ଜୈବିକ ଉପାୟରେ କୀଟ ନିୟନ୍ତ୍ରଣ
ପୁରୀ,୬ା୪: ଜୈବିକ ଉପାୟରେ କୀଟ ନିୟନ୍ତ୍ରଣ କିପରି ହୋଇପାରିବ, ତାକୁ ନେଇ ପୁରୀ ଜିଲା ସାତଶଙ୍ଖସ୍ଥିତ ଛତାଘର ପ୍ରଧାନ ସାହିରେ ଥିବା ଅର୍ଗାନିକ ବାୟୋଟେକ୍ ଫାର୍ମ ପରିସରରେ ଓଏଫ୍ଏସ୍ ଆଇଏଫ୍ଏସ୍ ଓ କର୍ନାଟକ ଆଗ୍ରୋ କେମିକାଲର ମିଳିତ ଉଦ୍ୟମରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜିକାଲି ବଜାରରେ ବିକ୍ରି ହେଉଥିବା ପରିବାରେ ଉତ୍କଟ ବିଷ ତଥା ରାସାୟନିକ ପ୍ରଲେପ ଦିଆଯିବା ଦ୍ୱାରା, ଏହା ସ୍ବାସ୍ଥ୍ୟ ଉପରେ ମାରାତ୍ମକ ପ୍ରଭାବ ପକାଉଛି। ଏହାକୁ ଦୃଷ୍ଟିରେ ରଖି କୃଷକମାନଙ୍କୁ […] The post ଜୈବିକ ଉପାୟରେ କୀଟ ନିୟନ୍ତ୍ରଣ appeared first on Dharitri Odia News.
ପୁରୀ,୬ା୪: ଜୈବିକ ଉପାୟରେ କୀଟ ନିୟନ୍ତ୍ରଣ କିପରି ହୋଇପାରିବ, ତାକୁ ନେଇ ପୁରୀ ଜିଲା ସାତଶଙ୍ଖସ୍ଥିତ ଛତାଘର ପ୍ରଧାନ ସାହିରେ ଥିବା ଅର୍ଗାନିକ ବାୟୋଟେକ୍ ଫାର୍ମ ପରିସରରେ ଓଏଫ୍ଏସ୍ ଆଇଏଫ୍ଏସ୍ ଓ କର୍ନାଟକ ଆଗ୍ରୋ କେମିକାଲର ମିଳିତ ଉଦ୍ୟମରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜିକାଲି ବଜାରରେ ବିକ୍ରି ହେଉଥିବା ପରିବାରେ ଉତ୍କଟ ବିଷ ତଥା ରାସାୟନିକ ପ୍ରଲେପ ଦିଆଯିବା ଦ୍ୱାରା, ଏହା ସ୍ବାସ୍ଥ୍ୟ ଉପରେ ମାରାତ୍ମକ ପ୍ରଭାବ ପକାଉଛି। ଏହାକୁ ଦୃଷ୍ଟିରେ ରଖି କୃଷକମାନଙ୍କୁ ଜୈବିକ ଉପାୟରେ କିପରି ଫସଲକୁ ରୋଗଦାଉରୁ ରକ୍ଷା କରିହେବ ସେ ସମ୍ପର୍କରେ ଏହି ପ୍ରଶିକ୍ଷଣ ଶିବିରରେ ଆଲୋଚନା ହୋଇଥିଲା। ଯେଉଁଥିରେ ଅବସରପ୍ରାପ୍ତ କୃଷି ଉପନିର୍ଦ୍ଦେଶକ ତଥା ବିଶିଷ୍ଟ କିଟତତ୍ତ୍ୱବିତ ଡ.ବିଜୟାନନ୍ଦ ମହାନ୍ତି କୃଷକମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରାକ୍ତନ କୃଷି ଅଧିକାରୀ ଗଗନ ବିହାରୀ ଧଳ ମୁଗ ଫସଲ ସହ ଅନ୍ୟାନ୍ୟ ଫସଲରେ ସନ୍ତୁଳିତ ଖାଦ୍ୟସାର ପରିଚାଳନା ଉପରେ ଆଲୋକପାତ କରିଥିଲେ। କର୍ନାଟକ ଆଗ୍ରୋ କେମିକାଲର ପ୍ରବୀର କୁମାର ପାଢ଼ୀ, ନିରାକାର ମିଶ୍ର, ରମେଶ ଚନ୍ଦ୍ର ସିଂ ମଧ୍ୟ ଏହି ଆଲୋଚନାରେ ଭାଗ ନେଇଥିଲେ। ଉକ୍ତ ସଭାରେ ସଭାପତିତ୍ୱ କରି ଅବସରପ୍ରାପ୍ତ ଓମ୍ଫେଡ୍ ଅଧିକାରୀ ଅନ୍ନପୂର୍ଣ୍ଣା ଦାସ କୃଷିରେ ଜୈବ ପଦ୍ଧତିର ପ୍ରୟୋଗ ଉପରେ ଆଲୋଚନା କରିଥିଲେ।
The post ଜୈବିକ ଉପାୟରେ କୀଟ ନିୟନ୍ତ୍ରଣ appeared first on Dharitri Odia News.