ଜ୍ଞାନବ୍ୟାପୀ ମାମଲାରେ ରାୟ ଶୁଣାଇଥିବା ବିଚାରପତିଙ୍କୁ ବିଦେଶରୁ ଆସୁଛି ଧମକପୂର୍ଣ୍ଣ କଲ୍
ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମାମଲାରେ ରାୟ ଶୁଣାଇଥିବା ବିଚାରପତିଙ୍କୁ ଆସୁଛି ଧମକପୂର୍ଣ୍ଣ କଲ୍। ଆଡିସ୍ନାଲ ସେସନ୍ ଜଜ୍ ରବି କୁମାର ଦିବାକରଙ୍କୁ ଅନ୍ତର୍ଜାତୀୟ ନମ୍ବରରୁ ଧମକପୂର୍ଣ୍ଣ କଲ୍ ଆସୁଥିବା ନେଇ ସେ ପୁଲିସ୍ରେ ଅଭିଯୋଗ କରିଛନ୍ତି। ୨୦୨୨ରେ ଜ୍ଞାନବ୍ୟାପୀ ମସ୍ଜିଦ୍ର ଭିଡିଓଗ୍ରାଫିକ୍ ସର୍ଭେ କରିବା ନେଇ ଜଷ୍ଟିସ୍ ଦିବାକର ରାୟ ଶୁଣାଇ ଲୋକ ଲୋଚନକୁ ଆସିଥିଲେ। ରାୟ ଶୁଣାଇବାର ତୁରନ୍ତ ପରେ ତାଙ୍କୁ ଧମକପୂର୍ଣ୍ଣ କଲ୍ ଆସିଥିଲା। ଏବେ ପୁଣିଥରେ କଲ୍ ଆସିବାରୁ ବରେଲି ଏସ୍ପିଙ୍କୁ ଚିଠି ଲେଖି ଜଷ୍ଟିସ ଦିବାକର କହିଛନ୍ତି ଯେ ଏପ୍ରିଲ୧୫ ତାରିଖରେ ତାଙ୍କୁ ଧମକପୂର୍ଣ୍ଣ କଲ୍ ଆସିଥିଲା। ଏଥିରେ ତାଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଥିଲା। ଏହାର କିଛିଦିନ ପରେ ପୁଣିଥରେ ସମାନ କଲ୍ ଆସିଥିଲା ଓ ହତ୍ୟା ଧମକ ଦିଆଯାଇଥିଲା। କେବଳ ତାଙ୍କୁ ନୁହେଁ, ତାଙ୍କ ପରିବାରକୁ ମଧ୍ୟ ହତ୍ୟା କରିବାକୁ ଧମକ ଦିଆଯାଉଥିବା ସେ ଅଭିଯୋଗ କରିବା ସହ ମାମଲାର ତଦନ୍ତ କରିବାକୁ ଦାବି କରିଛନ୍ତି। ପଢ଼ନ୍ତୁ-ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ ଜଷ୍ଟିସ୍ ଦିବାକରଙ୍କୁ ନିକଟରେ ବରେଲିକୁ ବଦଳି କରାଯାଇଛି। ସେ ବରେଲି ବଦଳି ହେବା ପରେ ୨୦୧୮ରେ ହୋଇଥିବା ଦଙ୍ଗା ମାମଲାକୁ ନିଜ ଆଡ଼ୁ ଗୁରୁତ୍ୱର ସହ ନେଇଏହାର ତଦନ୍ତ ଆରମ୍ଭ କରାଇଛନ୍ତି। ଦଙ୍ଗା ଭିଆଇବାରେ ମୌଲାନା ତୌକୀର ରାଜାଙ୍କୁ ମାଷ୍ଟର ମାଇଣ୍ଡ କୁହା
ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମାମଲାରେ ରାୟ ଶୁଣାଇଥିବା ବିଚାରପତିଙ୍କୁ ଆସୁଛି ଧମକପୂର୍ଣ୍ଣ କଲ୍। ଆଡିସ୍ନାଲ ସେସନ୍ ଜଜ୍ ରବି କୁମାର ଦିବାକରଙ୍କୁ ଅନ୍ତର୍ଜାତୀୟ ନମ୍ବରରୁ ଧମକପୂର୍ଣ୍ଣ କଲ୍ ଆସୁଥିବା ନେଇ ସେ ପୁଲିସ୍ରେ ଅଭିଯୋଗ କରିଛନ୍ତି। ୨୦୨୨ରେ ଜ୍ଞାନବ୍ୟାପୀ ମସ୍ଜିଦ୍ର ଭିଡିଓଗ୍ରାଫିକ୍ ସର୍ଭେ କରିବା ନେଇ ଜଷ୍ଟିସ୍ ଦିବାକର ରାୟ ଶୁଣାଇ ଲୋକ ଲୋଚନକୁ ଆସିଥିଲେ। ରାୟ ଶୁଣାଇବାର ତୁରନ୍ତ ପରେ ତାଙ୍କୁ ଧମକପୂର୍ଣ୍ଣ କଲ୍ ଆସିଥିଲା।
