ଝାମ୍ପି ନେଇଗଲେ ୧୦ କେଜି ରୂପା
ବାଲିଗୁଡ଼ା,୨୪।୫:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଧୀନ ପାଟଖଣ୍ଡା ସାହିରେ ରୂପା ବ୍ୟବସାୟୀଙ୍କଠାରୁ କେତେଜଣ ଲୁଟେରା ୧୦କିଲୋ ରୂପା ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପାଟଖଣ୍ଡା ସାହିର ପୁରୁଖା ରୂପା ବ୍ୟବସାୟୀ ସନ୍ୟାସୀ ନାୟକଙ୍କ କହିବା ଅନୁଯାୟୀ ପ୍ରତିଦିନ ଭଳି ଶୁକ୍ରବାର ସାଇକେଲ ଧରି ବେପାର କରିବାକୁ ବାହାରିଥିଲେ। ବାଟରେ ଦୁଇଟି ବାଇକରେ ଲୁଟେରାମାନେ ଆସି ଗାଡ଼ିରୁ ପଡ଼ିଗଲା ଭଳି ଅଭିନୟ କରିଥିଲେ। ପରବର୍ତ୍ତୀ ସମୟରେ […] The post ଝାମ୍ପି ନେଇଗଲେ ୧୦ କେଜି ରୂପା appeared first on Dharitri Odia News.
ବାଲିଗୁଡ଼ା,୨୪।୫:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଧୀନ ପାଟଖଣ୍ଡା ସାହିରେ ରୂପା ବ୍ୟବସାୟୀଙ୍କଠାରୁ କେତେଜଣ ଲୁଟେରା ୧୦କିଲୋ ରୂପା ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ପାଟଖଣ୍ଡା ସାହିର ପୁରୁଖା ରୂପା ବ୍ୟବସାୟୀ ସନ୍ୟାସୀ ନାୟକଙ୍କ କହିବା ଅନୁଯାୟୀ ପ୍ରତିଦିନ ଭଳି ଶୁକ୍ରବାର ସାଇକେଲ ଧରି ବେପାର କରିବାକୁ ବାହାରିଥିଲେ। ବାଟରେ ଦୁଇଟି ବାଇକରେ ଲୁଟେରାମାନେ ଆସି ଗାଡ଼ିରୁ ପଡ଼ିଗଲା ଭଳି ଅଭିନୟ କରିଥିଲେ। ପରବର୍ତ୍ତୀ ସମୟରେ ସେମାନେ ସାଇକେଲରେ ଥିବା ଦୁଇଟି ରୂପା ବ୍ୟାଗ ଝାମ୍ପି ନେଇଥିଲେ।
ବ୍ୟାଗରେ ୧୦କେଜିରୁ ଊଦ୍ଧର୍ବ ରୂପା ଥିବା ସନ୍ୟାସୀ କହିଛନ୍ତି। ରୂପାର ଆନୁମାନିକ ମୂଲ୍ୟ ୭ ଲକ୍ଷରୁ ଊଦ୍ଧର୍ବ ହେବ ବୋଲି ଜଣାପଡିଛି l ଏନେଇ ସନ୍ୟାସୀ ବାଲିଗୁଡା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ପୋଲିସ ଲୁଟେରାଙ୍କୁ ଧରିପାରି ନାହିଁ।
The post ଝାମ୍ପି ନେଇଗଲେ ୧୦ କେଜି ରୂପା appeared first on Dharitri Odia News.