ଝାରସୁଗୁଡ଼ାରେ ବେଦାନ୍ତ ମାର୍ଶାଲ ଆର୍ଟସ୍ ଟ୍ରେନିଂ ସେଣ୍ଟର
ଭୁବନେଶ୍ୱର,୧।୩ (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମର ବହୁ ପ୍ରତିକ୍ଷୀତ ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ତଥା ବେଦାନ୍ତ ମାର୍ଶାଲ ଆର୍ଟସ୍ ଟ୍ରେନିଂ ସେଣ୍ଟର ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଝାରସୁଗୁଡ଼ାର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରବୀର କୁମାର ନାୟକ, ଜିଲା ହକି ସଂଘର ଉପାଧ୍ୟକ୍ଷ ଜୀବନାନନ୍ଦ ମହାନ୍ତି, ଜାତୀୟ କରାଟେ ଫାଉଣ୍ଡେଶନର ମୁଖ୍ୟ ପରାମର୍ଶଦାତା ବିବେକାନନ୍ଦ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥିମାନେ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା […] The post ଝାରସୁଗୁଡ଼ାରେ ବେଦାନ୍ତ ମାର୍ଶାଲ ଆର୍ଟସ୍ ଟ୍ରେନିଂ ସେଣ୍ଟର appeared first on Dharitri Odia News.
ଭୁବନେଶ୍ୱର,୧।୩ (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମର ବହୁ ପ୍ରତିକ୍ଷୀତ ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ତଥା ବେଦାନ୍ତ ମାର୍ଶାଲ ଆର୍ଟସ୍ ଟ୍ରେନିଂ ସେଣ୍ଟର ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଝାରସୁଗୁଡ଼ାର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରବୀର କୁମାର ନାୟକ, ଜିଲା ହକି ସଂଘର ଉପାଧ୍ୟକ୍ଷ ଜୀବନାନନ୍ଦ ମହାନ୍ତି, ଜାତୀୟ କରାଟେ ଫାଉଣ୍ଡେଶନର ମୁଖ୍ୟ ପରାମର୍ଶଦାତା ବିବେକାନନ୍ଦ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥିମାନେ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି, ଆମେ ଓଡ଼ିଶାରେ କ୍ରୀଡ଼ାର ଅଭିବୃଦ୍ଧି ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧ ରହିଛୁ। ବେଦାନ୍ତ ମାର୍ଶାଲ ଆର୍ଟସ ଟ୍ରେନିଂ ସେଣ୍ଟର ଭଳି ପଦକ୍ଷେପ ମାଧ୍ୟମରେ ଆମେ ଏହି ଅଞ୍ଚଳରେ କ୍ରୀଡା ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛୁ, ଯାହା ଆମର ଯୁବପିଢ଼ିଙ୍କୁ ଉକତ୍ର୍ଷ ହାସଲ କରିବାର ବିଶ୍ୱସ୍ତରୀୟ ସୁଯୋଗ ପ୍ରଦାନ କରିବ। ଏହି ସୁବିଧା ତୃଣମୂଳସ୍ତରରେ ପ୍ରତିଭାକୁ ପ୍ରୋତ୍ସାହିତ କରିବା ସହିତ ଆତ୍ମବିଶ୍ୱାସ ସୃଷ୍ଟି କରିବା ଏବଂ ଯୁବ ଖେଳାଳିମାନଙ୍କ ପାଇଁ ଉଚ୍ଚସ୍ତରରେ ପ୍ରତିଯୋଗିତା କରିବା ପାଇଁ ପଥ ସୃଷ୍ଟି କରିବା ପାଇଁ ଆମର ନିରନ୍ତର ପ୍ରୟାସର ପ୍ରମାଣ। ଆମେ ଓଡ଼ିଶାର ଯୁବପିଢ଼ିଙ୍କୁ କ୍ରୀଡା ଏବଂ ଜୀବନ ଉଭୟରେ ସଫଳ ହେବା ପାଇଁ ଦକ୍ଷତା ଏବଂ ଶୃଙ୍ଖଳା ସହିତ ସଶକ୍ତ କରିବାରେ ବିଶ୍ୱାସ କରୁ। ଜିଲା ହକି ଆସୋସିଏସନର ଉପାଧ୍ୟକ୍ଷ ଜୀବନାନନ୍ଦ ମହାନ୍ତି କହିଛନ୍ତି, ‘ବେଦାନ୍ତ ମାର୍ଶାଲ ଆର୍ଟସ୍ ଟ୍ରେନିଂ ସେଣ୍ଟର ଏହି ଅଞ୍ଚଳର ଯୁବ ଖେଳାଳିମାନଙ୍କୁ ବିକାଶ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। କ୍ରୀଡା ଭିତ୍ତିଭୂମିକୁ ଉନ୍ନତ କରିବା ଏବଂ ସ୍ଥାନୀୟ ପ୍ରତିଭାଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ପାଇଁ ବେଦାନ୍ତର ପ୍ରତିବଦ୍ଧତାକୁ ଆମେ ପ୍ରଶଂସା କରୁଛୁ। ଏହି କେନ୍ଦ୍ର ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡା ପର୍ଯ୍ୟାୟରେ ଝାରସୁଗୁଡ଼ାର ସମ୍ଭାବନାକୁ ପ୍ରଦର୍ଶନ କରିବାରେ ସାହାଯ୍ୟ କରିବ।
The post ଝାରସୁଗୁଡ଼ାରେ ବେଦାନ୍ତ ମାର୍ଶାଲ ଆର୍ଟସ୍ ଟ୍ରେନିଂ ସେଣ୍ଟର appeared first on Dharitri Odia News.