁ ସର୍ତ୍ତରେ ରାଜି

ନୂଆଦିଲ୍ଲୀ ୦୩/୦୪: ଦିଲ୍ଲୀ ମଦ ନୀତି ମାମଲାରେ ବରିଷ୍ଠ ଆମ୍ ଆଦମୀ ପାର୍ଟି (ଏଏପି) ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ମିଳିଛି ଆଶ୍ୱସ୍ତି । ସୁପ୍ରିମକୋର୍ଟ ମଙ୍ଗଳବାର ସଞ୍ଜୟ ସିଂଙ୍କୁ ୬ ମାସ ପରେ ଜାମିନ ପ୍ରଦାନ କରିଛନ୍ତି । ତେବେ ଏହି ମାମଲାରେ ଦିଲ୍ଲୀର ଅନ୍ୟ ଜଣେ ଆପ୍ ନେତା ତଥା ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଦିଆ ମଧ୍ୟ ପ୍ରାୟ ଏକ ବର୍ଷ ଜେଲରେ ଅଛନ୍ତି । ଆଶା କରାଯାଉଛି ଯେ ସଞ୍ଜୟ ସିଂହଙ୍କ ପରି ମନୀଷ ସିସୋଦିଆ ବି ଜେଲ୍‌ରୁ ବାହାରିପାରନ୍ତି । ତାଙ୍କୁ ବି ଜାମିନ୍ ଦେଇପାରନ୍ତି କୋର୍ଟ । ପ୍ରକୃତରେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ମଙ୍ଗଳବାର ଦିନ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଶୁଣାଣି ହୋଇଥିଲା । ଏହି ସମୟରେ ସିସୋଦିଆଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ବରିଷ୍ଠ ଓକିଲ ମୋହିତ ମାଥୁର କହିଛନ୍ତି ଯେ ତାଙ୍କ ଆବେଦନକାରୀ ଜାମିନ ପାଇବାକୁ ହକ୍‌ଦାର । କାରଣ ତାଙ୍କ କାରଣରୁ ସରକାରୀ ରାଜସ୍ୱରୁ କୌଣସି କ୍ଷତି ହୋଇନାହିଁ । ସ୍ପେଶାଲ୍ ଜଜ୍ କାଭେରୀ ବାୱେଜାଙ୍କ ବେଞ୍ଚ ପୂର୍ବରୁ ସିସୋଦିଆଙ୍କ ଓକିଲ କହିଛନ୍ତି ଯେ ତାଙ୍କ ହେତୁ କୌଣସି ବ୍ୟକ୍ତିଙ୍କର କୌଣସି କ୍ଷତି ହୋଇନି । ସିସୋଦିଆଙ୍କ ଓକିଲ ଶୁଣାଣି ସମୟରେ ଦାବି କରିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଇଡି ପ୍ରମାଣ କରିପାରି ନାହିଁ ଯେ ପୂର୍ବତନ ଡେପୁଟି ସିଏମ୍ ପାଖରେ କୌଣସି ଟଙ୍କା ଥିବାର । ତଦନ୍ତ ଶେଷ ହେବାର ୧୧ମାସ ବିତିଗଲାଣି । ଓକିଲ

ଜେଲରୁ ବାହାରିବେ କି ମନୀଷ ସିସୋଦିଆ? କୋର୍ଟରେ କହିଲେ ଜାମିନ ପାଇଁ ସବୁ ସର୍ତ୍ତରେ ରାଜି

ନୂଆଦିଲ୍ଲୀ ୦୩/୦୪: ଦିଲ୍ଲୀ ମଦ ନୀତି ମାମଲାରେ ବରିଷ୍ଠ ଆମ୍ ଆଦମୀ ପାର୍ଟି (ଏଏପି) ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ମିଳିଛି ଆଶ୍ୱସ୍ତି । ସୁପ୍ରିମକୋର୍ଟ ମଙ୍ଗଳବାର ସଞ୍ଜୟ ସିଂଙ୍କୁ ୬ ମାସ ପରେ ଜାମିନ ପ୍ରଦାନ କରିଛନ୍ତି । ତେବେ ଏହି ମାମଲାରେ ଦିଲ୍ଲୀର ଅନ୍ୟ ଜଣେ ଆପ୍ ନେତା ତଥା ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଦିଆ ମଧ୍ୟ ପ୍ରାୟ ଏକ ବର୍ଷ ଜେଲରେ ଅଛନ୍ତି । 

ଆଶା କରାଯାଉଛି ଯେ ସଞ୍ଜୟ ସିଂହଙ୍କ ପରି ମନୀଷ ସିସୋଦିଆ ବି ଜେଲ୍‌ରୁ ବାହାରିପାରନ୍ତି । ତାଙ୍କୁ ବି ଜାମିନ୍ ଦେଇପାରନ୍ତି କୋର୍ଟ । ପ୍ରକୃତରେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ମଙ୍ଗଳବାର ଦିନ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଶୁଣାଣି ହୋଇଥିଲା । 

ଏହି ସମୟରେ ସିସୋଦିଆଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ବରିଷ୍ଠ ଓକିଲ ମୋହିତ ମାଥୁର କହିଛନ୍ତି ଯେ ତାଙ୍କ ଆବେଦନକାରୀ ଜାମିନ ପାଇବାକୁ ହକ୍‌ଦାର । କାରଣ ତାଙ୍କ କାରଣରୁ ସରକାରୀ ରାଜସ୍ୱରୁ କୌଣସି କ୍ଷତି ହୋଇନାହିଁ । 

ସ୍ପେଶାଲ୍ ଜଜ୍ କାଭେରୀ ବାୱେଜାଙ୍କ ବେଞ୍ଚ ପୂର୍ବରୁ ସିସୋଦିଆଙ୍କ ଓକିଲ କହିଛନ୍ତି ଯେ ତାଙ୍କ ହେତୁ କୌଣସି ବ୍ୟକ୍ତିଙ୍କର କୌଣସି କ୍ଷତି ହୋଇନି । ସିସୋଦିଆଙ୍କ ଓକିଲ ଶୁଣାଣି ସମୟରେ ଦାବି କରିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଇଡି ପ୍ରମାଣ କରିପାରି ନାହିଁ ଯେ ପୂର୍ବତନ ଡେପୁଟି ସିଏମ୍ ପାଖରେ କୌଣସି ଟଙ୍କା ଥିବାର । ତଦନ୍ତ ଶେଷ ହେବାର ୧୧ମାସ ବିତିଗଲାଣି । 

ଓକିଲ ଆହୁରି କହିଛନ୍ତି ଯେ ସେ ଗତ ୧୩ ମାସ ଧରି ଜେଲରେ ଅଛନ୍ତି । ଏହି ସମୟ ମଧ୍ୟରେ ସେ କୋର୍ଟ ମାଧ୍ୟମରେ ଦିଆଯାଇଥିବା କୌଣସି ସ୍ୱାଧୀନତାର ଅପବ୍ୟବହାର କରିନାହାଁନ୍ତି । ଶୁଣାଣି ସମୟରେ ସିସୋଦିଆ କହିଛନ୍ତି ଯେ ମୋତେ ଆଉ ଜେଲରେ ରଖିବା ଦ୍ୱାରା କୌଣସି ଉଦ୍ଦେଶ୍ୟ ପୂରଣ ହେଉନି।