ଜେଲ୍ ଗଲେ କୁବେର ସହକାରୀ ନିର୍ବାହୀ ଯନ୍ତ୍ରୀ, ଜବତ ହେଲା ୨ କୋଟି ୩୦ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି

ଜୟପୁର: ଶେଷରେ ଗିରଫ ହୋଇ ଜେଲ ଗଲେ ଜୟପୁରର କୁବେର ବାବୁ ବିଶ୍ବନାଥ ପାତ୍ର । ତାଙ୍କ ଠାରୁ ପ୍ରାୟ ୨ କୋଟି ୩୦ ଲକ୍ଷ ଟଙ୍କା ଆୟ ବହିର୍ଭୁତ ସମ୍ପତ୍ତି ଠାବ ହୋଇଥିବା କହିଛନ୍ତି କୋରାପୁଟ ଡିଭିଜନର ଭିଜିଲାନ୍ସ ଏସପି । ସୂଚନାଥାଉକି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଜୟପୁର ବ୍ଳକର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥଙ୍କ ଘର ସହ ବିଭିନ୍ନ ସ୍ଥାନରେ ଚଢଉ କରିଥିଲା । ସେ ପୌରପାଳିକାର ଯନ୍ତ୍ରୀ ଦାୟିତ୍ୱରେ ମଧ୍ୟ ଅଛନ୍ତି । ଚଢାଉ ବେଳେ ଜୟପୁର ଟାଉନରେ ୩ ମହଲା କୋଠା ସହ ୨ଟି ବହୁତଳ କୋଠା , ଭୁବନେଶ୍ବରରେ ୬ଟି ପ୍ଲଟ୍‌ ସମେତ ମୋଟ ୧୮ ପ୍ଲଟ୍‌  ଏବଂ ୮୫୪ ଗ୍ରାମ ସୁନା , ୧.୮ କେଜିର ରୂପା ଓ ୧.୦୧ କୋଟି ବ୍ୟାଙ୍କ ଜମା ଠାବ କରିଥିଲା ଭିଜିଲାନ୍ସ।ତେବେ ତଦନ୍ତ କ୍ରମେ ଭିଜିଲାନ୍ସ ଜାଣିବାକୁ ପାଇଥିଲା ଯେ, ୨୦୧୧ରୁ ବିଶ୍ବନାଥ ପାତ୍ର ସରକାରୀ ଚାକିରି ଆରମ୍ଭ କରିଥିଲେ। ଏହା ପୂର୍ବରୁ ଅଢେ଼ଇ ବର୍ଷ ଏକ ଘରୋଇ ସଂସ୍ଥାରେ ସେ କାମ କରିଥିଲେ। ସେହି ସମୟରେ ସେ ପ୍ରାୟ ୧୦ ଲକ୍ଷ ଟଙ୍କା ରୋଜଗାର କରିଥିଲେ। ସେହିଭଳି ଗତ ୨୦୧୧ ମସିହାରୁ ଏପର୍ଯ୍ୟନ୍ତ ତାଙ୍କର ଏବଂ ତାଙ୍କ ପତ୍ନୀଙ୍କର ମୋଟ ରୋଜଗାର ହେଉଛି ୧ କୋଟି ୧୦ ଲକ୍ଷ ଟଙ୍କା। କିନ୍ତୁ ସେ ଖର୍ଚ୍ଚ କରିଥିବା ଟଙ୍କା ହିସାବ ପରେ ବି ଏହି ଆୟ ବହିର୍ଭୁତ ସମ୍ପତ୍ତି ଠାବ ହୋଇଛି। ଏବେ ବି ଅନୁସନ୍ଧାନ ଚାଲିଛି । ଏହି ଘଟଣାରେ ତାଙ୍କ ସ୍ତ୍ରୀଙ୍କ ନାଁରେ ବି ମାମଲା ଦାୟ

ଜେଲ୍ ଗଲେ କୁବେର ସହକାରୀ ନିର୍ବାହୀ ଯନ୍ତ୍ରୀ, ଜବତ ହେଲା ୨ କୋଟି ୩୦ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି

ଜୟପୁର: ଶେଷରେ ଗିରଫ ହୋଇ ଜେଲ ଗଲେ ଜୟପୁରର କୁବେର ବାବୁ ବିଶ୍ବନାଥ ପାତ୍ର । ତାଙ୍କ ଠାରୁ ପ୍ରାୟ ୨ କୋଟି ୩୦ ଲକ୍ଷ ଟଙ୍କା ଆୟ ବହିର୍ଭୁତ ସମ୍ପତ୍ତି ଠାବ ହୋଇଥିବା କହିଛନ୍ତି କୋରାପୁଟ ଡିଭିଜନର ଭିଜିଲାନ୍ସ ଏସପି । 

