ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌ଙ୍କ ଉପରେ ଖସିଲା ଦୁଃଖର ପାହାଡ, ଆରପାରିରେ ଅଭିନେତ୍ରୀଙ୍କ ମାଆ

ମୁମ୍ଵାଇ ୦୭।୦୪; ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌ଙ୍କ ଉପରେ ଖସିଲା ଦୁଃଖର ପାହାଡ଼ । ରବିବାର ଅଭିନେତ୍ରୀଙ୍କ ମାଆଙ୍କ ଦେହାନ୍ତ ହୋଇଛି । ଜ୍ୟାକଲିନଙ୍କ ମାଆ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ଏନେଇ ସେ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିଲେ ।  କିନ୍ତୁ ଏପ୍ରିଲ ୬ ତାରିଖ ରବିବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । କିନ୍ତୁ ଏ ସମମ୍ପର୍କରେ ଜ୍ୟାକଲିନ୍ ଙ୍କ ଟିମ ପକ୍ଷରୁ କୈଣସି ସୂଚନା ଦିଆଯାଇନାହିଁ ।ଜ୍ୟାକଲିନଙ୍କ ମାଆ କିମ୍ ଫର୍ଣ୍ଣାଣ୍ଡିଜ ହୃଦଘାତର ଶିକାର ହୋଇଥିଲେ। ତାଙ୍କୁ ଗତ ମାର୍ଚ୍ଚ ୨୪ ତାରିଖରେ ମୁମ୍ବାଇ ସ୍ଥିତ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳର ତତ୍ତ୍ୱାବଧାନରେ ରଖା ଯାଇଥିଲା। ହେଲେ ଡାକ୍ତରଙ୍କ ସମସ୍ତ ଚେଷ୍ଟା ବିଫଳ ହୋଇଥିଲା  । ଅସୁସ୍ଥତାର ଖବର ପାଇବା ମାତ୍ରେ ଜ୍ୟାକଲିନ୍ ତାଙ୍କ ସୁଟିଂ ଛାଡ଼ି ତୁରନ୍ତ ତାଙ୍କ ମାଆଙ୍କ ପାଖରେ ପହଞ୍ଚି ଯାଇଥିଲେ । ଜ୍ୟାକଲିନ ହସ୍ପିଟାଲରେ ତାଙ୍କ ମାଆଙ୍କ ଦେଖାରଖା କରୁଥିଲେ । ହସ୍ପିଟାଲ ବାହାରୁ ତାଙ୍କର ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥିଲା କୁହାଯାଉଛି ଯେ ଜ୍ୟାକଲିନଙ୍କ ମାଆଙ୍କ ଅନ୍ତିମ ସଂସ୍କାର ବ୍ୟକ୍ତିଗତ ଭାବରେ କରାଯାଇଛି। ଯେଉଁଠାରେ କେବଳ ନିକଟତର ବନ୍ଧୁ ଏବଂ ପରିବାର ଲୋକ ଯୋଗ ଦେଇଥିଲେ। ବର୍ତ୍ତମାନ, ଜ୍ୟାକଲିନ୍ କିମ୍ବା

ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌ଙ୍କ ଉପରେ ଖସିଲା ଦୁଃଖର ପାହାଡ, ଆରପାରିରେ ଅଭିନେତ୍ରୀଙ୍କ ମାଆ

ମୁମ୍ଵାଇ ୦୭।୦୪; ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌ଙ୍କ ଉପରେ ଖସିଲା ଦୁଃଖର ପାହାଡ଼ । ରବିବାର ଅଭିନେତ୍ରୀଙ୍କ ମାଆଙ୍କ ଦେହାନ୍ତ ହୋଇଛି । ଜ୍ୟାକଲିନଙ୍କ ମାଆ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ଏନେଇ ସେ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିଲେ ।  କିନ୍ତୁ ଏପ୍ରିଲ ୬ ତାରିଖ ରବିବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । କିନ୍ତୁ ଏ ସମମ୍ପର୍କରେ ଜ୍ୟାକଲିନ୍ ଙ୍କ ଟିମ ପକ୍ଷରୁ କୈଣସି ସୂଚନା ଦିଆଯାଇନାହିଁ ।

