ଝଞ୍ଜାବତୀ ନଦୀରେ ଭାସିଗଲେ ୮ ମାସର ଗର୍ଭବତୀ ମହିଳା, ୬ ବର୍ଷର ଝିଅ
କୋରାପୁଟ,୨୭ା୭(ଅମିତାଭ ବେହେରା ): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ତଳଗୁମାଣ୍ଡି ଡକରିଘାଟି ଅନ୍ତର୍ଗତ ଝଞ୍ଜାବତୀ ନଦୀରେ ୮ମାସର ଗର୍ଭବତୀ ଓ ତାଙ୍କ ୬ ବର୍ଷର ଝିଅ ଶନିବାର ଭାସିଯାଇଛନ୍ତି। ତାଙ୍କର ଅଗଷ୍ଟ ୧୮ରେ ପ୍ରସବ ଥିଲା। ମା’ ଗୃହରୁ ସେ ଶୌଚ ହେବାପାଇଁ ନଦୀକୁ ଯାଇଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ଖବରପାଇ ..ବିଭାଗୀୟ ଅଧିକାରୀ ପହଞ୍ଚତ୍ ଘଟଣାର ଅନୁଧ୍ୟାନ କରୁଛନ୍ତି। ଗର୍ଭବତୀ ଜଣକ ନାରାୟଣପାଟଣା ଥାନା ଡୋକରିଘାଟି ଗ୍ରାମର ରାମ ତାଡିଙ୍ଗଙ୍କ ସ୍ତ୍ରୀ ମତି […] The post ଝଞ୍ଜାବତୀ ନଦୀରେ ଭାସିଗଲେ ୮ ମାସର ଗର୍ଭବତୀ ମହିଳା, ୬ ବର୍ଷର ଝିଅ appeared first on Dharitri Odia News.
କୋରାପୁଟ,୨୭ା୭(ଅମିତାଭ ବେହେରା ): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ତଳଗୁମାଣ୍ଡି ଡକରିଘାଟି ଅନ୍ତର୍ଗତ ଝଞ୍ଜାବତୀ ନଦୀରେ ୮ମାସର ଗର୍ଭବତୀ ଓ ତାଙ୍କ ୬ ବର୍ଷର ଝିଅ ଶନିବାର ଭାସିଯାଇଛନ୍ତି। ତାଙ୍କର ଅଗଷ୍ଟ ୧୮ରେ ପ୍ରସବ ଥିଲା। ମା’ ଗୃହରୁ ସେ ଶୌଚ ହେବାପାଇଁ ନଦୀକୁ ଯାଇଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି।
ଖବରପାଇ ..ବିଭାଗୀୟ ଅଧିକାରୀ ପହଞ୍ଚତ୍ ଘଟଣାର ଅନୁଧ୍ୟାନ କରୁଛନ୍ତି। ଗର୍ଭବତୀ ଜଣକ ନାରାୟଣପାଟଣା ଥାନା ଡୋକରିଘାଟି ଗ୍ରାମର ରାମ ତାଡିଙ୍ଗଙ୍କ ସ୍ତ୍ରୀ ମତି ତାଡିଙ୍ଗ ବୋଲି ଜଣାପଡ଼ିଛି। ଘଟଣା ସ୍ଥଳକୁ ଅଗ୍ନିଶମବାହିନୀ ଓ ପୋଲିସ ଯାଇ ଖୋଜାଖୋଜି କରୁଛି। ମା’ ଗୃହରେ ଥିବା ଶୌଚାଳୟ ବ୍ୟବହାର କରିଥିଲେ ଏଭଳି ଘଟଣା ଘଟି ନ ଥାନ୍ତା ଏବଂ ମା ଗୃହ ଦାୟିତ୍ୱରେ ଥିବା କର୍ମଚାରୀଙ୍କ କିପରି ଏଥିପ୍ରତି ଦୃଷ୍ଟି ନ ଥିବା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
The post ଝଞ୍ଜାବତୀ ନଦୀରେ ଭାସିଗଲେ ୮ ମାସର ଗର୍ଭବତୀ ମହିଳା, ୬ ବର୍ଷର ଝିଅ appeared first on Dharitri Odia News.