ଜୋରସୋରରେ ଚାଲିଛି ରଥ ନିର୍ମାଣ, ୩୯ ତମ ଦିନରେ ସରିଲା ତିନି ରଥର ପ୍ରଥମ ଭୂଇଁ ପ୍ରେମ ନିର୍ମାଣ
ପୁରୀ: ପାଖେଇ ଆସିଲାଣି ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଆଉ ଏପଟେ ରଥଯାତ୍ରା ପାଇଁ ଜୋରସୋର୍ରେ ଚାଲିଛି ରଥନିର୍ମାଣ। ଏହାରି ମଧ୍ୟର ରଥ ନିର୍ମାଣ କାର୍ଯ୍ୟ ୩୯ ଦିନରେ ପହଞ୍ଚିଛି। ଏହି କ୍ରମରେ ମଙ୍ଗଳବାର ତିନି ରଥର ସମ୍ମୁଖ ଭାଗ ଏବଂ ପଛ ଭାଗରେ ଦୁଇଟି ଲେଖାଏଁ ବଡ଼ ଛନ୍ଦା ଗୟଳ ପଡ଼ିବା ସହ ଦଉଡ଼ିରେ ବାନ୍ଧେଣୀ ମଧ୍ୟ ପଡ଼ିଅଛି। କଣ୍ଟା ବସିବା ପୂର୍ବରୁ ପୋଲ ଗୟଳକୁ କ୍ରସ କରି ପଡ଼ିଥିବା ଛନ୍ଦା ଗୟଳର ସଂଯୋଗ ସ୍ଥାନରେ କାପ ଖୋଦେଇ ଜାରୀ ରହିଛି। ତିନି ରଥର ୧୬ ଗୋଟି ଛନ୍ଦା ଗୟଳରୁ ୮ଗୋଟି ଛନ୍ଦା ଗୟଳର ଚଉପଟ ଶେଷ ହୋଇଅଛି।ଗତକାଲି ଅନୁକୂଳ ପୂଜା ପୂର୍ବକ ତିନି ରଥ ର 'ଚାରି ନାହାକା' ଉଠି ତିନି ରଥ ପାର୍ଶ୍ଵ ଦଣ୍ଡା ମାନଙ୍କରେ ଗୁଜ, ଜଳଯନ୍ତ୍ର ଖଞ୍ଜାଜାଇ ଗୁଜ ଉପରେ ବିରାଡ଼ି ପଡ଼ିଥିଲା, ଏଥିସହ ତିନିରଥ ର ଦୁଇଟି ଲେଖାଏଁ ପାର୍ଶ୍ଵ ଗୟଳ ସେଟିଂ କରାଯାଇଥିଲା।
ପୁରୀ: ପାଖେଇ ଆସିଲାଣି ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଆଉ ଏପଟେ ରଥଯାତ୍ରା ପାଇଁ ଜୋରସୋର୍ରେ ଚାଲିଛି ରଥନିର୍ମାଣ। ଏହାରି ମଧ୍ୟର ରଥ ନିର୍ମାଣ କାର୍ଯ୍ୟ ୩୯ ଦିନରେ ପହଞ୍ଚିଛି।
ଏହି କ୍ରମରେ ମଙ୍ଗଳବାର ତିନି ରଥର ସମ୍ମୁଖ ଭାଗ ଏବଂ ପଛ ଭାଗରେ ଦୁଇଟି ଲେଖାଏଁ ବଡ଼ ଛନ୍ଦା ଗୟଳ ପଡ଼ିବା ସହ ଦଉଡ଼ିରେ ବାନ୍ଧେଣୀ ମଧ୍ୟ ପଡ଼ିଅଛି। କଣ୍ଟା ବସିବା ପୂର୍ବରୁ ପୋଲ ଗୟଳକୁ କ୍ରସ କରି ପଡ଼ିଥିବା ଛନ୍ଦା ଗୟଳର ସଂଯୋଗ ସ୍ଥାନରେ କାପ ଖୋଦେଇ ଜାରୀ ରହିଛି। ତିନି ରଥର ୧୬ ଗୋଟି ଛନ୍ଦା ଗୟଳରୁ ୮ଗୋଟି ଛନ୍ଦା ଗୟଳର ଚଉପଟ ଶେଷ ହୋଇଅଛି।
ଗତକାଲି ଅନୁକୂଳ ପୂଜା ପୂର୍ବକ ତିନି ରଥ ର 'ଚାରି ନାହାକା' ଉଠି ତିନି ରଥ ପାର୍ଶ୍ଵ ଦଣ୍ଡା ମାନଙ୍କରେ ଗୁଜ, ଜଳଯନ୍ତ୍ର ଖଞ୍ଜାଜାଇ ଗୁଜ ଉପରେ ବିରାଡ଼ି ପଡ଼ିଥିଲା, ଏଥିସହ ତିନିରଥ ର ଦୁଇଟି ଲେଖାଏଁ ପାର୍ଶ୍ଵ ଗୟଳ ସେଟିଂ କରାଯାଇଥିଲା।