ଜୈବ ବିଜନନ ପ୍ରକ୍ରିୟାରେ ଅପପୃଷ୍ଟିର ଦୂରୀକରଣ ଓ ଜୀବିକା ସୃଷ୍ଟି ଦ୍ୱାରା ଓଡ଼ିଶାର ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ବର : ଆଜି ପର୍ଯ୍ୟନ୍ତ ବିଶ୍ଵର ଅଧିକାଂଶ ସ୍ଥାନରେ ଅପପୃଷ୍ଟି ଦୂର ହୋଇପାରି ନାହିଁ। ବର୍ତ୍ତମାନ ପୁଣି ପୋଷଣହୀନତା ଯୋଗୁଁ ଅନେକ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ଏହାକୁ ରୋକିବା କ୍ଷେତ୍ରରେ ଜୈବ ବିଜନନ ପ୍ରକ୍ରିୟା ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହା ଦ୍ଵାରା ଖାଦ୍ୟ ଶସ୍ୟରେ ବାଓଟେକ୍ନୋଲୋଜି ତଥା ଅନ୍ୟାନ୍ୟ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରି ପୋଷକର ବୃ୍ଦ୍ଧି କରାଯାଇପାରିବ। ଫଳରେ ଗ୍ରାମୀଣ କ୍ଷେତ୍ରରେ ଅପପୃଷ୍ଟି କମିବା ସହିତ ଉତ୍ତମ ପୋଷକଯୁକ୍ତ ଶସ୍ୟ ମିଳିପାରିବ ବୋଲି […]

ଜୈବ ବିଜନନ ପ୍ରକ୍ରିୟାରେ ଅପପୃଷ୍ଟିର ଦୂରୀକରଣ ଓ ଜୀବିକା ସୃଷ୍ଟି ଦ୍ୱାରା ଓଡ଼ିଶାର ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ବର : ଆଜି ପର୍ଯ୍ୟନ୍ତ ବିଶ୍ଵର ଅଧିକାଂଶ ସ୍ଥାନରେ ଅପପୃଷ୍ଟି ଦୂର ହୋଇପାରି ନାହିଁ। ବର୍ତ୍ତମାନ ପୁଣି ପୋଷଣହୀନତା ଯୋଗୁଁ ଅନେକ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ଏହାକୁ ରୋକିବା କ୍ଷେତ୍ରରେ ଜୈବ ବିଜନନ ପ୍ରକ୍ରିୟା ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହା ଦ୍ଵାରା ଖାଦ୍ୟ ଶସ୍ୟରେ ବାଓଟେକ୍ନୋଲୋଜି ତଥା ଅନ୍ୟାନ୍ୟ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରି ପୋଷକର ବୃ୍ଦ୍ଧି କରାଯାଇପାରିବ। ଫଳରେ ଗ୍ରାମୀଣ କ୍ଷେତ୍ରରେ ଅପପୃଷ୍ଟି କମିବା ସହିତ ଉତ୍ତମ ପୋଷକଯୁକ୍ତ ଶସ୍ୟ ମିଳିପାରିବ ବୋଲି ହାରଭେଷ୍ଟପ୍ଲସଓଡ଼ିଶା ପକ୍ଷରୁ ଜୈବ ବିଜନନ ପ୍ରକ୍ରିୟାରେ ଅପପୃଷ୍ଟିର ଦୂରୀକରଣ ଏବଂ ଜୀବିକା ସୃଷ୍ଟି ଦ୍ଵାରା ଓଡ଼ିଶାର ବିକାଶଶୀର୍ଷକ କର୍ମଶାଳାରେ ଯୋଗଦେଇ ଅତିଥିମାନେ ମତ ପ୍ରକାଶ କରିଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଖାଦ୍ୟଶସ୍ୟରେ ପଡ଼ୁଥିବା ପ୍ରଭାବ ଏବଂ ଖାଦ୍ୟସୁରକ୍ଷା କ୍ଷେତ୍ରରେ ଆସୁଥିବା ବିଭିନ୍ନ ପ୍ରତିବନ୍ଧକ ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ତାଲୁକଦାର, ନୀତି ଆୟୋଗ (ଜାତୀୟ ପୃଷ୍ଟି ଓ ସ୍ଵାସ୍ଥ୍ୟ ବୈଷୟିକ ବୋର୍ଡ)ର ସଦସ୍ୟ ରାଜ ଭଣ୍ଡାରି, ‘ଵାନ ଷ୍ଟେଜର ମୁଖ୍ୟ କାର୍ଯ୍ୟ ନିର୍ବାହୀ ପ୍ରତ୍ୟୁଷ କୁମାର ପଣ୍ଡା, ପୋଷକ ଉପଦେଷ୍ଟା ବସନ୍ତ କର ପ୍ରମୁଖ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଖାଦ୍ୟ ଶସ୍ୟର ଉତ୍ପାଦନରେ ପଡ଼ୁଥିବା ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହିତ ଜୈବ ବିଜନନ ଓ କୃଷିର ପରିବର୍ତ୍ତନରେ ବିଭିନ୍ନ ଅନୁଷ୍ଠାନଗୁଡ଼ିକର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଜୈବ ବିଜନନର ପ୍ରସାର ପାଇଁ ମହାଶକ୍ତି ଫାଉଣ୍ଡେସନହାରଭେଷ୍ଟପ୍ଲସ ଓଡ଼ିଶାମଧ୍ୟରେ ଏକ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଥିଲା। ହାରଭେଷ୍ଟପ୍ଲସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅରୁଣ ବରାଳ ଯୋଗଦେଇ ଏହି ପ୍ରକ୍ରିୟା ଫଳରେ କମ୍ ମୂଲ୍ୟରେ ସମସ୍ତଙ୍କୁ ଅଧିକ ପୋଷଣଯୁକ୍ତ ଖାଦ୍ୟ ମିଳି ପାରିବ ବୋଲି କହିଥିଲେ। ଦ୍ଵିତୀୟ ଅଧିବେଶନରେ ବସନ୍ତ କର, ଗୋବିନ୍ଦ ରାଜ, ସି ଏନ ନୀରଜା, ପି ଜେ ମିଶ୍ରଙ୍କ ଭଳି ବହୁ ଗବେଷକ ଯୋଗଦେଇ ଦେଶରେ ଏହି ପ୍ରକ୍ରିୟା ପାଇଁ ଆରମ୍ଭ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ।