ଝଙ୍କଡ଼ ଶାରଳା ପୀଠ

ରାଜ୍ୟର ପ୍ରମୁଖ ଦେବୀ ପୀଠ ମଧ୍ୟରେ ମା’ ଶାରଳାଙ୍କ ମନ୍ଦିର ଅନ୍ୟତମ। ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ କନକପୁରଠାରେ ଏହି ପୀଠ ଅବସ୍ଥିତ। ବଡ଼ସାରୋଳ ଗ୍ରାମସ୍ଥିତ ବର୍ତ୍ତମାନର ଲଣ୍ଡା ଦେଉଳ କୁହାଯାଉଥିବା ସ୍ଥାନ ଅତୀତରେ (କଳାପାହାଡ଼ ଆକ୍ରମଣ କରିବା ପୂର୍ବରୁ) ମା’ଙ୍କ ପୁରୁଣା ପୀଠ ଅର୍ଥାତ୍‌ ବିଜେସ୍ଥଳ ଥିଲା। ଜଗତ୍‌ସିଂହପୁରରୁ ଯାଉଥିବା ପର୍ଯ୍ୟଟକମାନେ ମା’ଙ୍କ ପୀଠରେ ପହଞ୍ଚିବାର ଅଧ କିଲୋମିଟର ପୂର୍ବରୁ ଲଣ୍ଡା ଦେଉଳ ପଡ଼େ। ଓଡ଼ିଆ ମହାଭାରତର ସ୍ରଷ୍ଟା ଆଦିକବି ସାରଳା ଦାସଙ୍କ […] The post ଝଙ୍କଡ଼ ଶାରଳା ପୀଠ appeared first on Dharitri Odia News.

ଝଙ୍କଡ଼ ଶାରଳା ପୀଠ

ରାଜ୍ୟର ପ୍ରମୁଖ ଦେବୀ ପୀଠ ମଧ୍ୟରେ ମା’ ଶାରଳାଙ୍କ ମନ୍ଦିର ଅନ୍ୟତମ। ଜଗତ୍‌ସିଂହପୁର
ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ କନକପୁରଠାରେ ଏହି ପୀଠ ଅବସ୍ଥିତ। ବଡ଼ସାରୋଳ ଗ୍ରାମସ୍ଥିତ ବର୍ତ୍ତମାନର ଲଣ୍ଡା ଦେଉଳ କୁହାଯାଉଥିବା ସ୍ଥାନ ଅତୀତରେ (କଳାପାହାଡ଼ ଆକ୍ରମଣ କରିବା ପୂର୍ବରୁ) ମା’ଙ୍କ ପୁରୁଣା ପୀଠ ଅର୍ଥାତ୍‌ ବିଜେସ୍ଥଳ ଥିଲା। ଜଗତ୍‌ସିଂହପୁରରୁ ଯାଉଥିବା ପର୍ଯ୍ୟଟକମାନେ ମା’ଙ୍କ ପୀଠରେ ପହଞ୍ଚିବାର ଅଧ କିଲୋମିଟର ପୂର୍ବରୁ ଲଣ୍ଡା ଦେଉଳ ପଡ଼େ। ଓଡ଼ିଆ ମହାଭାରତର ସ୍ରଷ୍ଟା ଆଦିକବି ସାରଳା ଦାସଙ୍କ ଜନ୍ମମାଟି ହେଉଛି ଏହି ବଡ଼ସାରୋଳ। ସାରଳା ଦାସ ଓଡ଼ିଆ ମହାଭାରତ ରଚନା କଲାପରେ ୪ କିଲୋମିଟର ଦୂର ବୃଦ୍ଧା ନଦୀ କୂଳ ତେନ୍ତୁଳିପଦାଠାରେ ଆଶ୍ରମ ପ୍ରତିଷ୍ଠା କରି ଶେଷ ଜୀବନ ପର୍ଯ୍ୟନ୍ତ ସାଧନା କରିଥିଲେ। କେହି ମା’ ଶାରଳାଙ୍କ ଦର୍ଶନ କରିବାକୁ ଚାହିଁଲେ କଟକ-ଜଗତ୍‌ସିଂହପୁର-ସଅଁରା ଦେଇ କିମ୍ବା କଟକ- ଜଇପୁର-ରାହାଡ଼ିଙ୍ଗା ଦେଇ ଶାରଳା ପୀଠରେ ପହଞ୍ଚିବା ସହଜ

The post ଝଙ୍କଡ଼ ଶାରଳା ପୀଠ appeared first on Dharitri Odia News.