ଜୟପୁର ସହରରୁ ହଟିବ ଜବରଦଖଲ । ସରକାରୀ ଜମିରେ ହୋଇଛି ବେଆଇନ ନିର୍ମାଣ, ସଂକୁଚିତ ହେଉଛି ରାସ୍ତା

କନକ ବ୍ୟୁରୋ :  ସହର ଭିତରେ ରାସ୍ତା ପ୍ରଶସ୍ତିକରଣ ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ବ କଲା ଜୟପୁର ପୌର ପାଳିକା । ହେଲେ ଜବରଦଖଲ ଉଚ୍ଛେଦ ପାଇଁ ବଳ ଜୁଟାଇ ପାରୁନାହିଁ। ବେଧଡ଼କ ଚାଲିଛି ସରକାରୀ ଜମିରେ ନିର୍ମାଣ କାର୍ୟ୍ୟ।  ଯିଏ ଯେଉଁଠି ପାରିଲା ସେଇଠି ଘର କଲା। ଆଉ କିଛି ବ୍ୟକ୍ତି ବ୍ୟବସାୟ ନାଁରେ ସହରର ରାସ୍ତାକୁ ସଂକୁଚିତ କରି ବସିଛନ୍ତି। ସ୍ଥାନୀୟ ବାସିନ୍ଦା  ଜଳକା ହୋଇ ଚାହିଁରହିଛନ୍ତି। ପୌରପାଳିକାର ନାମକୁ ମାତ୍ର ନୋଟିସ୍ ମାରି ଖାଲି ଯାହା ପ୍ରହସନ କରୁଛି ବୋଲି ଅଭିଯୋଗ ହୋଇଛି। ଜୟପୁର ପୌରପାଳିକା ଅଧିନରେ ଥିବା ୩୦ ଏକରରୁ ଅଧିକ ସରକାରୀ ଜମି ମାଡ଼ି ବସିଛନ୍ତି ମାଫିଆ। ଦିନକୁ ଦିନ ସଙ୍କୁଚିତ ହେଉଛି ସହର। ନା ବଢ଼ି ପାରୁଛି, ନା ବିକଶିତ ସହର ରୂପ ନେଇ ପାରୁଛି। ସବୁଠି ଜବରଦଖଲକାରୀଙ୍କ ଦାଦାଗିରି! । ଜୟନଗର, ଜଗନ୍ନାଥ ସାଗର ଚାରିପଟ, ହାନାଗୁଡ଼ା, ଡ଼ଙ୍ଗା ଗୁଡ଼ା, ଢ଼େପ ଗୁଡ଼ା.. ଏମଜି ରୋଡ଼, ବାଇପାସ ରୋଡ଼, ଗାନ୍ଧି ଛକରେ ବେଆଇନ ବିକ୍ରିବଟା ଚାଲିଛି। ପ୍ରଶାସନ ସବୁ ଜାଣି ଚୁପ ବସିଥିବା ଅଭିଯୋଗ ହୋଇଛି। ସେପଟେ ପୌରପାଳିକା ଅଧିକାରୀ କହିଛନ୍ତି, ନୋଟିସ କରାଯାଇଛି, ଅତିଶୀଘ୍ର ହଟିବ ଜବରଦଖଲ। ଜୟପୁର ଜବରଦଖଲ କଥା ନେତା ଓ ପ୍ରଶାସନିକ ଅଧିକାରୀ ସବୁ ଜାଣି ଚୁପ ରହିଛନ୍ତି। ନେତା ଭୋଟକୁ ଆଶା କରି ବସିଥିବା ବେଳେ ପ୍ରଶାସନ ଅଧିକାରକୁ ଅପେକ୍ଷା କରିଛି ।

ଜୟପୁର ସହରରୁ ହଟିବ ଜବରଦଖଲ । ସରକାରୀ ଜମିରେ ହୋଇଛି ବେଆଇନ ନିର୍ମାଣ, ସଂକୁଚିତ ହେଉଛି ରାସ୍ତା

କନକ ବ୍ୟୁରୋ :  ସହର ଭିତରେ ରାସ୍ତା ପ୍ରଶସ୍ତିକରଣ ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ବ କଲା ଜୟପୁର ପୌର ପାଳିକା । ହେଲେ ଜବରଦଖଲ ଉଚ୍ଛେଦ ପାଇଁ ବଳ ଜୁଟାଇ ପାରୁନାହିଁ। ବେଧଡ଼କ ଚାଲିଛି ସରକାରୀ ଜମିରେ ନିର୍ମାଣ କାର୍ୟ୍ୟ।  ଯିଏ ଯେଉଁଠି ପାରିଲା ସେଇଠି ଘର କଲା। ଆଉ କିଛି ବ୍ୟକ୍ତି ବ୍ୟବସାୟ ନାଁରେ ସହରର ରାସ୍ତାକୁ ସଂକୁଚିତ କରି ବସିଛନ୍ତି। ସ୍ଥାନୀୟ ବାସିନ୍ଦା  ଜଳକା ହୋଇ ଚାହିଁରହିଛନ୍ତି। ପୌରପାଳିକାର ନାମକୁ ମାତ୍ର ନୋଟିସ୍ ମାରି ଖାଲି ଯାହା ପ୍ରହସନ କରୁଛି ବୋଲି ଅଭିଯୋଗ ହୋଇଛି।

ଜୟପୁର ପୌରପାଳିକା ଅଧିନରେ ଥିବା ୩୦ ଏକରରୁ ଅଧିକ ସରକାରୀ ଜମି ମାଡ଼ି ବସିଛନ୍ତି ମାଫିଆ। ଦିନକୁ ଦିନ ସଙ୍କୁଚିତ ହେଉଛି ସହର। ନା ବଢ଼ି ପାରୁଛି, ନା ବିକଶିତ ସହର ରୂପ ନେଇ ପାରୁଛି। ସବୁଠି ଜବରଦଖଲକାରୀଙ୍କ ଦାଦାଗିରି! । ଜୟନଗର, ଜଗନ୍ନାଥ ସାଗର ଚାରିପଟ, ହାନାଗୁଡ଼ା, ଡ଼ଙ୍ଗା ଗୁଡ଼ା, ଢ଼େପ ଗୁଡ଼ା.. ଏମଜି ରୋଡ଼, ବାଇପାସ ରୋଡ଼, ଗାନ୍ଧି ଛକରେ ବେଆଇନ ବିକ୍ରିବଟା ଚାଲିଛି। ପ୍ରଶାସନ ସବୁ ଜାଣି ଚୁପ ବସିଥିବା ଅଭିଯୋଗ ହୋଇଛି। ସେପଟେ ପୌରପାଳିକା ଅଧିକାରୀ କହିଛନ୍ତି, ନୋଟିସ କରାଯାଇଛି, ଅତିଶୀଘ୍ର ହଟିବ ଜବରଦଖଲ।

ଜୟପୁର ଜବରଦଖଲ କଥା ନେତା ଓ ପ୍ରଶାସନିକ ଅଧିକାରୀ ସବୁ ଜାଣି ଚୁପ ରହିଛନ୍ତି। ନେତା ଭୋଟକୁ ଆଶା କରି ବସିଥିବା ବେଳେ ପ୍ରଶାସନ ଅଧିକାରକୁ ଅପେକ୍ଷା କରିଛି ।