ଝାଡ଼ଖଣ୍ଡରେ ଆଇଟି ବିଭାଗର ବଡ଼ ଚଢାଉ: ଟାର୍ଗେଟରେ ହେମନ୍ତ ସୋରେନଙ୍କ ସହଯୋଗୀ

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଆକ୍ସନ ମୁଡ଼ରେ ଆୟକର ବିଭାଗ, ଶନିବାର ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ପକ୍ଷରୁ ବଡ଼ ଧରଣର ଚଢାଉ କରାଯାଇଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ବ୍ୟକ୍ତିଗତ ସହାୟକ ସୁନୀଲ ଶ୍ରୀବାସ୍ତବ ଓ ସମ୍ପର୍କୀୟଙ୍କ ୧୭ଟି ଠିକଣାରେ ଏକକାଳୀନ ଛାପା ମାରିଛନ୍ତି ଆଇଟି ବିଭାଗର କର୍ମଚାରୀ। ନିର୍ବାଚନ ପୂର୍ବରୁ ରାଞ୍ଚିରେ ଆୟକର ବିଭାଗର ଏହା ଏକ ବଡ଼ ଚଢ଼ାଉ ବୋଲି କୁହାଯାଉଛି। ଇଡ଼ି, ସିବିଆଇ ପରେ ଆୟକର ବିଭାଗ ବିଜେପିର କ୍ୟାଡ଼ର ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଅଭିଯୋଗ କରିଛନ୍ତି।  ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ପାଲଘରରେ ପୁଲିସ ଚେକିଂ ବେଳେ ୩ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି। କାରରେ ଟଙ୍କା ଚାଲାଣ ହେଉଥିବା ବେଳେ ଏହାକୁ ଜବତ କରାଯାଇଛି। ଡ୍ରାଇଭରକୁ ଅଟକ ରଖି ମୁମ୍ବାଇ ପୁଲିସ ପଚରାଉଚରା କରୁଛି। ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ମୋଟ ୨୮୦ କୋଟି ଟଙ୍କା ଜବତ କରାଯାଇଥିବା ସୂଚନା ଦେଇଛି ପୁଲିସ। ନିର୍ବାଚନ ପୂର୍ବରୁ ଟଙ୍କା ଜବତ ଓ ବିଭିନ୍ନ ଠିକଣାରେ ରେଡ଼କୁ ନେଇ ରାଜନୀତି ତେଜିବାରେ ଲାଗିଛି, ଏହାକୁ ନେଇ ମୁହାଁମୁହିଁ ହେଉଛନ୍ତି ଶାସକ ଓ ବିରୋଧୀ।  

ଝାଡ଼ଖଣ୍ଡରେ ଆଇଟି ବିଭାଗର ବଡ଼ ଚଢାଉ: ଟାର୍ଗେଟରେ ହେମନ୍ତ ସୋରେନଙ୍କ ସହଯୋଗୀ

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଆକ୍ସନ ମୁଡ଼ରେ ଆୟକର ବିଭାଗ, ଶନିବାର ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ପକ୍ଷରୁ ବଡ଼ ଧରଣର ଚଢାଉ କରାଯାଇଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ବ୍ୟକ୍ତିଗତ ସହାୟକ ସୁନୀଲ ଶ୍ରୀବାସ୍ତବ ଓ ସମ୍ପର୍କୀୟଙ୍କ ୧୭ଟି ଠିକଣାରେ ଏକକାଳୀନ ଛାପା ମାରିଛନ୍ତି ଆଇଟି ବିଭାଗର କର୍ମଚାରୀ। ନିର୍ବାଚନ ପୂର୍ବରୁ ରାଞ୍ଚିରେ ଆୟକର ବିଭାଗର ଏହା ଏକ ବଡ଼ ଚଢ଼ାଉ ବୋଲି କୁହାଯାଉଛି। ଇଡ଼ି, ସିବିଆଇ ପରେ ଆୟକର ବିଭାଗ ବିଜେପିର କ୍ୟାଡ଼ର ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଅଭିଯୋଗ କରିଛନ୍ତି। 
 
ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ପାଲଘରରେ ପୁଲିସ ଚେକିଂ ବେଳେ ୩ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି। କାରରେ ଟଙ୍କା ଚାଲାଣ ହେଉଥିବା ବେଳେ ଏହାକୁ ଜବତ କରାଯାଇଛି। ଡ୍ରାଇଭରକୁ ଅଟକ ରଖି ମୁମ୍ବାଇ ପୁଲିସ ପଚରାଉଚରା କରୁଛି। ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ମୋଟ ୨୮୦ କୋଟି ଟଙ୍କା ଜବତ କରାଯାଇଥିବା ସୂଚନା ଦେଇଛି ପୁଲିସ। ନିର୍ବାଚନ ପୂର୍ବରୁ ଟଙ୍କା ଜବତ ଓ ବିଭିନ୍ନ ଠିକଣାରେ ରେଡ଼କୁ ନେଇ ରାଜନୀତି ତେଜିବାରେ ଲାଗିଛି, ଏହାକୁ ନେଇ ମୁହାଁମୁହିଁ ହେଉଛନ୍ତି ଶାସକ ଓ ବିରୋଧୀ।