‘ଜୋମାଟୋ’କୁ ଝଟକା, ମିଳିଲା ୯.୪୫ କୋଟି ଟଙ୍କାର GST ନୋଟିସ୍

ବେଙ୍ଗାଲୁରୁ ୩୦।୬: ଅନଲାଇନ ଫୁଡ ଡେଲିଭରୀ କମ୍ପାନୀ ଜମାଟୋକୁ ଝଟକା ଲାଗିଛି। କମ୍ପାନୀକୁ କର୍ଣ୍ଣାଟକ ବାଣିଜ୍ୟକର (ଅଡିଟ) ସହାୟକ କମିଶନର ୯.୪୫ କୋଟି ଟଙ୍କାର ସାମଗ୍ରୀ ଓ ସେବା କର (ଜିଏସଟି) ନୋଟିସ୍ ଧରାଇଛନ୍ତି। କମ୍ପାନୀ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ଫାଇଲିଂରେ ଏହି ସୂଚନା ଦେଇଛି। କର୍ଣ୍ଣାଟକ ଟ୍ୟାକ୍ସ ରେଗ୍ୟୁଲେଟର ଟ୫,୦୧,୯୫,୪୬୨ ଟଙ୍କାର ଜିଏସଟି ଡିମାଣ୍ଡ କରିଛନ୍ତି। ଫାଇଲିଂ ଅନୁସାରେ କମ୍ପାନୀକୁ ୩,୯୩ କୋଟି ଟଙ୍କାର ସୁଧ ଶୁଳ୍କ ଓ ୫୦.୧୯ ଲକ୍ଷ ଟଙ୍କାର ଜରିମନା କରାଯାଇଛି। ସୂଚନା ଅନୁସାରେ ଫାଇଲିଂରେ କମ୍ପାନୀ ସୂଚିତ କରିଛି ଯେ ଜିଏସଟି ରିଟର୍ଣ୍ଣ ଓ ଖାତା ଅଡିଟରୁ ୨୦୧୯-୨୦ ଲାଗି ଟ୍ୟାକ୍ସ ଅର୍ଡର ପ୍ରାପ୍ତ ହୋଇଛି। ଉଲ୍ଲେଖୋଯୋଗ୍ୟ ଯେ ଜୋମାଟୋ ସେୟାର ଜୁନ ୨୮ ଶୁକ୍ରବାର ୧୦ ପ୍ରତିଶତ ବୃଦ୍ଧି ହୋଇ ୨୦୦.୩୫ରେ ବନ୍ଦ ହୋଇଥିଲା। କମ୍ପାନୀ ଟ୍ୟାକ୍ସ ନୋଟିସ୍ ଜବାବରେ କହିଛି ଯେ ଉଚିତ ପ୍ରାଧିକାରୀଙ୍କ ନିକଟରେ ଆଦେଶ ବିରୋଧରେ ଅପିଲ ଦାଖଲ କରିବ। ଜୋମାଟୋକୁ ଏପରି ଟ୍ୟାକ୍ସ ନୋଟିସ୍ କିଛି ନୂଆ କଥା ନୁହେଁ। ଜୋମାଟୋକୁ ୨୦୨୧ ମସିହାରେ ଗୁରୁଗ୍ରାମ ସାମଗ୍ରୀ ଓ ସେବାକର ଅତିରିକ୍ତ ଆୟୁକ୍ତଙ୍କ ଟ୍ୟାକ୍ସ ନୋଟିସ୍ ମିଳିଥିଲା। ସେ ସମୟରେ ମିଡିଆ ରିପୋର୍ଟ ଅନୁସାରେ କମ୍ପାନୀକୁ ସୁଧ ଓ ଜରିମନା ଶୁଳ୍କ ସହିତ ୧୧.୮୧ କୋଟି ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେତେବେଳେ ମଧ୍ୟ କମ୍ପାନୀ ଟ୍ୟାକ୍ସ ଆଦେଶ ବ

