ଜେଲରେ ରହିବେ କେଜରିୱାଲ, ଜାମିନ ଉପରେ ହାଇକୋର୍ଟଙ୍କ ରହିତାଦେଶ
ନୂଆଦିଲ୍ଲୀ ୨୧।୬: ଦିଲ୍ଲୀ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଜାମିନ ଓ ମୁକ୍ତି ଉପରେ ରୋକ ଲଗାଇ ଦେଇଛନ୍ତି। ହାଇକୋର୍ଟ ଶୁକ୍ରବାର ଅପରାହ୍ନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ଆବେଦନ ଉପରେ ରାୟ ସଂରକ୍ଷିତ ରଖି କହିଛନ୍ତି ଯେ କେଜରିୱାଲ ଏବେ ଜେଲରେ ରହିବେ। ଏହିଭଳି ଭାବେ ଟ୍ରାୟଲ କୋର୍ଟ ପକ୍ଷରୁ ମଞ୍ଜୁର କରାଯାଇଥିବା ଜାମିନକୁ ହାଇକୋର୍ଟ ୨୪ ଘଣ୍ଟା ମଧ୍ୟରେ ଖାରଜ କରିଦେଇଛନ୍ତି। ଏବେ କେଜରିୱାଲଙ୍କ ଜାମିନ ପାଇଁ ହାଇକୋର୍ଟରେ ପୁଣି ତର୍କ କରାଯିବ ଓ ଏହା ଉପରେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ନିଷ୍ପତ୍ତି ଆସିଯିବ ବୋଲି ଅନୁମାନ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଇଡି ମଦ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ଅଭିଯୁକ୍ତ କରିଛି। ଗୁରୁବାର ଟ୍ରାୟଲ କୋର୍ଟରେ ଭେକେସନ ଜଜ୍ ନ୍ୟାୟ ବିନ୍ଦୁ ଉଭୟ ପକ୍ଷରୁ ତର୍କ ଶୁଣାଣି ପରେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଜାମିନ ମଞ୍ଜୁର କରିଥିଲେ ଓ ଏହା ମଧ୍ୟ କହିଥିଲେ ଯେ ସେ ୧ ଲକ୍ଷ ଟଙ୍କାର ମୁଚାଲିକାରେ ମୁକ୍ତ ହୋଇପାରିବେ। ତେବେ ଇଡି ଶୁକ୍ରବାର ସକାଳେ ଟ୍ରାୟଲ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ମାମଲା ହାଇକୋର୍ଟରେ ପହଞ୍ଚିବା ମାତ୍ରେ ସର୍ବପ୍ରଥମେ କେଜରିୱାଲଙ୍କ ଜାମିନ ଉପରେ ଷ୍ଟେ ଲଗାଇ ଦିଆଯାଇଥିଲା ଓ ଦିନ ତମାମ ଶୁଣାଣି ପରେ କୋର୍ଟ ଅପରାହ୍ନରେ ଷ୍ଟେ ଅର୍ଡର ଉପରେ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଛନ
ନୂଆଦିଲ୍ଲୀ ୨୧।୬: ଦିଲ୍ଲୀ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଜାମିନ ଓ ମୁକ୍ତି ଉପରେ ରୋକ ଲଗାଇ ଦେଇଛନ୍ତି। ହାଇକୋର୍ଟ ଶୁକ୍ରବାର ଅପରାହ୍ନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ଆବେଦନ ଉପରେ ରାୟ ସଂରକ୍ଷିତ ରଖି କହିଛନ୍ତି ଯେ କେଜରିୱାଲ ଏବେ ଜେଲରେ ରହିବେ। ଏହିଭଳି ଭାବେ ଟ୍ରାୟଲ କୋର୍ଟ ପକ୍ଷରୁ ମଞ୍ଜୁର କରାଯାଇଥିବା ଜାମିନକୁ ହାଇକୋର୍ଟ ୨୪ ଘଣ୍ଟା ମଧ୍ୟରେ ଖାରଜ କରିଦେଇଛନ୍ତି।
ଏବେ କେଜରିୱାଲଙ୍କ ଜାମିନ ପାଇଁ ହାଇକୋର୍ଟରେ ପୁଣି ତର୍କ କରାଯିବ ଓ ଏହା ଉପରେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ନିଷ୍ପତ୍ତି ଆସିଯିବ ବୋଲି ଅନୁମାନ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଇଡି ମଦ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ଅଭିଯୁକ୍ତ କରିଛି। ଗୁରୁବାର ଟ୍ରାୟଲ କୋର୍ଟରେ ଭେକେସନ ଜଜ୍ ନ୍ୟାୟ ବିନ୍ଦୁ ଉଭୟ ପକ୍ଷରୁ ତର୍କ ଶୁଣାଣି ପରେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଜାମିନ ମଞ୍ଜୁର କରିଥିଲେ ଓ ଏହା ମଧ୍ୟ କହିଥିଲେ ଯେ ସେ ୧ ଲକ୍ଷ ଟଙ୍କାର ମୁଚାଲିକାରେ ମୁକ୍ତ ହୋଇପାରିବେ।
ତେବେ ଇଡି ଶୁକ୍ରବାର ସକାଳେ ଟ୍ରାୟଲ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ମାମଲା ହାଇକୋର୍ଟରେ ପହଞ୍ଚିବା ମାତ୍ରେ ସର୍ବପ୍ରଥମେ କେଜରିୱାଲଙ୍କ ଜାମିନ ଉପରେ ଷ୍ଟେ ଲଗାଇ ଦିଆଯାଇଥିଲା ଓ ଦିନ ତମାମ ଶୁଣାଣି ପରେ କୋର୍ଟ ଅପରାହ୍ନରେ ଷ୍ଟେ ଅର୍ଡର ଉପରେ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି। ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏବେ ତିହାର ଜେଲରୁ ମୁକ୍ତି ମିଳିପାରିବ ନାହିଁ। କୋର୍ଟ ଏହି ମାମଲାରେ ଆହୁରି ବିସ୍ତୃତ ଶୁଣାଣି କରିବେ। ତା ପରେ ଯାଇ ତାଙ୍କୁ ଜାମିନ ମିଳିବ କି ନା ସେ ନେଇ ନିଷ୍ପତ୍ତି ହେବ। ତେବେ ଟ୍ରେୟଲ କୋର୍ଟର ଆଦେଶ ଉପରେ ହାଇକୋର୍ଟ ଏକ ସପ୍ତାହ ପର୍ଯ୍ୟନ୍ତ ରହିତାଦେଶ ଜାରି କରିଛନ୍ତି।