ଜୋଫ୍ରା ଆର୍ଚରଙ୍କ ଭୟଙ୍କର ବୋଲିଂରେ ଭାଙ୍ଗିଗଲା ଭାରତୀୟ ଷ୍ଟାର ବ୍ୟାଟରଙ୍କ ଆଙ୍ଗୁଳି

ନୂଆଦିଲ୍ଲୀ,୩।୧: ଇଂଲଣ୍ଡ ଦଳର ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ଭୟଙ୍କର ବୋଲିଂରେ ଭାରତୀୟ ଷ୍ଟାର ବ୍ୟାଟରଙ୍କ ଆଙ୍ଗୁଳି ଭାଙ୍ଗି ଯାଇଛି। ରବିବାର ମୁମ୍ବାଇରେ ଖେଳାଯାଉଥିବା ମ୍ୟାଚରେ ଭାରତୀୟ ଦଳର ଷ୍ଟାର ଉଇକେଟ କିପର ସଞ୍ଜୁ ସାମସନଙ୍କ ମଝି ଆଙ୍ଗୁଳିରେ ଆଘାତ ଲାଗିଥିଲା। ଯେଉଁଥିପାଇଁ ସେ ଫିଲ୍ଡିଂ କରିବାକୁ ମଧ୍ୟ ଆସି ନ ଥିଲେ। ପିଟିଆଇ ରିପୋର୍ଟ ଅନୁଯାୟୀ ସଞ୍ଜୁଙ୍କ ଆଙ୍ଗୁଳି ଭାଙ୍ଗି ଯାଇଛି। ଏହା ଠିକ୍ ହେବାକୁ ପ୍ରାୟ ଏକ ମାସ ସମୟ ଲାଗିପାରେ। ତେଣୁ ରଣଜୀ […] The post ଜୋଫ୍ରା ଆର୍ଚରଙ୍କ ଭୟଙ୍କର ବୋଲିଂରେ ଭାଙ୍ଗିଗଲା ଭାରତୀୟ ଷ୍ଟାର ବ୍ୟାଟରଙ୍କ ଆଙ୍ଗୁଳି appeared first on Dharitri Odia News.

ଜୋଫ୍ରା ଆର୍ଚରଙ୍କ ଭୟଙ୍କର ବୋଲିଂରେ ଭାଙ୍ଗିଗଲା ଭାରତୀୟ ଷ୍ଟାର ବ୍ୟାଟରଙ୍କ ଆଙ୍ଗୁଳି

ନୂଆଦିଲ୍ଲୀ,୩।୧: ଇଂଲଣ୍ଡ ଦଳର ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ଭୟଙ୍କର ବୋଲିଂରେ ଭାରତୀୟ ଷ୍ଟାର ବ୍ୟାଟରଙ୍କ ଆଙ୍ଗୁଳି ଭାଙ୍ଗି ଯାଇଛି। ରବିବାର ମୁମ୍ବାଇରେ ଖେଳାଯାଉଥିବା ମ୍ୟାଚରେ ଭାରତୀୟ ଦଳର ଷ୍ଟାର ଉଇକେଟ କିପର ସଞ୍ଜୁ ସାମସନଙ୍କ ମଝି ଆଙ୍ଗୁଳିରେ ଆଘାତ ଲାଗିଥିଲା। ଯେଉଁଥିପାଇଁ ସେ ଫିଲ୍ଡିଂ କରିବାକୁ ମଧ୍ୟ ଆସି ନ ଥିଲେ।

ପିଟିଆଇ ରିପୋର୍ଟ ଅନୁଯାୟୀ ସଞ୍ଜୁଙ୍କ ଆଙ୍ଗୁଳି ଭାଙ୍ଗି ଯାଇଛି। ଏହା ଠିକ୍ ହେବାକୁ ପ୍ରାୟ ଏକ ମାସ ସମୟ ଲାଗିପାରେ। ତେଣୁ ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲରେ କେରଳ ପାଇଁ ସେ ଖେଳି ପାରିବେ ନାହିଁ, ଯାହା ଜମ୍ମୁ ଏବଂ କଶ୍ମିର ବିପକ୍ଷରେ ୮ ଫେବୃଆରୀରୁ ୧୨ ଯାଏ ଖେଳାଯିବ। ଆଘାତରୁ ସୁସ୍ଥ ହେଲା ପରେ ତାଙ୍କୁ ନ୍ୟାସନାଲ କ୍ରିକେଟ ଏକାଡେମୀରେ ଫିଟନେସ ଟେଷ୍ଟ ଦେବାକୁ ପଡିବ। ଏଠାରୁ ଗ୍ରୀନ ସିଗନାଲ ମିଳିବା ପରେ ସେ ଆକ୍ସନକୁ ଫେରିବେ।

ଏସବୁରୁ ଜଣା ପଡୁଛି ଯେ, ସଞ୍ଜୁ ସିଧାସଳଖ ଆଇପିଏଲକୁ ଫେରିବେ। ଯେଉଁଠି ସେ ରାଜସ୍ଥାନ ରୟାଲ୍ସକୁ ପ୍ରତିନିଧିତ୍ୱ କରିବେ। ରବିବାର ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ସଞ୍ଜୁ ବିଫଳ ହୋଇଥିଲେ ଏବଂ ଆଗକୁ ହେବାକୁ ଥିବା ଦିନିକିଆ ଦଳରେ ମଧ୍ୟ ତାଙ୍କୁ ସ୍ଥାନ ମିଳିନାହିଁ। କୁହାଯାଉଛି ଯେ, ଜୋଫ୍ରା ଆର୍ଚରଙ୍କ ୧୫୦ ଗତିର ବଲ ସଞ୍ଜୁଙ୍କ ଆଙ୍ଗୁଳିକୁ ଆଘାତ ଦେଇଛି।

ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ବାଂଲାଦେଶ ଏବଂ ଦକ୍ଷିଣ ଆଫ୍ରିକା ସିରିଜ ସଞ୍ଜୁଙ୍କ ପାଇଁ ଭଲ ରହିଥିଲା। ଏହି ଦୁଇ ସିରିଜରେ ସେ ତିନୋଟି ଶତକ ହାସଲ କରିଥିଲେ। ଅନ୍ୟପଟେ ବିଜୟ ହଜାର ଟ୍ରଫି ଖେଳି ନ ଥିବାରୁ ତାଙ୍କୁ ଚାମ୍ପିୟନ୍ସ ଟ୍ରଫି ୨୦୨୫ପାଇଁ ମଧ୍ୟ ଚୟନ କରାଯାଇନାହିଁ।

The post ଜୋଫ୍ରା ଆର୍ଚରଙ୍କ ଭୟଙ୍କର ବୋଲିଂରେ ଭାଙ୍ଗିଗଲା ଭାରତୀୟ ଷ୍ଟାର ବ୍ୟାଟରଙ୍କ ଆଙ୍ଗୁଳି appeared first on Dharitri Odia News.