‘ଜୋମାଟୋ’କୁ ଝଟକା, ମିଳିଲା ୯.୪୫ କୋଟି ଟଙ୍କାର GST ନୋଟିସ୍

ବେଙ୍ଗାଲୁରୁ ୩୦।୬: ଅନଲାଇନ ଫୁଡ ଡେଲିଭରୀ କମ୍ପାନୀ ଜମାଟୋକୁ ଝଟକା ଲାଗିଛି। କମ୍ପାନୀକୁ କର୍ଣ୍ଣାଟକ ବାଣିଜ୍ୟକର (ଅଡିଟ) ସହାୟକ କମିଶନର ୯.୪୫ କୋଟି ଟଙ୍କାର ସାମଗ୍ରୀ ଓ ସେବା କର (ଜିଏସଟି) ନୋଟିସ୍ ଧରାଇଛନ୍ତି। କମ୍ପାନୀ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ଫାଇଲିଂରେ ଏହି ସୂଚନା ଦେଇଛି। କର୍ଣ୍ଣାଟକ ଟ୍ୟାକ୍ସ ରେଗ୍ୟୁଲେଟର ଟ୫,୦୧,୯୫,୪୬୨ ଟଙ୍କାର ଜିଏସଟି ଡିମାଣ୍ଡ କରିଛନ୍ତି। ଫାଇଲିଂ ଅନୁସାରେ କମ୍ପାନୀକୁ ୩,୯୩ କୋଟି ଟଙ୍କାର ସୁଧ ଶୁଳ୍କ ଓ ୫୦.୧୯ ଲକ୍ଷ ଟଙ୍କାର ଜରିମନା କରାଯାଇଛି। 

ସୂଚନା ଅନୁସାରେ ଫାଇଲିଂରେ କମ୍ପାନୀ ସୂଚିତ କରିଛି ଯେ ଜିଏସଟି ରିଟର୍ଣ୍ଣ ଓ ଖାତା ଅଡିଟରୁ ୨୦୧୯-୨୦ ଲାଗି ଟ୍ୟାକ୍ସ ଅର୍ଡର ପ୍ରାପ୍ତ ହୋଇଛି। ଉଲ୍ଲେଖୋଯୋଗ୍ୟ ଯେ ଜୋମାଟୋ ସେୟାର ଜୁନ ୨୮ ଶୁକ୍ରବାର ୧୦ ପ୍ରତିଶତ ବୃଦ୍ଧି ହୋଇ ୨୦୦.୩୫ରେ ବନ୍ଦ ହୋଇଥିଲା। କମ୍ପାନୀ ଟ୍ୟାକ୍ସ ନୋଟିସ୍ ଜବାବରେ କହିଛି ଯେ ଉଚିତ ପ୍ରାଧିକାରୀଙ୍କ ନିକଟରେ ଆଦେଶ ବିରୋଧରେ ଅପିଲ ଦାଖଲ କରିବ। 

ଜୋମାଟୋକୁ ଏପରି ଟ୍ୟାକ୍ସ ନୋଟିସ୍ କିଛି ନୂଆ କଥା ନୁହେଁ। ଜୋମାଟୋକୁ ୨୦୨୧ ମସିହାରେ ଗୁରୁଗ୍ରାମ ସାମଗ୍ରୀ ଓ ସେବାକର ଅତିରିକ୍ତ ଆୟୁକ୍ତଙ୍କ ଟ୍ୟାକ୍ସ ନୋଟିସ୍ ମିଳିଥିଲା। ସେ ସମୟରେ ମିଡିଆ ରିପୋର୍ଟ ଅନୁସାରେ କମ୍ପାନୀକୁ ସୁଧ ଓ ଜରିମନା ଶୁଳ୍କ ସହିତ ୧୧.୮୧ କୋଟି ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେତେବେଳେ ମଧ୍ୟ କମ୍ପାନୀ ଟ୍ୟାକ୍ସ ଆଦେଶ ବିରୋଧରେ ଅପିଲ କରିଥିଲା।