ସୂଚନାଥାଉକି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଜୟପୁର ବ୍ଳକର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥଙ୍କ ଘର ସହ ବିଭିନ୍ନ ସ୍ଥାନରେ ଚଢଉ କରିଥିଲା । ସେ ପୌରପାଳିକାର ଯନ୍ତ୍ରୀ ଦାୟିତ୍ୱରେ ମଧ୍ୟ ଅଛନ୍ତି । ଚଢାଉ ବେଳେ ଜୟପୁର ଟାଉନରେ ୩ ମହଲା କୋଠା ସହ ୨ଟି ବହୁତଳ କୋଠା , ଭୁବନେଶ୍ବରରେ ୬ଟି ପ୍ଲଟ୍‌ ସମେତ ମୋଟ ୧୮ ପ୍ଲଟ୍‌  ଏବଂ ୮୫୪ ଗ୍ରାମ ସୁନା , ୧.୮ କେଜିର ରୂପା ଓ ୧.୦୧ କୋଟି ବ୍ୟାଙ୍କ ଜମା ଠାବ କରିଥିଲା ଭିଜିଲାନ୍ସ।

ତେବେ ତଦନ୍ତ କ୍ରମେ ଭିଜିଲାନ୍ସ ଜାଣିବାକୁ ପାଇଥିଲା ଯେ, ୨୦୧୧ରୁ ବିଶ୍ବନାଥ ପାତ୍ର ସରକାରୀ ଚାକିରି ଆରମ୍ଭ କରିଥିଲେ। ଏହା ପୂର୍ବରୁ ଅଢେ଼ଇ ବର୍ଷ ଏକ ଘରୋଇ ସଂସ୍ଥାରେ ସେ କାମ କରିଥିଲେ। ସେହି ସମୟରେ ସେ ପ୍ରାୟ ୧୦ ଲକ୍ଷ ଟଙ୍କା ରୋଜଗାର କରିଥିଲେ। 

ସେହିଭଳି ଗତ ୨୦୧୧ ମସିହାରୁ ଏପର୍ଯ୍ୟନ୍ତ ତାଙ୍କର ଏବଂ ତାଙ୍କ ପତ୍ନୀଙ୍କର ମୋଟ ରୋଜଗାର ହେଉଛି ୧ କୋଟି ୧୦ ଲକ୍ଷ ଟଙ୍କା। କିନ୍ତୁ ସେ ଖର୍ଚ୍ଚ କରିଥିବା ଟଙ୍କା ହିସାବ ପରେ ବି ଏହି ଆୟ ବହିର୍ଭୁତ ସମ୍ପତ୍ତି ଠାବ ହୋଇଛି। ଏବେ ବି ଅନୁସନ୍ଧାନ ଚାଲିଛି । ଏହି ଘଟଣାରେ ତାଙ୍କ ସ୍ତ୍ରୀଙ୍କ ନାଁରେ ବି ମାମଲା ଦାୟର ହୋଇଛି। ଏମାନେ କାହା ସହିତ ବ୍ୟାଙ୍କ ଟ୍ରାନଜେକ୍ସନ କରିଛନ୍ତି ଏହାର ତଦନ୍ତ କରିବାକୁ ସେମାନଙ୍କ ମୋବାଇଲ ଓ ଲ୍ୟାପଟପ୍ ଇତ୍ୟାଦି ଜବତ କରିଛି ଭିଜିଲାନ୍ସ।

ଏହି ଚଢାଉରେ ଜଣେ ଅତିରିକ୍ତ ଏସପି, ୨ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୬ ଜଣ ଏଏସଆଇ ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଥିଲେ। ବିଶ୍ବନାଥଙ୍କ ଗଞ୍ଜାମ ଏବଂ ଭୁବନେଶ୍ଵରର ଘର ସମେତ ୬ଟି ସ୍ଥାନରେ ରେଡ୍ ହୋଇଥିଲା। ଜୟପୁର ସ୍ଥିତ ତିନି ମହଲା ଘର, ବେଲଗୁଣ୍ଠା ସ୍ଥିତ ପୈତୃକ ଘର, ଜୟପୁର ବ୍ଲକରେ ଥିବା କାର୍ଯ୍ୟାଳୟ, ଜୟପୁର ମୁନିସିପାଲିଟିରେ ଥିବା କାର୍ଯ୍ୟାଳୟ, ବିଶ୍ଵନାଥଙ୍କ ପତ୍ନୀଙ୍କ ଜୟପୁରସ୍ଥିତ କାର୍ଯ୍ୟାଳୟ, ନିଳାଦ୍ରୀବିହାରରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ରେଡ କରିଥିଲା।