ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ନୂଆ ଦାୟିତ୍ବ ଦେଲା ବିଜେଡି, ବୁଧବାର ଦେଇଥିଲେ ଇସ୍ତଫା

ଭୁବନେଶ୍ବର ୨୩।୫: ବିଜେଡିକୁ ଫେରିଲେ ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ଘର ବାହୁଡା ପରେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ବିଜୁ ଜନତା ଦଳରେ ନୂଆ ଦାୟିତ୍ବ ଦିଆଯାଇଛି । ବାଲେଶ୍ବର ଜିଲ୍ଲା ସଭାପତି ଭାବେ ଜ୍ୟୋତିଙ୍କୁ ନୂଆ ନିଯୁକ୍ତି ମିଳିଛି । ସେହିଭଳି ଅଶ୍ବିନୀ କୁମାର ପାତ୍ରଙ୍କୁ ରାଜ୍ୟ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଦାୟିତ୍ବ ଦେଇଛି ବିଜୁ ଜନତା ଦଳ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଭୟଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ।ଉଲ୍ଲେଖଯୋଗ୍ୟ ଯେ, ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବୁଧବାର ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ବିଜେଡିରୁ ଟିକେଟ୍ ନମିଳିବା ପରେ ସେ ଅସନ୍ତୁଷ୍ଟ ଥିଲେ । ଯାହା ଫଳରେ ସେ ବିଜଡିରୁ ଇସ୍ତଫା ଦେଇଥିଲେ । ଏହାପରେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ନବୀନ ନିବାସରୁ ଡାକରା ଆସିଥିବା ନେଇ ସୂଚନା ମିଳିଥିଲା । ବୁଧବାର ଜ୍ୟୋତିଙ୍କ ସହ ନବୀନ ନିବାସରେ ଆଲୋଚନା କରାଯାଇଥିଲା । ଯେଉଁ ଆଲୋଚନାରେ ଦଳୀୟ ସହ ସରକାରୀ ପଦ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିବା ସୂଚନା ମିଳିଥିଲା । ଯାହା ଫଳରେ ସେ ପୁଣି ଦଳକୁ ଫେରିଥିଲେ ବୋଲି କୁହାଯାଉଛି ।You Can Read :ବିଜେଡିକୁ ବାଏ ବାଏ କଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ନୂଆ ଦାୟିତ୍ବ ଦେଲା ବିଜେଡି, ବୁଧବାର ଦେଇଥିଲେ ଇସ୍ତଫା

ଭୁବନେଶ୍ବର ୨୩।୫: ବିଜେଡିକୁ ଫେରିଲେ ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ଘର ବାହୁଡା ପରେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ବିଜୁ ଜନତା ଦଳରେ ନୂଆ ଦାୟିତ୍ବ ଦିଆଯାଇଛି । ବାଲେଶ୍ବର ଜିଲ୍ଲା ସଭାପତି ଭାବେ ଜ୍ୟୋତିଙ୍କୁ ନୂଆ ନିଯୁକ୍ତି ମିଳିଛି । 

ସେହିଭଳି ଅଶ୍ବିନୀ କୁମାର ପାତ୍ରଙ୍କୁ ରାଜ୍ୟ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଦାୟିତ୍ବ ଦେଇଛି ବିଜୁ ଜନତା ଦଳ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଭୟଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବୁଧବାର ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ବିଜେଡିରୁ ଟିକେଟ୍ ନମିଳିବା ପରେ ସେ ଅସନ୍ତୁଷ୍ଟ ଥିଲେ । ଯାହା ଫଳରେ ସେ ବିଜଡିରୁ ଇସ୍ତଫା ଦେଇଥିଲେ । ଏହାପରେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ନବୀନ ନିବାସରୁ ଡାକରା ଆସିଥିବା ନେଇ ସୂଚନା ମିଳିଥିଲା । ବୁଧବାର ଜ୍ୟୋତିଙ୍କ ସହ ନବୀନ ନିବାସରେ ଆଲୋଚନା କରାଯାଇଥିଲା । ଯେଉଁ ଆଲୋଚନାରେ ଦଳୀୟ ସହ ସରକାରୀ ପଦ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିବା ସୂଚନା ମିଳିଥିଲା । ଯାହା ଫଳରେ ସେ ପୁଣି ଦଳକୁ ଫେରିଥିଲେ ବୋଲି କୁହାଯାଉଛି ।

You Can Read :

ବିଜେଡିକୁ ବାଏ ବାଏ କଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