ଝାଡ଼ଖଣ୍ଡ ପରାଜୟ ପରେ ଭାଜପାର ସମୀକ୍ଷା

ରାଞ୍ଚି,୧ା୧୨: ଝାଡ଼ଖଣ୍ଡ ନିର୍ବାଚନରେ ଭାଜପାର ପରାଜୟ ନେଇ ସମୀକ୍ଷା ବୈଠକ ବସିଥିବାବେଳେ ଏଥିରେ ଦଳର ଡୁମ୍‌କା ପ୍ରାର୍ଥୀ ସୀତା ସୋରେନ୍‌ ଯୋଗଦେଇ ନାହାନ୍ତି। ନିର୍ବାଚନ ପୂର୍ବରୁ ଜଳ ଛାଡ଼ିଥିବା ଅସନ୍ତୁଷ୍ଟ ନେତାଙ୍କୁ ଫେରାଇ ଆଣିବା ପାଇଁ ଜେଏମ୍‌ଏମ୍‌ ଉଦ୍ୟମ ଚଳାଇଥିବା ବେଳେ ଭାଜପା ବୈଠକରେ ସୀତାଙ୍କ ଅନୁପସ୍ଥିତିକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଚମ୍ପାଇ ସୋରେନ୍‌ ଜେଏମ୍‌ଏମ୍‌କୁ ଫେରିବାକୁ ଚାହିଁଲେ ତାଙ୍କୁ ସ୍ବାଗତ କରାଯିବ ବୋଲି ନିକଟରେ ଦଳର ମୁଖପାତ୍ର ଗଣମାଧ୍ୟମକୁ କହିଥିଲେ। ନିର୍ବାଚନରେ ପରାଜୟର […] The post ଝାଡ଼ଖଣ୍ଡ ପରାଜୟ ପରେ ଭାଜପାର ସମୀକ୍ଷା appeared first on Dharitri Odia News.

ଝାଡ଼ଖଣ୍ଡ ପରାଜୟ ପରେ ଭାଜପାର ସମୀକ୍ଷା

ରାଞ୍ଚି,୧ା୧୨: ଝାଡ଼ଖଣ୍ଡ ନିର୍ବାଚନରେ ଭାଜପାର ପରାଜୟ ନେଇ ସମୀକ୍ଷା ବୈଠକ ବସିଥିବାବେଳେ ଏଥିରେ ଦଳର ଡୁମ୍‌କା ପ୍ରାର୍ଥୀ ସୀତା ସୋରେନ୍‌ ଯୋଗଦେଇ ନାହାନ୍ତି। ନିର୍ବାଚନ ପୂର୍ବରୁ ଜଳ ଛାଡ଼ିଥିବା ଅସନ୍ତୁଷ୍ଟ ନେତାଙ୍କୁ ଫେରାଇ ଆଣିବା ପାଇଁ ଜେଏମ୍‌ଏମ୍‌ ଉଦ୍ୟମ ଚଳାଇଥିବା ବେଳେ ଭାଜପା ବୈଠକରେ ସୀତାଙ୍କ ଅନୁପସ୍ଥିତିକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ଚମ୍ପାଇ ସୋରେନ୍‌ ଜେଏମ୍‌ଏମ୍‌କୁ ଫେରିବାକୁ ଚାହିଁଲେ ତାଙ୍କୁ ସ୍ବାଗତ କରାଯିବ ବୋଲି ନିକଟରେ ଦଳର ମୁଖପାତ୍ର ଗଣମାଧ୍ୟମକୁ କହିଥିଲେ। ନିର୍ବାଚନରେ ପରାଜୟର ସମୀକ୍ଷା ପାଇଁ ଭାଜପା ରାଜ୍ୟ ସଭାପତି ବାବୁଲାଲ ମାରାଣ୍ଡି ପରାଜିତ ଦଳୀୟ ପ୍ରାର୍ଥୀମାନଙ୍କ ବୈଠକ ଡାକିଥିଲେ। କେବଳ ସୀତାଙ୍କୁ ବାଦ୍‌ଦେଲେ ଅନ୍ୟ ସମସ୍ତ ପରାଜିତ ପ୍ରାର୍ଥୀ ବୈଠକରେ ଉପସ୍ଥିତ ଥିଲେ। ବୈଠକ ସମ୍ପର୍କରେ ତାଙ୍କୁ କେହି ଜଣାଇ ନ ଥିଲେ ବୋଲି ସୀତା କହିଛନ୍ତି। ଜେଏମ୍‌ଏମ୍‌ ଅସନ୍ତୁଷ୍ଟ ନେତାମାନଙ୍କୁ ଦଳରେ ମିଶାଇବା ଲାଗି ଉଦ୍ୟମ ଚଳାଇଥିବା ନେଇ ପ୍ରଶ୍ନ ହେବାରୁ ଏହା ସେମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାର ବୋଲି ସୀତା ସୋରେନ୍‌ କହିଛନ୍ତି।

The post ଝାଡ଼ଖଣ୍ଡ ପରାଜୟ ପରେ ଭାଜପାର ସମୀକ୍ଷା appeared first on Dharitri Odia News.