ଜୋରଦାର ହେବ ନକ୍ସଲ ଦମନ, ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓମୁକ୍ତ ହେବ ଓଡ଼ିଶା : ଡିଜିପି ୱାଇ.ବି.ଖୁରାନିଆ

ଭୁବନେଶ୍ୱର : ୨୦୨୬ ମାର୍ଚ୍ଚ ସୁଦ୍ଧା ଓଡ଼ିଶାରୁ ମାଓବାଦୀ ମୂଳପୋଛ ହେବେ, ଏନେଇ ବଡ଼ ବୟାନ ଦେଇଛନ୍ତି ପୁଲିସ ଡିଜି ୱାଇ.ବି. ଖୁରାନିଆ।  ଆଜି ଛତିଶଗଡ ଦାନ୍ତେନୱାଡାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୯ ମାଓବାଦୀ ଟଳିପଡ଼ିଛନ୍ତି। ସେଠାରେ ଅପରେସନ୍‌କୁ ଜୋରଦାର କରାଯାଉଥିବାରୁ ମାଓବାଦୀମାନେ ଓଡ଼ିଶାକୁ ଅନୁପ୍ରବେଶ ବଢ଼ିବା ଆଶଙ୍କା ଦେଖାଯାଇଛି। ତେଣୁ ଏହାର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିଛି ଓଡ଼ିଶା ପୁଲିସ। ଛତିଶଗଡର ପଡୋଶୀ ଜିଲ୍ଲାଗୁଡିକୁ ହାଇଆଲର୍ଟ ଜାରି କରାଯାଇଛି। ବିଶେଷକରି ନୂଆପଡା ଜିଲ୍ଲା ଦେଇ ଓଡ଼ିଶାକୁ ଅନୁପ୍ରବେଶ […]

ଜୋରଦାର ହେବ ନକ୍ସଲ ଦମନ, ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓମୁକ୍ତ ହେବ ଓଡ଼ିଶା : ଡିଜିପି ୱାଇ.ବି.ଖୁରାନିଆ
Odisha to be Naxal-free by March 2026 says Police DG YB Khurania

ଭୁବନେଶ୍ୱର : ୨୦୨୬ ମାର୍ଚ୍ଚ ସୁଦ୍ଧା ଓଡ଼ିଶାରୁ ମାଓବାଦୀ ମୂଳପୋଛ ହେବେ, ଏନେଇ ବଡ଼ ବୟାନ ଦେଇଛନ୍ତି ପୁଲିସ ଡିଜି ୱାଇ.ବି. ଖୁରାନିଆ।  ଆଜି ଛତିଶଗଡ ଦାନ୍ତେନୱାଡାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୯ ମାଓବାଦୀ ଟଳିପଡ଼ିଛନ୍ତି। ସେଠାରେ ଅପରେସନ୍‌କୁ ଜୋରଦାର କରାଯାଉଥିବାରୁ ମାଓବାଦୀମାନେ ଓଡ଼ିଶାକୁ ଅନୁପ୍ରବେଶ ବଢ଼ିବା ଆଶଙ୍କା ଦେଖାଯାଇଛି। ତେଣୁ ଏହାର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିଛି ଓଡ଼ିଶା ପୁଲିସ। ଛତିଶଗଡର ପଡୋଶୀ ଜିଲ୍ଲାଗୁଡିକୁ ହାଇଆଲର୍ଟ ଜାରି କରାଯାଇଛି। ବିଶେଷକରି ନୂଆପଡା ଜିଲ୍ଲା ଦେଇ ଓଡ଼ିଶାକୁ ଅନୁପ୍ରବେଶ କରିବାର ଆଶଙ୍କା କରି ସୀମାରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି।

ଛତିଶଗଡ ପଡୋଶୀ ଜିଲ୍ଲା ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନୁଆପଡା, ବରଗଡ,  ସୁନ୍ଦରଗଡ ଓ ନବରଙ୍ଗପୁର ଜିଲ୍ଲାଗୁଡିକର ସୀମାକୁ ସିଲ୍‌ କରାଯାଇଛି। ଏହି ଜିଲ୍ଲାଗୁଡିକ ସମେତ ମାଓ ପ୍ରବଣ ଥିବା ଅନ୍ୟ ଜିଲ୍ଲାଗୁଡିକର ଏସ୍‌ପି, ରେଞ୍ଜ ଡିଆଇଜି ଓ ଆଇଜିମାନଙ୍କ ଆଲୋଚନା ହୋଇଛି। ମାଓପ୍ରବଣ ଜିଲ୍ଲାଗୁଡିକରେ ତୂଣମୂଳସ୍ତରରେ ସ୍ଥିତି ବିଷୟରେ ତୀଷ୍ମ ନଜର ରଖାଯାଇଛି। ଆଗାମୀ ଦିନରେ ମାଓ ବିରୋଧୀ ଅପରେସନରୁ ଆହୁରି ତ୍ୱରିତ କରିବା ନେଇ ଆଲୋଚନା ହେଇଛି। ଯେଉଁ ଜିଲ୍ଲାଗୁଡିକରେ ମାଓ ସମସ୍ୟା ରହିଛି ସେ ଜିଲ୍ଲାଗୁଡ଼ିକ ବିଷୟରେ ଆଲୋଚନା କରାଯିବା ସହ ତଥ୍ୟ ସଂଗ୍ରହ କରାଯାଉଛି। ସେଠାରେ ଦେଖାଯାଉଥିବା ସମସ୍ୟା ସମାଧାନ ହେବ ବୋଲି ଡିଜିପି ସୂଚନା ଦେଇଛନ୍ତି।

ଆଜି ଭୁବନେଶ୍ୱର ସ୍ଥିତ ଡିଜିପିଙ୍କ କ୍ୟାମ୍ପ ଅଫିସରେ ଡିଜିପିଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ୨୦୨୬ ମସିହା ମାର୍ଚ୍ଚ ସୁଦ୍ଧା ନକ୍ସଲ ମୂଳତ୍ପୋଟନ ହେବ, ସେଥିରେ ସଫଳ ହେବୁ ବୋଲି ଡିଜିପି ଆଶା ରଖିଛନ୍ତି। ଅନୁରପ ଗୃହମନ୍ତ୍ରୀ ଅମିତ ଶାହ ଦେଇଥିବା ଟାର୍ଗେଟ ଅନୁଯାୟୀ, ଭାରତକୁ ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ନକ୍ସଲ ମୁକ୍ତ କରିବା ଦିଗରେ ଓଡ଼ିଶା ବି ସଫଳତା ପାଇବ ବୋଲି ଆଶା କରାଯାଉଛି।