ଝାଡ଼ଖଣ୍ଡ ମନ୍ତ୍ରୀ ଆଲମଗିରଙ୍କୁ ସମନ ଜାରି କଲା ଇଡି
ରାଞ୍ଚି,୧୨ା୫: ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲମଗିର ଆଲମଙ୍କ ବ୍ୟକ୍ତିଗତ ସଚିବଙ୍କ ସହାୟକ ଘରୁ ଗତ ସପ୍ତାହରେ ୩୪ କୋଟି ଟଙ୍କା ଜବତ ହୋଇଥିଲା। ଏହି ମାମଲାରେ ସଚିବ ସଞ୍ଜୀବ ଲାଲ୍ ଏବଂ ତାଙ୍କ ଘରୋଇ ସହାୟକ ଜେହାଙ୍ଗୀରଙ୍କୁ ଗିରଫ କରାଯାଇଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନ୍ତ୍ରୀ ଆଲମଗିରଙ୍କୁ ନୋଟିସ ଜାରି କରିଛି। ତାଙ୍କୁ ମଙ୍ଗଳବାର ଇଡି କାର୍ଯ୍ୟାଳୟରେ ହାଜର ହେବା ଲାଗି କୁହାଯାଇଛି। ଜବତ ଟଙ୍କା ସହ କୌଣସି ସମ୍ପର୍କ ନ ଥିବା ମନ୍ତ୍ରୀ […] The post ଝାଡ଼ଖଣ୍ଡ ମନ୍ତ୍ରୀ ଆଲମଗିରଙ୍କୁ ସମନ ଜାରି କଲା ଇଡି appeared first on Dharitri Odia News.
ରାଞ୍ଚି,୧୨ା୫: ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲମଗିର ଆଲମଙ୍କ ବ୍ୟକ୍ତିଗତ ସଚିବଙ୍କ ସହାୟକ ଘରୁ ଗତ ସପ୍ତାହରେ ୩୪ କୋଟି ଟଙ୍କା ଜବତ ହୋଇଥିଲା। ଏହି ମାମଲାରେ ସଚିବ ସଞ୍ଜୀବ ଲାଲ୍ ଏବଂ ତାଙ୍କ ଘରୋଇ ସହାୟକ ଜେହାଙ୍ଗୀରଙ୍କୁ ଗିରଫ କରାଯାଇଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନ୍ତ୍ରୀ ଆଲମଗିରଙ୍କୁ ନୋଟିସ ଜାରି କରିଛି।
ତାଙ୍କୁ ମଙ୍ଗଳବାର ଇଡି କାର୍ଯ୍ୟାଳୟରେ ହାଜର ହେବା ଲାଗି କୁହାଯାଇଛି। ଜବତ ଟଙ୍କା ସହ କୌଣସି ସମ୍ପର୍କ ନ ଥିବା ମନ୍ତ୍ରୀ କହି ଆସୁଛନ୍ତି। ତେବେ ଜେହାଙ୍ଗୀରଙ୍କ ସହ ମନ୍ତ୍ରୀଙ୍କ କୌଣସି ସମ୍ପର୍କ ଥିଲା କି ନାହିଁ, ତାହା ଜାଣିବା ପାଇଁ ଇଡି ସମନ କରିଛି। ମନିଲଣ୍ଡରିଂ ମାମଲାରେ ଗ୍ରାମାଞ୍ଚଳ ବିକାଶ ବିଭାଗର ବହୁ ଅଫିସର ସମ୍ପୃକ୍ତ ଥିବା ଇଡି ପୂର୍ବରୁ କହିଥିଲା।
The post ଝାଡ଼ଖଣ୍ଡ ମନ୍ତ୍ରୀ ଆଲମଗିରଙ୍କୁ ସମନ ଜାରି କଲା ଇଡି appeared first on Dharitri Odia News.