ଜୟଶାହା ୫ ବର୍ଷ କାର୍ଯ୍ୟକାଳରେ ଟିମ୍ ଇଣ୍ଡିଆ ରଚିଛି ଇତିହାସ, ଜାଣନ୍ତୁ BCCI ସଚିବଙ୍କ ବଡ ସଫଳତା…
ନୂଆଦିଲ୍ଲୀ ୨୯।୦୮: ଆଇସିସିର ନୂଆ ବସ୍ ଜୟ ଶାହା । ଡିସେମ୍ବର ୧ରୁ ପଦ ସମ୍ଭାଳିବେ ୩୫ ବର୍ଷୀୟ ଶାହା । ଆଇସିସି ଅଧ୍ୟକ୍ଷ ହେବାରେ ସେ ହେଉଛନ୍ତି ସବୁଠାରୁ କମ୍ ବୟସ୍କ । ସେ ବିସିସିଆଇର ସଚିବ ମଧ୍ୟ । କ୍ରିକେଟ୍ ପ୍ରଶାସନରେ ୨୦୦୯ରେ ଆନୁଷ୍ଠାନିକ ଏଣ୍ଟ୍ରି କରିଥିଲେ ଜୟ ଶାହା । ତାଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ଅନେକ ସଫଳତା ପାଇଛି । ଆସନ୍ତୁ ଜାଣିବା ସେଗୁଡିକ ବିଷୟରେ...ଟିମ୍ ଇଣ୍ଡିଆ । ୨୦୧୩ ପରଠାରୁ ଜିତିପାରିନଥିଲା କୌଣସି ଆଇସିସି ଟାଇଟଲ୍ । କିନ୍ତୁ ଜୟ ଶାହାଙ୍କ କାର୍ଯ୍ୟକାଳ ଏବଂ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଏକ ଶକ୍ତିଶାଳୀ ଟିମ୍ ଗଠନ ହୋଇଥିଲା । ଏହି ଟିମ୍ ODI ବିଶ୍ୱକପ ୨୦୨୩ର ଫାଇନାଲ ଖେଳିଥିଲା । ଟି-୨୦ ବିଶ୍ୱକପ୍ ୨୦୨୪ରେ ମଧ୍ୟ ଚାମ୍ପିଅନ୍ ହୋଇଥିଲେ ଟିମ୍ ଇଣ୍ଡିଆ । ଯଦି ଜୟ ଶାହାଙ୍କ ୫ବର୍ଷର କାର୍ଯ୍ୟକାଳ ଦେଖିବା ତେବେ ତାଙ୍କ କ୍ୟାରିୟରର ସବୁଠାରୁ ଚ୍ୟାଲେଞ୍ଜିଙ୍ଗ୍ ସମୟ ଥିଲା ୨୦୨୦ ଏବଂ ୨୦୨୧ । ଅର୍ଥାତ୍ କୋଭିଡ୍ ସମୟ । ଏହି ସମୟରେ ପୁରା ଦୁନିଆ ଏକ ପ୍ରକାର ବନ୍ଦ ହୋଇଯାଇଥିଲା । କିନ୍ତୁ ସେତେବେଳେ ଜୟ ଶାହା ଭାରତୀୟ କ୍ରିକେଟକୁ ଜୀବିତ ରଖିଥିଲେ । ଆଇପିଏଲ୍ ସମୟରେ ବାୟୋ-ବବଲ ନିର୍ମାଣ କରି ତା ମଧ୍ୟରେ ଡାକ୍ତରୀ ଦଳ ଗଠନ କରାଯାଇଥିଲା । ସେଠାରେ ପଜିଟିଭ୍ ମାମଲା ଚିହ୍ନଟ କରି ଆୟୋଜନକୁ ପରିଚାଳନା କରିବା ତାଙ୍କ ପାଇଁ ରହିଥିଲା ବେଶ୍ ଚ୍ୟାଲେଞ୍ଜ । ଯାହାକୁ ସେ ସହଜରେ ପାର୍ କର
ନୂଆଦିଲ୍ଲୀ ୨୯।୦୮: ଆଇସିସିର ନୂଆ ବସ୍ ଜୟ ଶାହା । ଡିସେମ୍ବର ୧ରୁ ପଦ ସମ୍ଭାଳିବେ ୩୫ ବର୍ଷୀୟ ଶାହା । ଆଇସିସି ଅଧ୍ୟକ୍ଷ ହେବାରେ ସେ ହେଉଛନ୍ତି ସବୁଠାରୁ କମ୍ ବୟସ୍କ । ସେ ବିସିସିଆଇର ସଚିବ ମଧ୍ୟ । କ୍ରିକେଟ୍ ପ୍ରଶାସନରେ ୨୦୦୯ରେ ଆନୁଷ୍ଠାନିକ ଏଣ୍ଟ୍ରି କରିଥିଲେ ଜୟ ଶାହା । ତାଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ଅନେକ ସଫଳତା ପାଇଛି । ଆସନ୍ତୁ ଜାଣିବା ସେଗୁଡିକ ବିଷୟରେ...

