ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ସହର

ବାଲୁଗଁା/ବାଣପୁର,୧୫।୪(ସଂଗ୍ରାମ ପାଇକରାୟ/ଦିଲୀପ ସ୍ବାଇଁ): ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ ଉପଲକ୍ଷେ ସୋମବାର ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା ମାମୁ-ଭଣଜା ପାହାଡ଼ସ୍ଥିତ ହନୁମାନ ମନ୍ଦିରରୁ ବାହାରି ବାଲୁଗାଁ ବଜାର ପରିକ୍ରମା କରିଥିଲା। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ଏମ୍‌ପି ଡା. ସମ୍ବିତ ପାତ୍ର ଏହି ଶୋଭାଯାତ୍ରାରେ ସାମିଲ ହୋଇ ବଜରଙ୍ଗଦଳ କର୍ମୀଙ୍କୁ ଉତ୍ସାହିତ କରିଥିଲେ। ଜୟ ଶ୍ରୀରାମ ଓ ଜୟ ବଜରଙ୍ଗବାଲିଙ୍କ […] The post ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ସହର appeared first on Dharitri Odia News.

ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ସହର

ବାଲୁଗଁା/ବାଣପୁର,୧୫।୪(ସଂଗ୍ରାମ ପାଇକରାୟ/ଦିଲୀପ ସ୍ବାଇଁ): ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ ଉପଲକ୍ଷେ ସୋମବାର ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା ମାମୁ-ଭଣଜା ପାହାଡ଼ସ୍ଥିତ ହନୁମାନ ମନ୍ଦିରରୁ ବାହାରି ବାଲୁଗାଁ ବଜାର ପରିକ୍ରମା କରିଥିଲା। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ଏମ୍‌ପି ଡା. ସମ୍ବିତ ପାତ୍ର ଏହି ଶୋଭାଯାତ୍ରାରେ ସାମିଲ ହୋଇ ବଜରଙ୍ଗଦଳ କର୍ମୀଙ୍କୁ ଉତ୍ସାହିତ କରିଥିଲେ। ଜୟ ଶ୍ରୀରାମ ଓ ଜୟ ବଜରଙ୍ଗବାଲିଙ୍କ ଧ୍ୱନିରେ ବାଲୁଗାଁ ସହର ପ୍ରକମ୍ପିତ ହୋଇଉଠିଥିଲା। ପ୍ରଭୁ ଶ୍ରୀରାମ ଓ ହନୁମାନଙ୍କ ପ୍ରତିମୂର୍ତ୍ତିକୁ ସୁସଜ୍ଜିତ ରଥରେ ଅବସ୍ଥାନ କରାଯାଇଥିଲା। ଅନୁରୂପ ଭାବେ ଏହି ଶୋଭାଯାତ୍ରା ବାଣପୁର ନଗର ପରିକ୍ରମା କରି ପଲଟଣ ପଡ଼ିଆରେ ପହଞ୍ଚିଥିଲା। ଶୋଭାଯାତ୍ରାରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ବଜରଙ୍ଗ ଦଳ କର୍ମୀ ସାମିଲ ହୋଇଥିଲେ। ଏସ୍‌ଡିପିଓ ସଞ୍ଜୟ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ବାଲୁଗଁା ଏବଂ ବାଣପୁର ଆଇଆଇସିଙ୍କ ସମେତ ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।

The post ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ସହର appeared first on Dharitri Odia News.