ଏବେ ପୁଣିଥରେ କଲ୍ ଆସିବାରୁ ବରେଲି ଏସ୍ପିଙ୍କୁ ଚିଠି ଲେଖି ଜଷ୍ଟିସ ଦିବାକର କହିଛନ୍ତି ଯେ ଏପ୍ରିଲ୧୫ ତାରିଖରେ ତାଙ୍କୁ ଧମକପୂର୍ଣ୍ଣ କଲ୍ ଆସିଥିଲା। ଏଥିରେ ତାଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଥିଲା। ଏହାର କିଛିଦିନ ପରେ ପୁଣିଥରେ ସମାନ କଲ୍ ଆସିଥିଲା ଓ ହତ୍ୟା ଧମକ ଦିଆଯାଇଥିଲା। କେବଳ ତାଙ୍କୁ ନୁହେଁ, ତାଙ୍କ ପରିବାରକୁ ମଧ୍ୟ ହତ୍ୟା କରିବାକୁ ଧମକ ଦିଆଯାଉଥିବା ସେ ଅଭିଯୋଗ କରିବା ସହ ମାମଲାର ତଦନ୍ତ କରିବାକୁ ଦାବି କରିଛନ୍ତି।
ପଢ଼ନ୍ତୁ-ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
ଜଷ୍ଟିସ୍ ଦିବାକରଙ୍କୁ ନିକଟରେ ବରେଲିକୁ ବଦଳି କରାଯାଇଛି। ସେ ବରେଲି ବଦଳି ହେବା ପରେ ୨୦୧୮ରେ ହୋଇଥିବା ଦଙ୍ଗା ମାମଲାକୁ ନିଜ ଆଡ଼ୁ ଗୁରୁତ୍ୱର ସହ ନେଇଏହାର ତଦନ୍ତ ଆରମ୍ଭ କରାଇଛନ୍ତି। ଦଙ୍ଗା ଭିଆଇବାରେ ମୌଲାନା ତୌକୀର ରାଜାଙ୍କୁ ମାଷ୍ଟର ମାଇଣ୍ଡ କୁହାଯାଉଥିବାରୁ ତାଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ବିଚାରପତି ଦିବାକର ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଥାଉକି ବରେଲିରେ ଦଙ୍ଗା ପାଇଁ ୨୭ ଦିନ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗିଥିଲା। ଏଥିରେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା।
୨୦୨୨ରେ ଜ୍ଞାନବ୍ୟାପୀ ମସ୍ଜିଦ୍ର ଭିଡିଓ ସର୍ଭେ କରିବାକୁ ନିର୍ଦ୍ଦେଶ ଦେବାର ତୁରନ୍ତ ପରେ ଜଷ୍ଟିସ୍ ଦିବାକରଙ୍କୁ ଧମକପୂର୍ଣ୍ଣ କଲ୍ ଆସିଥିଲା। ସେ ୱୁଜୁ ଖାନାକୁ ସିଲ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ବିଚାରପତି ସୁରକ୍ଷା ନେଇ ଚିନ୍ତା ବ୍ୟକ୍ତ କରିବାରୁ ଅଲ୍ଲାହାବାଦ ହାଇକୋର୍ଟ ତାଙ୍କୁ ଓ ତାଙ୍କ ପରିବାରକୁ ୱାଇ ପ୍ଲସ ସୁରକ୍ଷା ପ୍ରଦାନ କରିଥିଲେ। ପରେ ଏହାକୁ କମାଇ ଏକ୍ସ କ୍ୟାଟେଗୋରୀ ସୁରକ୍ଷା ଦିଆଯାଇଥିଲା।