ଟିମ୍ ଇଣ୍ଡିଆ । ୨୦୧୩ ପରଠାରୁ ଜିତିପାରିନଥିଲା କୌଣସି ଆଇସିସି ଟାଇଟଲ୍ । କିନ୍ତୁ ଜୟ ଶାହାଙ୍କ କାର୍ଯ୍ୟକାଳ ଏବଂ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଏକ ଶକ୍ତିଶାଳୀ ଟିମ୍ ଗଠନ ହୋଇଥିଲା । ଏହି ଟିମ୍ ODI ବିଶ୍ୱକପ ୨୦୨୩ର ଫାଇନାଲ ଖେଳିଥିଲା । ଟି-୨୦ ବିଶ୍ୱକପ୍ ୨୦୨୪ରେ ମଧ୍ୟ ଚାମ୍ପିଅନ୍ ହୋଇଥିଲେ ଟିମ୍ ଇଣ୍ଡିଆ ।

ଯଦି ଜୟ ଶାହାଙ୍କ ୫ବର୍ଷର କାର୍ଯ୍ୟକାଳ ଦେଖିବା ତେବେ ତାଙ୍କ କ୍ୟାରିୟରର ସବୁଠାରୁ ଚ୍ୟାଲେଞ୍ଜିଙ୍ଗ୍ ସମୟ ଥିଲା ୨୦୨୦ ଏବଂ ୨୦୨୧ । ଅର୍ଥାତ୍ କୋଭିଡ୍ ସମୟ । ଏହି ସମୟରେ ପୁରା ଦୁନିଆ ଏକ ପ୍ରକାର ବନ୍ଦ ହୋଇଯାଇଥିଲା । କିନ୍ତୁ ସେତେବେଳେ ଜୟ ଶାହା ଭାରତୀୟ କ୍ରିକେଟକୁ ଜୀବିତ ରଖିଥିଲେ । ଆଇପିଏଲ୍ ସମୟରେ ବାୟୋ-ବବଲ ନିର୍ମାଣ କରି ତା ମଧ୍ୟରେ ଡାକ୍ତରୀ ଦଳ ଗଠନ କରାଯାଇଥିଲା । ସେଠାରେ ପଜିଟିଭ୍ ମାମଲା ଚିହ୍ନଟ କରି ଆୟୋଜନକୁ ପରିଚାଳନା କରିବା ତାଙ୍କ ପାଇଁ ରହିଥିଲା ବେଶ୍ ଚ୍ୟାଲେଞ୍ଜ । ଯାହାକୁ ସେ ସହଜରେ ପାର୍ କରିଥିଲେ ।

