ଝାରସୁଗୁଡ଼ା, ଭୁବନେଶ୍ୱର ବିମାନ ବନ୍ଦରରେ ବୋମା ଆତଙ୍କ, ଯାଞ୍ଚରେ ଜଣାପଡ଼ିଲା ମିଛ

ଭୁବନେଶ୍ୱର: ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ବିମାନ ବନ୍ଦରରେ ବୋମା ଆତଙ୍କ । ବେଙ୍ଗାଲୁରୁରୁ ଝାରସୁଗୁଡା ଆସିଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ କଲ୍ ସେଣ୍ଟରକୁ ଏକ ଅଜଣା ଫୋନ କଲ ଆସିଥିଲା । । ଝାରସୁଗୁଡାରେ ବିମାନ ପହଁଚିବା ପରେ ବୋମା ସ୍କ୍ୱାର୍ଡ ଦ୍ୱାରା ଯାଞ୍ଚ କରାଯାଉଛି । ସମସ୍ତ ଯାଞ୍ଚ ସରିବା ପରେ ପ୍ରାୟ ୨ ଘଣ୍ଟା ବିଳମ୍ବରେ ବେଙ୍ଗାଲୁରୁ ପ୍ରତ୍ୟାବର୍ତ୍ତନ କରିବ ଇଣ୍ଡିଗୋ ବିମାନ ।ସେହିପରି ଭୁବନେଶ୍ୱର ବିମାନ ବନ୍ଦରରେ ମଧ୍ୟ ବୋମା ଥିବା ଧମକ ମିଳିଛି । ବିମାନ ବନ୍ଦରରେ ବୋମା ଥିବା ନେଇ ଧମକପୂର୍ଣ୍ଣ ଫୋନ କଲ୍ ମିଳିବା ପରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ବିମାନ ବନ୍ଦରରେ କଡ଼ାକଡି ଯାଞ୍ଚ କରାଯାଉଛି । ତେବେ ସୂତ୍ର ଅନୁସାରେ ଯାଞ୍ଚ ପରେ ବୋମା ଧମକ ମିଛ ବୋଲି ଜଣାପଡ଼ିଛି ।ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ଧରି ବିମାନଗୁଡ଼ିକୁ ମିଳୁଥିବା ବୋମା ଧମକ ଥମିବାର ନାଁ ଧରୁ ନାହିଁ । ଗୁରୁବାର ୯୫ ବିମାନକୁ ବୋମା ଧମକ ମିଳିଛି । ଆଜି ଯେଉଁ ବିମାନଗୁଡିକୁ ବୋମା ଧମକ ମିଳିଛି, ସେଥିରେ ଏୟାର ଇଣ୍ଡିଆର ୨୦, ଇଣ୍ଡିଗୋର ୨୦, ଭିସ୍ତାରର ୨୦ ଏବଂ ଅକାସାର ୨୫ ବିମାନ, ସ୍ପାଇସଜେଟ୍‌ର ୫, ଆଲିଆନ୍ସ ଏୟାରର ୫ ବିମାନ ସାମିଲ ରହିଛି ।

ଝାରସୁଗୁଡ଼ା, ଭୁବନେଶ୍ୱର ବିମାନ ବନ୍ଦରରେ ବୋମା ଆତଙ୍କ, ଯାଞ୍ଚରେ ଜଣାପଡ଼ିଲା ମିଛ

ଭୁବନେଶ୍ୱର: ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ବିମାନ ବନ୍ଦରରେ ବୋମା ଆତଙ୍କ । ବେଙ୍ଗାଲୁରୁରୁ ଝାରସୁଗୁଡା ଆସିଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ କଲ୍ ସେଣ୍ଟରକୁ ଏକ ଅଜଣା ଫୋନ କଲ ଆସିଥିଲା । । ଝାରସୁଗୁଡାରେ ବିମାନ ପହଁଚିବା ପରେ ବୋମା ସ୍କ୍ୱାର୍ଡ ଦ୍ୱାରା ଯାଞ୍ଚ କରାଯାଉଛି । ସମସ୍ତ ଯାଞ୍ଚ ସରିବା ପରେ ପ୍ରାୟ ୨ ଘଣ୍ଟା ବିଳମ୍ବରେ ବେଙ୍ଗାଲୁରୁ ପ୍ରତ୍ୟାବର୍ତ୍ତନ କରିବ ଇଣ୍ଡିଗୋ ବିମାନ ।

ସେହିପରି ଭୁବନେଶ୍ୱର ବିମାନ ବନ୍ଦରରେ ମଧ୍ୟ ବୋମା ଥିବା ଧମକ ମିଳିଛି । ବିମାନ ବନ୍ଦରରେ ବୋମା ଥିବା ନେଇ ଧମକପୂର୍ଣ୍ଣ ଫୋନ କଲ୍ ମିଳିବା ପରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ବିମାନ ବନ୍ଦରରେ କଡ଼ାକଡି ଯାଞ୍ଚ କରାଯାଉଛି । ତେବେ ସୂତ୍ର ଅନୁସାରେ ଯାଞ୍ଚ ପରେ ବୋମା ଧମକ ମିଛ ବୋଲି ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ଧରି ବିମାନଗୁଡ଼ିକୁ ମିଳୁଥିବା ବୋମା ଧମକ ଥମିବାର ନାଁ ଧରୁ ନାହିଁ । ଗୁରୁବାର ୯୫ ବିମାନକୁ ବୋମା ଧମକ ମିଳିଛି । ଆଜି ଯେଉଁ ବିମାନଗୁଡିକୁ ବୋମା ଧମକ ମିଳିଛି, ସେଥିରେ ଏୟାର ଇଣ୍ଡିଆର ୨୦, ଇଣ୍ଡିଗୋର ୨୦, ଭିସ୍ତାରର ୨୦ ଏବଂ ଅକାସାର ୨୫ ବିମାନ, ସ୍ପାଇସଜେଟ୍‌ର ୫, ଆଲିଆନ୍ସ ଏୟାରର ୫ ବିମାନ ସାମିଲ ରହିଛି ।