ଜେଲରେ ରୁଟି କ୍ଷୀର ଖାଇ ରାତି କାଟିଲେ ହେମନ୍ତ ସୋରେନ, ଆଜିଠାରୁ ଆରମ୍ଭ ହେବ ପଚରା ଉଚରା

ନୂଆଦିଲ୍ଲୀ,୩।୨: ଜମି ଦୁର୍ନିତି ମାମଲାରେ ଜେଲକୁ ପଠାଯାଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଶନିବାରଠାରୁ ପଚରାଉଚରା କରାଯିବ। ଏହାପୂର୍ବରୁ ଜେଲରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯିବ। ଏହା ବ୍ୟତୀତ ଇଡି କାର୍ଯ୍ୟାଳୟ ବାହାରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗତ ଶୁକ୍ରବାର ରାଞ୍ଚିର ପିଏମଏଲଏ କୋର୍ଟ ହେମନ୍ତ ସୋରେନଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ପଠାଇଛନ୍ତି। ଏଥି ସହ ତାଙ୍କ ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ଯେଉଁଥିରେ ସେ ଇଡି ଗିରଫକୁ ବାତିଲ କରିବାକୁ ଦାବି […] The post ଜେଲରେ ରୁଟି କ୍ଷୀର ଖାଇ ରାତି କାଟିଲେ ହେମନ୍ତ ସୋରେନ, ଆଜିଠାରୁ ଆରମ୍ଭ ହେବ ପଚରା ଉଚରା appeared first on Dharitri Odia News.

ଜେଲରେ ରୁଟି କ୍ଷୀର ଖାଇ ରାତି କାଟିଲେ ହେମନ୍ତ ସୋରେନ, ଆଜିଠାରୁ ଆରମ୍ଭ ହେବ ପଚରା ଉଚରା

ନୂଆଦିଲ୍ଲୀ,୩।୨: ଜମି ଦୁର୍ନିତି ମାମଲାରେ ଜେଲକୁ ପଠାଯାଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଶନିବାରଠାରୁ ପଚରାଉଚରା କରାଯିବ। ଏହାପୂର୍ବରୁ ଜେଲରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯିବ। ଏହା ବ୍ୟତୀତ ଇଡି କାର୍ଯ୍ୟାଳୟ ବାହାରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗତ ଶୁକ୍ରବାର ରାଞ୍ଚିର ପିଏମଏଲଏ କୋର୍ଟ ହେମନ୍ତ ସୋରେନଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ପଠାଇଛନ୍ତି। ଏଥି ସହ ତାଙ୍କ ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ଯେଉଁଥିରେ ସେ ଇଡି ଗିରଫକୁ ବାତିଲ କରିବାକୁ ଦାବି କରିଥିଲେ। ସୋରେନଙ୍କ ରିମାଣ୍ଡ ଅବଧି ଶନିବାରଠାରୁ ଆରମ୍ଭ ହୋଇଛି। ତାଙ୍କୁ ପଚରାଉଚରା ପାଇଁ ଇଡି କାର୍ଯ୍ୟାଳୟକୁ ଅଣାଯିବ। ସୋରେନ ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲର ସେଲ ନମ୍ବର ୧ରେ ରହିଥିଲେ।
ସୂଚନାଯୋଗ୍ୟ, ଝାଡ଼ଖଣ୍ଡର ଏକ ସ୍ବତନ୍ତ୍ର ପିଏମଏଲଏ (ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ) କୋର୍ଟ ଶୁକ୍ରବାର ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମ୍ପୃକ୍ତ ଅର୍ଥ ହେରଫେର ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ର ହେପାଜତକୁ ପଠାଇଛନ୍ତି। ଓକିଲମାନେ ଏହି ସୂଚନା ଦେଇଛନ୍ତି।
ଗୁରୁବାର ସୋରେନଙ୍କ ଦଶ ଦିନ ହେପାଜତ ପାଇଁ ଇଡି ଅନୁରୋଧ କରିଥିଲା। ତା’ପରେ କୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷଣ କରିବାବେଳେ ଜେଏମଏମର କାର୍ଯ୍ୟରତ ସଭାପତିଙ୍କୁ ଗୋଟିଏ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ। ମନି ଲଣ୍ଡରିଂ ମାମଲାରେ ତାଙ୍କୁ ୭ଘଣ୍ଟା ପଚରାଉଚରା କରିବା ପରେ ଜାନୁଆରୀ ୩୧ରାତିରେ ସୋରେନଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ଗିରଫ ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

The post ଜେଲରେ ରୁଟି କ୍ଷୀର ଖାଇ ରାତି କାଟିଲେ ହେମନ୍ତ ସୋରେନ, ଆଜିଠାରୁ ଆରମ୍ଭ ହେବ ପଚରା ଉଚରା appeared first on Dharitri Odia News.