ଜେଲ୍ରୁ ଫେରାର ହେଲେ ୨ କଏଦୀ
ଭବାନୀପାଟଣା,୭।୪ (ଉତ୍ତମ କୁମାର ଦାଶ): ଜିଲା ମୁଖ୍ୟ କାରାଗାରରୁ ଫେରାର୍ ହୋଇଛନ୍ତି ୨ କଏଦୀ। କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ କାରାଗାରରୁ ଦୁଇ ବିଚାରାଧୀନ ବନ୍ଦୀ ଫେରାର ହୋଇଛନ୍ତି। ଏନେଇ ଜେଲ ସୁପରିଟେଣ୍ଡଣ୍ଟ ସୂଚନା ଦେଇଛନ୍ତି। ରବିବାର ସକାଳୁ ବଗିଚା କାମ କରୁଥିବା ସମୟରେ ଦୁଇ କଏଦୀ ଜେଲ ପାଚେରୀ ଡେଇଁ ଫେରାର ମାରିଥିବା ସୂଚନା ମିଳିଛି । ଏହି ୨ କଏଦୀଙ୍କ ମଧ୍ୟରୁ ଜଣେ ନୂଆପଡ଼ାର, ଅନ୍ୟଜଣେ ଧର୍ମଗଡ଼ର ହୋଇଥିବା ଜଣାପଡିଛି। ଦୁଇଜଣ […] The post ଜେଲ୍ରୁ ଫେରାର ହେଲେ ୨ କଏଦୀ appeared first on Dharitri Odia News.
ଭବାନୀପାଟଣା,୭।୪ (ଉତ୍ତମ କୁମାର ଦାଶ): ଜିଲା ମୁଖ୍ୟ କାରାଗାରରୁ ଫେରାର୍ ହୋଇଛନ୍ତି ୨ କଏଦୀ। କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ କାରାଗାରରୁ ଦୁଇ ବିଚାରାଧୀନ ବନ୍ଦୀ ଫେରାର ହୋଇଛନ୍ତି। ଏନେଇ ଜେଲ ସୁପରିଟେଣ୍ଡଣ୍ଟ ସୂଚନା ଦେଇଛନ୍ତି। ରବିବାର ସକାଳୁ ବଗିଚା କାମ କରୁଥିବା ସମୟରେ ଦୁଇ କଏଦୀ ଜେଲ ପାଚେରୀ ଡେଇଁ ଫେରାର ମାରିଥିବା ସୂଚନା ମିଳିଛି ।
ଏହି ୨ କଏଦୀଙ୍କ ମଧ୍ୟରୁ ଜଣେ ନୂଆପଡ଼ାର, ଅନ୍ୟଜଣେ ଧର୍ମଗଡ଼ର ହୋଇଥିବା ଜଣାପଡିଛି। ଦୁଇଜଣ କଏଦୀଙ୍କ ନାମ ସିକନ୍ଦର ଜାଲ ଓ ନୀଳମଣି ବିଭାର। ସୂଚନାଥାଉ କି, ୨ ଜଣ ପୋକ୍ସୋ ଆକ୍ଟରେ ଗିରଫ ହୋଇ ଜେଲରେ ଥିଲେ। ଜଣେ ଗତ ଫେବୃଆରୀରେ ଆଉ ଜଣେ ମାର୍ଚ୍ଚରେ ଜେଲକୁ ଆସିଥିବା ଜଣାପଡିଛି।
The post ଜେଲ୍ରୁ ଫେରାର ହେଲେ ୨ କଏଦୀ appeared first on Dharitri Odia News.