ଜୟସ୍ୱାଲଙ୍କ ପରେ ବୁମ୍ରାଙ୍କ ଜଲୱା, ଦ୍ୱିତୀୟ ଟେଷ୍ଟରେ ମଜବୁତ୍‌ ସ୍ଥିତିରେ ଭାରତ

ବିଶାଖାପାଟଣାରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ଆଜି ଥିଲା ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ଯଶ୍ୱସୀ ଜୟସ୍ୱାଲ ଦମଦାର ଦ୍ୱିଶତକ ହାସଲ କରି ଭାରତକୁ ଭ୍ରମଣକାରୀ ଦଳ ବିପକ୍ଷରେ ଏକ ବଡ଼ ସ୍କୋର କରିବାରେ ସଫଳ ହୋଇଥିଲେ।

ଜୟସ୍ୱାଲଙ୍କ ପରେ ବୁମ୍ରାଙ୍କ ଜଲୱା, ଦ୍ୱିତୀୟ ଟେଷ୍ଟରେ ମଜବୁତ୍‌ ସ୍ଥିତିରେ ଭାରତ

ବୁମରାଙ୍କ ବୋଲିଂରେ ଧରାଶାୟୀ ଇଂଲଣ୍ଡ। ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ମଜବୁତ୍‌ ସ୍ଥିତିରେ ଭାରତ। ପ୍ରଥମେ ଜୟସ୍ୱାଲଙ୍କ ‘ଯଶ୍ୱସୀ’ ଦ୍ୱିଶତକ ପରେ ଯଶପ୍ରୀତ ବୁମ୍ରାଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇପଡ଼ିଛି ଇଂଲଣ୍ଡ। ଇଂଲଣ୍ଡ ମାତ୍ର ୨୫୩ ରନରେ କରି ଅଲଆଉଟ ହୋଇଛି। ଇଂଲଣ୍ଡ ପକ୍ଷରୁ ଜ୍ୟାକ୍ କ୍ରଲେଙ୍କ ଅର୍ଦ୍ଧଶତକକୁ ଛାଡ଼ି ଦେଲେ ଆଉ କେହି ବଡ଼ ସ୍କୋର କରିପାରିନାହାନ୍ତି। ଯାହାଫଳରେ ଭାରତ ପ୍ରଥମ ଇନିଂସରେ ୧୪୩ ରନ୍‌ରେ ଆଗୁଆ ରହିଛି। ଭାରତ ପକ୍ଷରୁ ଜଶପ୍ରୀତ ବୁମ୍ରା ୬ଟି ୱିକେଟ୍‌ ନେଇଥିବା ବେଳେ କୁଲଦୀୟ ଯାଦବ ୩ଟି ଓ ଅକ୍ଷର ପଟେଲ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ।

ବିଶାଖାପାଟଣାରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ଆଜି ଥିଲା ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ଯଶ୍ୱସୀ ଜୟସ୍ୱାଲ ଦମଦାର ଦ୍ୱିଶତକ ହାସଲ କରି ଭାରତକୁ ଭ୍ରମଣକାରୀ ଦଳ ବିପକ୍ଷରେ ଏକ ବଡ଼ ସ୍କୋର କରିବାରେ ସଫଳ ହୋଇଥିଲେ। ଜୟସ୍ୱାଲଙ୍କ ଦ୍ୱିଶତକ ବଳରେ ଭାରତ ୩୯୬ ରନ୍‌ କରି ଅଲଆଉଟ ହୋଇଥିଲା। ଭାରତ ପକ୍ଷରୁ ଯଶ୍ୱସୀ ଜୟସ୍ୱାଲ ସର୍ବାଧିକ ୨୦୯ ରନ୍‌ କରିଥିଲେ। ସେହିପରି ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡ୍ରୁସନ୍‌, ରେହନ୍‌ ଅହମ୍ମଦ ଓ ସୋଏବ୍‌ ବାସିର ୩ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।

ଭାରତ ଅଲଆଉଟ ହେବା ପରେ ଇଂଲଣ୍ଡ ପ୍ରଥମ ଇନିଂସ ଆରମ୍ଭରୁ ଧୁଆଁଧାର ବ୍ୟାଟିଂ କରିଥିଲା। କିନ୍ତୁ ଲଗାତର ବ୍ୟବଧାନରେ ୱିକେଟ ହାସଲ କରି ଇଂଲଣ୍ଡକୁ ବ୍ୟାକ୍‌ଫୁଟରେ ରଖିଥିଲା ଟିମ୍‌ ଇଣ୍ଡିଆ। ମାତ୍ର ୨୫୩ ରନ୍‌ରେ ଇଂଲଣ୍ଡକୁ ଅଲଆଉଟ୍‌ କରିଥିଲା ଭାରତ। ଜ୍ୟାକ୍ କ୍ରଲେଙ୍କ ବ୍ୟତୀତ ଆଉ କୌଣସି ଇଂଲିସ୍‌ ବ୍ୟାଟର ବଡ଼ ସ୍କୋର କରିବାରେ ସକ୍ଷମ ହୋଇନଥିଲେ। ତେବେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଭାରତ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା କୌଣସି ୱିକେଟ ନ ହରାଇ ୨୮ ରନ୍ କରିଛି। ଏହା ଦ୍ୱାରା ଭାରତର ମୋଟ୍‌ ୧୭୧ ରନ୍‌ରେ ଆଗୁଆ ରହିଛି।