ଜୟଆଲୁକ୍କାସ୍‌ରେ ଉତ୍ସବକାଳୀନ ଅଫର

ଭୁବନେଶ୍ୱର,୧।୫(ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପ୍ରମୁଖ ଗହଣା ବ୍ରାଣ୍ଡ୍‌ ଜୟଆଲୁକ୍କାସ୍‌ ପକ୍ଷରୁ ଉତ୍ସବକାଳୀନ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ଆକର୍ଷଣୀୟ ରିହାତି ଓ ବିଭିନ୍ନ ଅଫରର ଶୁଭାରମ୍ଭ କରାଯାଇଛି। ଏହି ଅଫର ୨୦୨୪ ମେ ୧୨ ପର୍ଯ୍ୟନ୍ତ ବୈଧ। ସେହିଭଳି ଏହି ଅଫର ଜରିଆରେ ଗ୍ରାହକ ୫୦,୦୦୦ ଟଙ୍କା ବା ତା’ଠାରୁ ଅଧିକ ମୂଲ୍ୟର ହୀରା,ଅନକଟ୍‌ ହୀରା ଏବଂ ମୂଲ୍ୟବାନ୍‌ ଅଳଙ୍କାର କ୍ରୟକଲେ ୨,୦୦୦ […] The post ଜୟଆଲୁକ୍କାସ୍‌ରେ ଉତ୍ସବକାଳୀନ ଅଫର appeared first on Dharitri Odia News.

ଜୟଆଲୁକ୍କାସ୍‌ରେ ଉତ୍ସବକାଳୀନ ଅଫର

ଭୁବନେଶ୍ୱର,୧।୫(ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପ୍ରମୁଖ ଗହଣା ବ୍ରାଣ୍ଡ୍‌ ଜୟଆଲୁକ୍କାସ୍‌ ପକ୍ଷରୁ ଉତ୍ସବକାଳୀନ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ଆକର୍ଷଣୀୟ ରିହାତି ଓ ବିଭିନ୍ନ ଅଫରର ଶୁଭାରମ୍ଭ କରାଯାଇଛି। ଏହି ଅଫର ୨୦୨୪ ମେ ୧୨ ପର୍ଯ୍ୟନ୍ତ ବୈଧ। ସେହିଭଳି ଏହି ଅଫର ଜରିଆରେ ଗ୍ରାହକ ୫୦,୦୦୦ ଟଙ୍କା ବା ତା’ଠାରୁ ଅଧିକ ମୂଲ୍ୟର ହୀରା,ଅନକଟ୍‌ ହୀରା ଏବଂ ମୂଲ୍ୟବାନ୍‌ ଅଳଙ୍କାର କ୍ରୟକଲେ ୨,୦୦୦ ଟଙ୍କା ମୂଲ୍ୟର ମାଗଣା ଉପହାର ଭାଉଚର ଦିଆଯାଉଥିବା ବେଳେ ୫୦,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର କ୍ରୟ ଉପରେ ୧,୦୦୦ ଟଙ୍କା ମୂଲ୍ୟର ଏକ ଉପହାର ଭାଉଚର ଏବଂ ୧୦,୦୦୦ ଟଙ୍କା ମୂଲ୍ୟର ରୁପା ଅଳଙ୍କାର କ୍ରୟ ଉପରେ ଗ୍ରାହକଙ୍କୁ ୫୦୦ ଟଙ୍କା ମୂଲ୍ୟର ଏକ ଉପହାର ଭାଉଚର ଦିଆଯିବ ବୋଲି ପ୍ରତିଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ଉତ୍ସବକାଳୀନ ଏହି ସ୍ବତନ୍ତ୍ର ଅଫର ଅକ୍ଷୟ ତୃତୀୟାର ପବିତ୍ର ଉତ୍ସବକୁ ପାଳନ କରିବା ପାଇଁ ଜୟଆଲୁକ୍କାସ୍‌ ପକ୍ଷରୁ ଗ୍ରାହକମାନଙ୍କୁ ଏକ ଅତିରକ୍ତ ଭେଟି କହିଲେ ଅତ୍ୟୁକ୍ତି ହେବ ନାହିଁ। ଅଳଙ୍କାର କିଣୁଥିବା ଗ୍ରାହକମାନେ ଏହି ଉତ୍ସବକାଳୀନ ଅଫରର ଲାଭ ୨୦୨୪ ମେ ୩ରୁ ୧୨ ମଧ୍ୟରେ ଭାରତର ସମସ୍ତ ଜୟଆଲୁକ୍କାସ୍‌ ଶୋ’ରୁମ୍‌ରୁ ଉଠାଇପାରିବେ।
ଏ ସମ୍ପର୍କରେ ଜୟଆଲୁକ୍କାସ୍‌ ସମୂହର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ଜୟ ଆଲୁକ୍କାସ୍‌ କହିଛନ୍ତି, ଅକ୍ଷୟ ତୃତୀୟାର ଏହି ପବିତ୍ର ଏବଂ ଶୁଭ ଅବସରରେ ଆମେ ବିଶ୍ବାସକରୁ ଯେ ଉକ୍ତ ଅଫରଗୁଡିକ ଆମ ଗ୍ରାହକମାନଙ୍କ ପାଇଁ ବହୁ ଲାଭଦାୟକ ହେବ।

The post ଜୟଆଲୁକ୍କାସ୍‌ରେ ଉତ୍ସବକାଳୀନ ଅଫର appeared first on Dharitri Odia News.