ଜୋର ଜବରଦସ୍ତି ବିବାହ କରି ପାରିବି ନାହିଁ କହି ମଣ୍ଡପରୁ ବରକୁ ଘୋଷାଡି ଆଣିଲେ କନ୍ୟା, ଦେଖନ୍ତୁ ଭିଡିଓ

କୁହାଯାଏ ଯେ ଯୋଡି ଉପରବାଲା ତିଆରି କରିଥାଆନ୍ତି। କିନ୍ତୁ ଯଦି ବର ଏବଂ କନ୍ୟା ଏକମତ ନ ନୁହଁନ୍ତି ତେବେ ବିବାହ କଦାପି ସମ୍ଭବ ନୁହେଁ। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଶୀଘ୍ର ଭାଇରାଲ ହେଉଛି। ଏହି ଭିଡିଓରେ ଝିଅଟି ସମସ୍ତଙ୍କ ସାମ୍ନାରେ ବରକୁ ବିବାହ କରିବାକୁ ମନା କରୁଛି। ଦାବି ହେଉଛି ଝିଅ ଅନ୍ୟକୁ ଭଲ ପାଏ ଏବଂ ଚାପ ଯୋଗୁଁ ବିବାହ କରିପାରିବ ନାହିଁ । ଏହି ଭିଡିଓ ଦେଖିବା ପରେ […] The post ଜୋର ଜବରଦସ୍ତି ବିବାହ କରି ପାରିବି ନାହିଁ କହି ମଣ୍ଡପରୁ ବରକୁ ଘୋଷାଡି ଆଣିଲେ କନ୍ୟା, ଦେଖନ୍ତୁ ଭିଡିଓ appeared first on Dharitri Odia News.

ଜୋର ଜବରଦସ୍ତି ବିବାହ କରି ପାରିବି ନାହିଁ କହି ମଣ୍ଡପରୁ ବରକୁ ଘୋଷାଡି ଆଣିଲେ କନ୍ୟା, ଦେଖନ୍ତୁ ଭିଡିଓ

କୁହାଯାଏ ଯେ ଯୋଡି ଉପରବାଲା ତିଆରି କରିଥାଆନ୍ତି। କିନ୍ତୁ ଯଦି ବର ଏବଂ କନ୍ୟା ଏକମତ ନ ନୁହଁନ୍ତି ତେବେ ବିବାହ କଦାପି ସମ୍ଭବ ନୁହେଁ। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଶୀଘ୍ର ଭାଇରାଲ ହେଉଛି। ଏହି ଭିଡିଓରେ ଝିଅଟି ସମସ୍ତଙ୍କ ସାମ୍ନାରେ ବରକୁ ବିବାହ କରିବାକୁ ମନା କରୁଛି। ଦାବି ହେଉଛି ଝିଅ ଅନ୍ୟକୁ ଭଲ ପାଏ ଏବଂ ଚାପ ଯୋଗୁଁ ବିବାହ କରିପାରିବ ନାହିଁ । ଏହି ଭିଡିଓ ଦେଖିବା ପରେ ଲୋକମାନେ ଝିଅର ଏହି ନିଷ୍ପତ୍ତିକୁ ସ୍ବାଗତ କରୁଛନ୍ତି। ତେବେ କିଛି ଲୋକ ଏହା ଉପରେ ତୀବ୍ର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ଶେୟାର କରାଯାଉଛି ।
ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳେ ଯେ କନ୍ୟା ବରକୁ ବିବାହରୁ ବାରଣ କରୁଛନ୍ତି। ଏଥିସହିତ ପରିବାର ଏବଂ ସମ୍ପର୍କୀୟମାନେ ନିକଟରେ ଉପସ୍ଥିତ ଅଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ @ ankit6709j ନାମକ ଜଣେ ୟୁଜରଙ୍କ ଦ୍ୱାରା ଶେୟାର କରାଯାଇଛି । ସେ କ୍ୟାପଶନରେ ଦାବି କରିଛନ୍ତି ଯେ ଏହି ଘଟଣା ସତ ଅଟେ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ ନିଜର ପ୍ରତିକ୍ରିୟାକୁ ତୀବ୍ର ଭାବରେ ଦେଉଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୪ମିଲିୟନରୁ ଅଧିକ ଲୋକ ଏହି ଭିଡିଓ ଦେଖିଛନ୍ତି। ଏହି ସମୟରେ, ଏହା ମଧ୍ୟ ଶୀଘ୍ର ଶେୟାର ହେଉଛି ।
ଭାଇରାଲ ହେଉଥିବା ଏହି ଭିଡିଓ ଉପରେ ସୋସିଆଲ ମିଡିଆ ୟୁଜର୍ସ ନିଜର ପ୍ରତିକ୍ରିୟାକୁ ଭିନ୍ନ ଭାବରେ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଭଗବାନ କାହାକୁ ଏହା କରନ୍ତୁ ନାହିଁ’, ଅନ୍ୟ ଜଣେ ଲେଖିଛନ୍ତି, ‘ହାତଯୋଡି, ମୁଁ ଝିଅମାନଙ୍କୁ ଅନୁରୋଧ କରେ ଯଦି ସେମାନେ ଏହାକୁ ପସନ୍ଦ କରନ୍ତି ନାହିଁ, ଏହିପରି କୌଣସି ପୁଅକୁ ଅପମାନ କରନ୍ତୁ ନାହିଁ’, ଅନ୍ୟ ଜଣେ ଲେଖିଛନ୍ତି, ବିଚରା ଗରିବ ପିଲାଟିର କ’ଣ ହେବ। ତାଙ୍କ ଜୀବନର ତ ଫିଲ୍ମ ହୋଇଗଲା।

 

The post ଜୋର ଜବରଦସ୍ତି ବିବାହ କରି ପାରିବି ନାହିଁ କହି ମଣ୍ଡପରୁ ବରକୁ ଘୋଷାଡି ଆଣିଲେ କନ୍ୟା, ଦେଖନ୍ତୁ ଭିଡିଓ appeared first on Dharitri Odia News.