ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର
ଭୁବନେଶ୍ଵର: ଝାରସୁଗୁଡ଼ାରେ ୩୭ ଡିଗ୍ରୀ ଛୁଇଁଲା ପାରଦ। ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା।୩୭ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ସେହିପରି ସମ୍ବଲପୁରରେ ୩୬.୪, ହୀରାକୁଦରେ ୩୫.୬ ଡିଗ୍ରୀ ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ବରର ସର୍ବୋଚ୍ଚ ଦିନ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ କରାଯାଇଛି। ଏଥର ମାର୍ଚ୍ଚରୁ ମେ’ ଯାଏଁ ସ୍ବାଭାବିକ ଠାରୁ ଅଧିକ ରହିବ ଦିନ ତାପମାତ୍ରା। ଏଭଳି ଆକଳନ କରାଯାଇଛି। ମାର୍ଚ୍ଚରୁ ମେ’ ମଧ୍ୟରେ ଗ୍ରୀଷ୍ମ […]

ଭୁବନେଶ୍ଵର: ଝାରସୁଗୁଡ଼ାରେ ୩୭ ଡିଗ୍ରୀ ଛୁଇଁଲା ପାରଦ। ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା।୩୭ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ସେହିପରି ସମ୍ବଲପୁରରେ ୩୬.୪, ହୀରାକୁଦରେ ୩୫.୬ ଡିଗ୍ରୀ ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ବରର ସର୍ବୋଚ୍ଚ ଦିନ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ କରାଯାଇଛି।
ଏଥର ମାର୍ଚ୍ଚରୁ ମେ’ ଯାଏଁ ସ୍ବାଭାବିକ ଠାରୁ ଅଧିକ ରହିବ ଦିନ ତାପମାତ୍ରା। ଏଭଳି ଆକଳନ କରାଯାଇଛି। ମାର୍ଚ୍ଚରୁ ମେ’ ମଧ୍ୟରେ ଗ୍ରୀଷ୍ମ ଲହର ଅବଧି ବୃଦ୍ଧି ମଧ୍ୟ ସମ୍ଭାବନା ରହିଛି। ଏଥର ଖରାଦିନ ସଂଖ୍ୟା ବଢିବ ବୋଲି ଅନୁମାନ ହୋଇଛି।