ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ଘରେ ପଶିଲା ଭିଜିଲାନ୍ସ, ୭ଟି ସ୍ଥାନରେ ଚଢ଼ାଉ

କେନ୍ଦୁଝର,୦୬/୦୯: ଆୟ ବହିର୍ଭୁତ ସମ୍ପତି ଅଭିଯୋଗରେ ରେଡ୍‌ । କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ସୁପରିଟେଣ୍ଡେଣ୍ଟ୍‌ ସତ୍ୟ ପ୍ରକାଶ ସ୍ୱାଇଁଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ । ଶୁକ୍ରବାର ଭୁବନେଶ୍ୱରରୁ ଏକ ଟିମ କେନ୍ଦୁଝର ଭିଜିଲାନ୍ସ ସହାୟତାରେ ଏହି ଚଢ଼ାଉ କରିଛି । କେନ୍ଦୁଝର ଅଫିସ୍, ବାସଭବନ,ଭଦ୍ରକ ପୈତୃକ ଭବନ, ଭୂବନେଶ୍ଵର ଲକ୍ଷ୍ମୀସାଗର ନିଜ ଘର ଓ ଶ୍ୱଶୁର ଘର ଜାଗମରାର ନିଜ ଘର ମିଶି ମୋଟ୍‌ ୭ ଟି ସ୍ଥାନରେ ଚଢାଉ ଜାରି ରହିଛି । ସୂଚନାଥାଉକି, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ସତ୍ୟପ୍ରକାଶଙ୍କ ନାଁରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏକ ମାମଲା ହୋଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଚଢ଼ାଉ ଜାରି ରହିଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଭୁବନେଶ୍ୱରର ଏକ ଟିମ୍ ସହ କେନ୍ଦୁଝର ଭିଜିଲାନ୍ସ ସହାୟତାରେ ଚଢ଼ାଉ ଜାରି ରହିଛି । ସତ୍ୟପ୍ରକାଶଙ୍କ କେନ୍ଦୁଝର ଅଫିସ୍, ବାସଭବନ, ଭଦ୍ରକ ପୈତୃକ ଘର, ଭୁବନେଶ୍ୱର ଲକ୍ଷ୍ମୀ ସାଗର ସ୍ଥିତ ନିଜ ଘର ଓ ଶ୍ୱଶୁର ଘର, ଜାଗମରା ସ୍ଥିତ ଘର ସମେତ ୭ଟି ସ୍ଥାନରେ ଚଢାଉ କରାଯାଇଛି। 

ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ଘରେ ପଶିଲା ଭିଜିଲାନ୍ସ, ୭ଟି ସ୍ଥାନରେ ଚଢ଼ାଉ

କେନ୍ଦୁଝର,୦୬/୦୯: ଆୟ ବହିର୍ଭୁତ ସମ୍ପତି ଅଭିଯୋଗରେ ରେଡ୍‌ । କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ସୁପରିଟେଣ୍ଡେଣ୍ଟ୍‌ ସତ୍ୟ ପ୍ରକାଶ ସ୍ୱାଇଁଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ । ଶୁକ୍ରବାର ଭୁବନେଶ୍ୱରରୁ ଏକ ଟିମ କେନ୍ଦୁଝର ଭିଜିଲାନ୍ସ ସହାୟତାରେ ଏହି ଚଢ଼ାଉ କରିଛି । କେନ୍ଦୁଝର ଅଫିସ୍, ବାସଭବନ,ଭଦ୍ରକ ପୈତୃକ ଭବନ, ଭୂବନେଶ୍ଵର ଲକ୍ଷ୍ମୀସାଗର ନିଜ ଘର ଓ ଶ୍ୱଶୁର ଘର ଜାଗମରାର ନିଜ ଘର ମିଶି ମୋଟ୍‌ ୭ ଟି ସ୍ଥାନରେ ଚଢାଉ ଜାରି ରହିଛି । 

ସୂଚନାଥାଉକି, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ସତ୍ୟପ୍ରକାଶଙ୍କ ନାଁରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏକ ମାମଲା ହୋଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଚଢ଼ାଉ ଜାରି ରହିଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଭୁବନେଶ୍ୱରର ଏକ ଟିମ୍ ସହ କେନ୍ଦୁଝର ଭିଜିଲାନ୍ସ ସହାୟତାରେ ଚଢ଼ାଉ ଜାରି ରହିଛି । ସତ୍ୟପ୍ରକାଶଙ୍କ କେନ୍ଦୁଝର ଅଫିସ୍, ବାସଭବନ, ଭଦ୍ରକ ପୈତୃକ ଘର, ଭୁବନେଶ୍ୱର ଲକ୍ଷ୍ମୀ ସାଗର ସ୍ଥିତ ନିଜ ଘର ଓ ଶ୍ୱଶୁର ଘର, ଜାଗମରା ସ୍ଥିତ ଘର ସମେତ ୭ଟି ସ୍ଥାନରେ ଚଢାଉ କରାଯାଇଛି।