ଝାରସୁଗୁଡ଼ାରୁ ଲକ୍ଷ୍ନୌ ଉଡ଼ିଲା ବିମାନ
ଝାରସୁଗୁଡ଼ା,୧।୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଶନିବାର ଷ୍ଟାର ଏୟାର ବିମାନ ସେବା ଆରମ୍ଭ ହୋଇଛି। ୭୬ଜଣ ଯାତ୍ରୀଙ୍କୁ ଧରି ଷ୍ଟାର ଏୟାରର ଏକ ଫ୍ଲାଇଟ ଝାରସୁଗୁଡାରୁ ଲକ୍ଷ୍ନୌ ଉଡାଣ ଭରିଛି। ଏହି ସେବା ଆସନ୍ତା ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ବିଧାୟକ ଟଙ୍କଧର ତ୍ରିପାଠୀ ଏହାର ଉଦ୍ଘାଟନ କରିଛନ୍ତି। ଏହି ଷ୍ଟାର ଏୟାର ବିମାନ ପ୍ରତି ସପ୍ତାହରେ ଲକ୍ଷ୍ନୋରୁ ଝାରସୁଗୁଡାକୁ ୨ ଥର ଉଡାଣ କରିବ। ଏହା ଦ୍ୱାରା […] The post ଝାରସୁଗୁଡ଼ାରୁ ଲକ୍ଷ୍ନୌ ଉଡ଼ିଲା ବିମାନ appeared first on Dharitri Odia News.
ଝାରସୁଗୁଡ଼ା,୧।୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଶନିବାର ଷ୍ଟାର ଏୟାର ବିମାନ ସେବା ଆରମ୍ଭ ହୋଇଛି। ୭୬ଜଣ ଯାତ୍ରୀଙ୍କୁ ଧରି ଷ୍ଟାର ଏୟାରର ଏକ ଫ୍ଲାଇଟ ଝାରସୁଗୁଡାରୁ ଲକ୍ଷ୍ନୌ ଉଡାଣ ଭରିଛି। ଏହି ସେବା ଆସନ୍ତା ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ବିଧାୟକ ଟଙ୍କଧର ତ୍ରିପାଠୀ ଏହାର ଉଦ୍ଘାଟନ କରିଛନ୍ତି।
ଏହି ଷ୍ଟାର ଏୟାର ବିମାନ ପ୍ରତି ସପ୍ତାହରେ ଲକ୍ଷ୍ନୋରୁ ଝାରସୁଗୁଡାକୁ ୨ ଥର ଉଡାଣ କରିବ। ଏହା ଦ୍ୱାରା ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର ସହିତ ପଶ୍ଚିମ ଓଡ଼ିଶାବାସୀ ଉପକୃତ ହୋଇପାରବେ। ଉଦ୍ଘାଟନୀ ଉତ୍ସବରେ ବିଧାୟକଙ୍କ ସହିତ ଏୟାରପୋର୍ଟ ଅଧିକାରୀ ଏବଂ ସାମାଜିକ କର୍ମୀ ବିମଳେନ୍ଦୁ ଭୋଲ ଉପସ୍ଥିତ ଥିଲେ।
ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଅଧିକାରୀ ସୂଚନା ଦେଇ କହିଛନ୍ତି, ଏହାଦ୍ୱାରା ପଶ୍ଚିମ ଓଡ଼ିଶା ତଥା ଝାରସୁଗୁଡ଼ା ଜିଲାରୁ ହାଇଦ୍ରାବାଦ ଓ ଲକ୍ଷ୍ନୌ ଯିବା ସହଜ ହୋଇପାରିବ।
The post ଝାରସୁଗୁଡ଼ାରୁ ଲକ୍ଷ୍ନୌ ଉଡ଼ିଲା ବିମାନ appeared first on Dharitri Odia News.