ଜୋର୍ଦାର୍ ଚାଲିଛି ରଥ ନିର୍ମାଣ: ଅନୁକୂଳ ହେଲା ଦଣ୍ଡା ମୁହାଁଟ
ପୁରୀ: ଆଉ ଠିକ୍ ମାସକ ପରେ ରଥଯାତ୍ରା। ବଡ଼ଦାଣ୍ଡରେ ଗଡ଼ିବ ତିନିରଥ। ଏଥିପାଇଁ ଚଳଚଞ୍ଚଳ ରଥଖଳା। ଗୁରୁବାର ସୁଦ୍ଧା ତିନିରଥର ରଥର ୩୫ଟି ଚକ ସମ୍ପୂର୍ଣ୍ଣ ହୋଇଥିବା ବେଳେ ପ୍ରତ୍ୟେକ ରଥର ଗୋଟିଏ ଲେଖାଏ ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ଚାଳିରୁ ବାହାରକୁ ବାହାରିବ। ସେହିପରି ତିନିରଥର ୨୧ଟି ଯାକ ଅଖ ନିର୍ମାଣ ସରିଛି। ସେହିପରି ଗୁରୁବାର ଯନ୍ତା ଗାଡରେ ସିଙ୍ଗଡା ବାଡ଼ିଆ କାମ ଶେଷ ହୋଇଛି। ଭୋଇ ସେବକମାନେ ୪୨ଟି ଯାକ ତୁମ୍ବରେ […]

ପୁରୀ: ଆଉ ଠିକ୍ ମାସକ ପରେ ରଥଯାତ୍ରା। ବଡ଼ଦାଣ୍ଡରେ ଗଡ଼ିବ ତିନିରଥ। ଏଥିପାଇଁ ଚଳଚଞ୍ଚଳ ରଥଖଳା। ଗୁରୁବାର ସୁଦ୍ଧା ତିନିରଥର ରଥର ୩୫ଟି ଚକ ସମ୍ପୂର୍ଣ୍ଣ ହୋଇଥିବା ବେଳେ ପ୍ରତ୍ୟେକ ରଥର ଗୋଟିଏ ଲେଖାଏ ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ଚାଳିରୁ ବାହାରକୁ ବାହାରିବ। ସେହିପରି ତିନିରଥର ୨୧ଟି ଯାକ ଅଖ ନିର୍ମାଣ ସରିଛି। ସେହିପରି ଗୁରୁବାର ଯନ୍ତା ଗାଡରେ ସିଙ୍ଗଡା ବାଡ଼ିଆ କାମ ଶେଷ ହୋଇଛି। ଭୋଇ ସେବକମାନେ ୪୨ଟି ଯାକ ତୁମ୍ବରେ ସିଙ୍ଗଡାବାଡିଆ ସାରିଥିବାରୁ ଶୁକ୍ରବାର ଯନ୍ତାଗାଡ଼ ବନ୍ଦ ହେବ। ଅନ୍ୟାନ୍ୟ କାମ ମଧ୍ୟରେ ଗୁରୁବାର ତିନିରଥର ଦୁଇଟି ଲେଖାଏ ୨୦ ଫୁଟିଆ ଆଗଆଣି, ପଛଆଣି ଦଣ୍ଡା ମୁହାଁଟର ଅନୁକୂଳ ହୋଇଛି। ଏହାପରେ ଏଥିରେ ମହାରଣା ସେବକ ବିନ୍ଧ କରୁଛନ୍ତି। ଏହି ଦଣ୍ଡାମୁହାଁଟ ତିନିରଥର ପାଞ୍ଚ ଦଣ୍ଡାରେ ଆଗ ଏବଂ ପଛ ଭାଗରେ ସଂଯୋଗ ହେବ। ପ୍ରତି ଦଣ୍ଡା ମୁହାଁଟରେ ପାଞ୍ଚଟି ଲେଖାଏଁ ବିନ୍ଧ କରାଯିବ। ସେହିପରି ତିନିରଥର ପାଞ୍ଚଦଣ୍ଡାର ମଧ୍ୟ ଅନୁକୂଳ ପୂଜା ହୋଇଛି।
ଏହାପରେ ଦଣ୍ଡାଗୁଡ଼ିକର ଚଉପଟ କାର୍ଯ୍ୟ ଆରମ୍ଭ କରାଯାଇଛି। ଅନ୍ୟପକ୍ଷରେ କରତି ସେବକମାନେ ତାଳଧ୍ୱଜ ରଥର ପୋଲ ଗୟଳ ଚିରଟ ଶେଷ କରିଛନ୍ତି। ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ ପୂର୍ବରୁ ଦୁଇପାର୍ଶ୍ୱ ଚିତା କାର୍ଯ୍ୟ ଆରମ୍ଭ କରିଛନ୍ତି। ମାପ ଅନୁସାରେ ଏହାକୁ ଚିରଟ କରିବେ। ରୂପକାର ସେବକମାନେ ଗୁଜ ଗୁଡିକରେ ରୂପ ଖୋଦେଇ ସହ ରୂପରେ ଅଳଙ୍କାର ତଥା ପଲିସ କାର୍ଯ୍ୟ ଜାରି ରଖିଛନ୍ତି। ଦୋଳବେଦୀ ପରିସରରେ କମାର ସେବକମାନେ ତିନିରଥର ଯୋକା କଣ୍ଟା, ଦଣ୍ଡା କଣ୍ଟା, ଅଗପାତେଳି କଣ୍ଟା ସହ ବିଡ଼ିଆ କଣ୍ଟା ନିର୍ମାଣ ଜାରି ରଖିଛନ୍ତି।