ତେବେ ତାଙ୍କର ସବୁଠାରୁ ବଡ ଉପଲବ୍ଧି ଥିଲା ମହିଳା ପ୍ରିମିୟର ଲିଗ୍ । WPLର ଆରମ୍ଭ କରିଥିଲେ ଜୟ ଶାହା । ତାଙ୍କ ନେତୃତ୍ୱରେ WPLର ଲଗାତାର ଦୁଇଟି ସଫଳ ସିଜିନର ଆୟୋଜନ ହୋଇଥିଲା । ମହିଳା ଟି-୨୦ କ୍ରିକେଟରେ ଏହି ଲିଗ୍ ସର୍ବାଧିକ ରାଶି ଦେଉଛି । ପୂର୍ବରୁ ମହିଳା କ୍ରିକେଟରଙ୍କୁ କରାଯାଉଥିଲା ଅଣଦେଖା । ଭାରତୀୟ ମହିଳା କ୍ରିକେଟ୍ ଟିମ୍କୁ ସମାନ ମ୍ୟାଚ୍ ଫି ଯେପରିକି ଟେଷ୍ଟ ପ୍ରତି ୧୫ ଲକ୍ଷ ଟଙ୍କା, ଦିନିକିଆ ପାଇଁ ୮ ଲକ୍ଷ ଟଙ୍କା ଏବଂ ଟି-୨୦ ମ୍ୟାଚ୍ ପାଇଁ ୪ ଲକ୍ଷ ଟଙ୍କା ଦେବା ନିଷ୍ପତ୍ତି ତାଙ୍କର ରହିଥିଲା ସଠିକ୍ ।

ତାଙ୍କର ଆଉ ଏକ ନିଷ୍ପତ୍ତି ଥିଲା ଟେଷ୍ଟ କ୍ରିକେଟକୁ ଉତ୍ସାହିତ କରିବା । ଭାରତ ଚଳିତବର୍ଷ ୧୦ଟି ଟେଷ୍ଟ ସିଜିନ ଖେଳିବ । ଯଦି ବିରାଟ କୋହଲି ରୋହିତ ଶର୍ମାଙ୍କ ସହ ସମସ୍ତ ମ୍ୟାଚ୍ ଖେଳନ୍ତି, ତେବେ ତାଙ୍କୁ ୬ କୋଟି ଟଙ୍କା ମ୍ୟାଚ୍ ଫି ମିଳିବ ।

ଜୟ ଶାହା ଆବଶ୍ୟକ ସମୟରେ କ୍ରିକେଟରଙ୍କୁ ମଧ୍ୟ ଦଣ୍ଡ ଦେଇଛନ୍ତି । ଘରୋଇ କ୍ରିକେଟକୁ ଅଣଦେଖା କରି ଆଇପିଏଲରେ ଟଙ୍କା ପଛରେ ଗୋଡାଉଥିବା ଯୁବ ଖେଳାଳିଙ୍କୁ ଦେଇଥିଲେ ଦଣ୍ଡ । ଘରୋଇ କ୍ରିକେଟକୁ ଅଗ୍ରାଧିକାର ଦେଉ ନ ଥିବାରୁ ଉଭୟ ଇଶାନ୍ କିଶାନ୍ ଏବଂ ଶ୍ରେୟସ୍ ଆୟର ହରାଇଥିଲେ କେନ୍ଦ୍ରୀୟ ଚୁକ୍ତିନାମା । ଶାହାଙ୍କର ଆଉ ଏକ ସଫଳତା ହେଉଛି ନୂତନ ଏନସିଏ ଅର୍ଥାତ୍ ନ୍ୟାସନାଲ କ୍ରିକେଟ୍ ଏକାଡେମୀର ନିର୍ମାଣ । ଏଠାରେ କୌଣସି ପ୍ରଥମ ଶ୍ରେଣୀ ମ୍ୟାଚ୍ ଆୟୋଜିତ ହୋଇପାରିବ ।