ଜ୍ୟାକଲିନଙ୍କ ମାଆ କିମ୍ ଫର୍ଣ୍ଣାଣ୍ଡିଜ ହୃଦଘାତର ଶିକାର ହୋଇଥିଲେ। ତାଙ୍କୁ ଗତ ମାର୍ଚ୍ଚ ୨୪ ତାରିଖରେ ମୁମ୍ବାଇ ସ୍ଥିତ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳର ତତ୍ତ୍ୱାବଧାନରେ ରଖା ଯାଇଥିଲା। ହେଲେ ଡାକ୍ତରଙ୍କ ସମସ୍ତ ଚେଷ୍ଟା ବିଫଳ ହୋଇଥିଲା  । ଅସୁସ୍ଥତାର ଖବର ପାଇବା ମାତ୍ରେ ଜ୍ୟାକଲିନ୍ ତାଙ୍କ ସୁଟିଂ ଛାଡ଼ି ତୁରନ୍ତ ତାଙ୍କ ମାଆଙ୍କ ପାଖରେ ପହଞ୍ଚି ଯାଇଥିଲେ । ଜ୍ୟାକଲିନ ହସ୍ପିଟାଲରେ ତାଙ୍କ ମାଆଙ୍କ ଦେଖାରଖା କରୁଥିଲେ । ହସ୍ପିଟାଲ ବାହାରୁ ତାଙ୍କର ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥିଲା କୁହାଯାଉଛି ଯେ ଜ୍ୟାକଲିନଙ୍କ ମାଆଙ୍କ ଅନ୍ତିମ ସଂସ୍କାର ବ୍ୟକ୍ତିଗତ ଭାବରେ କରାଯାଇଛି। ଯେଉଁଠାରେ କେବଳ ନିକଟତର ବନ୍ଧୁ ଏବଂ ପରିବାର ଲୋକ ଯୋଗ ଦେଇଥିଲେ। ବର୍ତ୍ତମାନ, ଜ୍ୟାକଲିନ୍ କିମ୍ବା ତାଙ୍କ ଦଳ ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ।

ଏବେ ଜ୍ୟାକଲିନ ତାଙ୍କ ମାଆଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି । କାରଣ ଅଭିନେତ୍ରୀ ତାଙ୍କ ମାଆଙ୍କ ଖୁବ ନିକଟତର ଥିଲେ । ଜ୍ୟାକଲିନଙ୍କ ମାଆ କିମ ଫର୍ଣ୍ଣାଣ୍ଡିଜ୍‌ ହୁଏତ ସବୁବେଳେ ଲାଇମଲାଇଟରୁ ଦୂରରେ ରହୁଥିଲେ, କିନ୍ତୁ ସେ ତାଙ୍କ ଝିଅ ଜ୍ୟାକଲିନଙ୍କ ଜୀବନର ସବୁଠାରୁ ବଡ଼ ସମର୍ଥକ ଥିଲେ । କାରଣ ଗତ ଦୁଇରୁ ତିନି ବର୍ଷ ମଧ୍ୟରେ ଜ୍ୟାକଲିନ ଙ୍କୁ ଅନେକ ସମସ୍ୟା ଦେଇ ଗତି କରିବାକୁ ପଡ଼ିଛି । ବିଶେଷ କରି ସୁକେଶ ଚନ୍ଦ୍ରଶେଖର ମାମଲାରେ ଛନ୍ଦି ହୋଇଛନ୍ତି ଜ୍ୟାକଲିନ ।  ଏପରି ପରିସ୍ଥିତିରେ, ତାଙ୍କ ମାଆ ଚାଲିଯିବା ପରେ ଜ୍ୟାକଲିନ କେତେ ଯନ୍ତ୍ରଣା ଅନୁଭବ କରିବେ ତାହା ହୁଏତ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ । ଏପରି ପରିସ୍ଥିତିରେ ଅଭିନେତ୍ରୀ ଜଣକ ଗଭୀର ମର୍ମାହତ ହୋଇଛନ୍ତି ।