ଜୟନାରାୟଣଙ୍କୁ କାଉଣ୍ଟର କଲେ ତାରା, କହିଲେ ଏହା କ’ଣ ଓଡ଼ିଆ ଅସ୍ମିତାର…
ଭୁବନେଶ୍ୱର,୯ା୩: କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀ ପତି ଭାଜପା ବିଧାୟକ ଜୟନାରାୟଣ ମିଶ୍ରଙ୍କ ବୟାନ ଉପରେ କାଉଣ୍ଟର କରିଛନ୍ତି। ତାରା କହିଛନ୍ତି, ଓଡ଼ିଶାକୁ ଭାଗ ଭାଗ କରିବା କ’ଣ ଓଡ଼ିଆ ଅସ୍ମିତା? ସେ ଓଡ଼ିଶାକୁ ଭାଗ କଲା ଭଳି ପ୍ରତିକ୍ରିୟା ଦେଉଛନ୍ତି। ଆଜି କୋଶଲ କଥା କହୁଛନ୍ତି କାଲି ଦକ୍ଷିଣାଞ୍ଚଳ ତା’ପରେ ଉତ୍ତରାଞ୍ଚଳ ଏହି ପରି ଭାବେ ଓଡ଼ିଶାକୁ ଭାଗ ଭାଗ କରିଦେବା କି ବୋଲି ତାରା ଜୟନାରାୟଣଙ୍କୁ ପ୍ରଶ୍ନ କରିଛନ୍ତି। ଜୟ ଦାଦା […] The post ଜୟନାରାୟଣଙ୍କୁ କାଉଣ୍ଟର କଲେ ତାରା, କହିଲେ ଏହା କ’ଣ ଓଡ଼ିଆ ଅସ୍ମିତାର… appeared first on Dharitri Odia News.
ଭୁବନେଶ୍ୱର,୯ା୩: କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀ ପତି ଭାଜପା ବିଧାୟକ ଜୟନାରାୟଣ ମିଶ୍ରଙ୍କ ବୟାନ ଉପରେ କାଉଣ୍ଟର କରିଛନ୍ତି। ତାରା କହିଛନ୍ତି, ଓଡ଼ିଶାକୁ ଭାଗ ଭାଗ କରିବା କ’ଣ ଓଡ଼ିଆ ଅସ୍ମିତା? ସେ ଓଡ଼ିଶାକୁ ଭାଗ କଲା ଭଳି ପ୍ରତିକ୍ରିୟା ଦେଉଛନ୍ତି। ଆଜି କୋଶଲ କଥା କହୁଛନ୍ତି କାଲି ଦକ୍ଷିଣାଞ୍ଚଳ ତା’ପରେ ଉତ୍ତରାଞ୍ଚଳ ଏହି ପରି ଭାବେ ଓଡ଼ିଶାକୁ ଭାଗ ଭାଗ କରିଦେବା କି ବୋଲି ତାରା ଜୟନାରାୟଣଙ୍କୁ ପ୍ରଶ୍ନ କରିଛନ୍ତି। ଜୟ ଦାଦା ଟିକେ ଅସନ୍ତୁଷ୍ଟ ଅଛନ୍ତି, ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରି ଦିଅନ୍ତୁ ସେ ଆଉ ଏପରି ମନ୍ତବ୍ୟ ଦେବେ ନାହିଁ। ତାଙ୍କ ଦଳରେ ପାଣ୍ଡିଆନ କଥା ପ୍ରଥମେ ଉଠାଇଥିବା ଲୋକ ଯିଏ କି ତାଙ୍କୁ ଆଜି ଦଳ ଅଣଦେଖା କରୁଛି ବୋଲି ତାରା ତାଙ୍କୁ ତାତ୍ସଲ୍ୟ କରି କହିଥିଲେ।
ସୂଚନାଯୋଗ୍ୟ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ମିଶିବା ଆମର ଭୁଲ ଥିଲା। ଦେଶରେ କେବଳ ଜାତୀୟ ସଙ୍ଗୀତ ଗାନ କରାଯାଇପାରିବ। ମୁଁ ବୁଝି ପାରୁନି ସବୁ ସରକାରୀ କାର୍ଯ୍ୟକ୍ରମରେ କାହିଁକି ବନ୍ଦେ ଉତ୍କଳ ଜନନୀ ବଜାଯାଉଛି। ସ୍ବତନ୍ତ୍ର ଓଡ଼ିଶା ପାଇଁ ଆମେ ଆନ୍ଦୋଳନ କରିଥିଲୁ। ଉତ୍କଳ, କୋଶଳ ଓ କଳିଙ୍ଗ ମିଶ୍ର ଓଡ଼ିଶା ରାଜ୍ୟ ଗଠନ ହୋଇଛି। ମାତ୍ର ସଙ୍ଗୀତରେ କେବଳ ଉତ୍କଳର ଜୟଗାନ କାହିଁକି? ଏପରି ମନ୍ତବ୍ୟ ଦେବା ପରେ ଚାରିଆଡୁ ଜୟନାରାୟଣ ମିଶ୍ରଙ୍କୁ ଟ୍ରୋଲ କରାଯାଉଛି।
The post ଜୟନାରାୟଣଙ୍କୁ କାଉଣ୍ଟର କଲେ ତାରା, କହିଲେ ଏହା କ’ଣ ଓଡ଼ିଆ ଅସ୍ମିତାର… appeared first on Dharitri Odia News.