ଝାଡଖଣ୍ଡ ନିର୍ବାଚନୀ ତାତି, ପ୍ରଚାର ମଙ୍ଗ ଧରିଲେ ଓଡିଶା ମୁଖ୍ୟମନ୍ତ୍ରୀ

ରାଇରଙ୍ଗପୁର ୩୦/୦୯: ଝାଡ଼ଖଣ୍ଡ ରାଜ୍ୟରେ ପ୍ରାକ୍ ନିର୍ବାଚନୀ ପ୍ରଚାର ପାଇଁ ବିଜେପି ଦଳର ମଙ୍ଗ ଧରିଲେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତକାଲି ଠାରୁ ୨ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଆସି ଜଗନ୍ନାଥପୁର ଓ ମଝିଗାଁ ବିଧାନସଭା କ୍ଷେତ୍ର ଅଞ୍ଚଳରେ ଅନୁଷ୍ଠିତ "ପରିବର୍ତ୍ତନ ଯାତ୍ରା " ଜନଶୋଭାରେ ଉଦବୋଧନ ଦେଇଥିବା ବେଳେ ଆଜି କୋହ୍ଲାନ ଅଞ୍ଚଳର ଚାଇଁବସା ଠାରେ ବିରାଟ ଜନସଭା କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ । ଏଥିରେ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡା ଓ ଚମ୍ପାଇ ସୋରେନ ଙ୍କ ସମେତ ୨ଟି ସାଂସଦୀୟ କ୍ଷେତ୍ର ଓ ୧୪ଟି ବିଧାନସଭା କ୍ଷେତ୍ରର ବିଜେପି ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ଯୋଗଦେବେ । ଆଗମୀ ନଭେମ୍ବର ମାସରେ ଝାଡ଼ଖଣ୍ଡ ରାଜ୍ୟରେ ନିର୍ବାଚନ ହୋଇପାରେ , ଆଉ ଏଥିପାଇଁ ବିଜେପି ଦଳ ନିର୍ବାଚନ ପ୍ରସ୍ତୁତିକୁ ପାଦେ ଆଗକୁ ନେଇ ପୋଡଶୀ ରାଜ୍ୟ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରାକ୍ ନିର୍ବାଚନୀ ରଣାଙ୍ଗନରେ ଓହ୍ଲାଇଛି । ଓଡିଶାରେ ବିଜେପି ସରକାର ୧୦୦ଦିନ ପୁରଣ କରିସାରିଥିବା ବେଳେ , ଡବଲ ଇଞ୍ଜିନ ସରକାରରେ କଣ କଣ ଲାଭ ସେବିଷୟରେ ଲୋକଙ୍କ ସମ୍ମୁଖରେ ଅନୁଭୂତି ବଖାଣିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାଛଡା ଏବେ କ୍ଷମତାରେ ଥିବା ହେମନ୍ତ ସୋରେନ ଲୋକଙ୍କୁ ଅନେକ ପ୍ରତିଶ୍ରୁତି ଦେଇ , ପ୍ରତାରଣା କରିଥିବା ବିଷୟ ବିଜେପି ପାଇଁ ମୁଖ୍ୟ ମୁଦ୍ଦା ଭାବରେ ଉଭା ହେବ । ଜଳ, ଜଙ୍ଗଲ, ଜମି ସବୁଥିରେ ଲୋକଙ୍କୁ ଏଠାରେ ଉପେକ୍ଷା କର

ଝାଡଖଣ୍ଡ ନିର୍ବାଚନୀ ତାତି, ପ୍ରଚାର ମଙ୍ଗ ଧରିଲେ ଓଡିଶା ମୁଖ୍ୟମନ୍ତ୍ରୀ

ରାଇରଙ୍ଗପୁର ୩୦/୦୯: ଝାଡ଼ଖଣ୍ଡ ରାଜ୍ୟରେ ପ୍ରାକ୍ ନିର୍ବାଚନୀ ପ୍ରଚାର ପାଇଁ ବିଜେପି ଦଳର ମଙ୍ଗ ଧରିଲେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତକାଲି ଠାରୁ ୨ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଆସି ଜଗନ୍ନାଥପୁର ଓ ମଝିଗାଁ ବିଧାନସଭା କ୍ଷେତ୍ର ଅଞ୍ଚଳରେ ଅନୁଷ୍ଠିତ "ପରିବର୍ତ୍ତନ ଯାତ୍ରା " ଜନଶୋଭାରେ ଉଦବୋଧନ ଦେଇଥିବା ବେଳେ ଆଜି କୋହ୍ଲାନ ଅଞ୍ଚଳର ଚାଇଁବସା ଠାରେ ବିରାଟ ଜନସଭା କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ । 

ଏଥିରେ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡା ଓ ଚମ୍ପାଇ ସୋରେନ ଙ୍କ ସମେତ ୨ଟି ସାଂସଦୀୟ କ୍ଷେତ୍ର ଓ ୧୪ଟି ବିଧାନସଭା କ୍ଷେତ୍ରର ବିଜେପି ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ଯୋଗଦେବେ । ଆଗମୀ ନଭେମ୍ବର ମାସରେ ଝାଡ଼ଖଣ୍ଡ ରାଜ୍ୟରେ ନିର୍ବାଚନ ହୋଇପାରେ , ଆଉ ଏଥିପାଇଁ ବିଜେପି ଦଳ ନିର୍ବାଚନ ପ୍ରସ୍ତୁତିକୁ ପାଦେ ଆଗକୁ ନେଇ ପୋଡଶୀ ରାଜ୍ୟ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରାକ୍ ନିର୍ବାଚନୀ ରଣାଙ୍ଗନରେ ଓହ୍ଲାଇଛି । 

ଓଡିଶାରେ ବିଜେପି ସରକାର ୧୦୦ଦିନ ପୁରଣ କରିସାରିଥିବା ବେଳେ , ଡବଲ ଇଞ୍ଜିନ ସରକାରରେ କଣ କଣ ଲାଭ ସେବିଷୟରେ ଲୋକଙ୍କ ସମ୍ମୁଖରେ ଅନୁଭୂତି ବଖାଣିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାଛଡା ଏବେ କ୍ଷମତାରେ ଥିବା ହେମନ୍ତ ସୋରେନ ଲୋକଙ୍କୁ ଅନେକ ପ୍ରତିଶ୍ରୁତି ଦେଇ , ପ୍ରତାରଣା କରିଥିବା ବିଷୟ ବିଜେପି ପାଇଁ ମୁଖ୍ୟ ମୁଦ୍ଦା ଭାବରେ ଉଭା ହେବ । 

ଜଳ, ଜଙ୍ଗଲ, ଜମି ସବୁଥିରେ ଲୋକଙ୍କୁ ଏଠାରେ ଉପେକ୍ଷା କରାଯାଇଥିବା ବିଜେପି ଅଭିଯୋଗ ଆଣୁଛି । ଏଠାରେ ଖଣି ସବୁ ବନ୍ଦ ପଡିଛି , ଲୋକଙ୍କୁ ରୋଜଗାର ମିଳୁନାହିଁ । ହେଲେ ସରକାର ଲୋକଙ୍କ କଥା ନବୁଝି ମାଫିଆଙ୍କ ସହ ହାତ ମିଳାଇ ଲୁଟ କରୁଥିବା ଅଭିଯୋଗ ଆଣୁଛି ବିଜେପି ।